Posted inଫୁରସତ

ଆଗେ କୁକୁଡ଼ା ନା ଆଗେ ଅଣ୍ଡା ? ଏବେ ବୈଜ୍ଞାନିକମାନେ ଦେଲେ ସଠିକ୍‌ ଉତ୍ତର

ପିଲାଦିନରୁ ଆମେ ଗୋଟିଏ ପ୍ରଶ୍ନ ଶୁଣି ଆସୁଛୁ। ତାହା ହେଉଛି ଦୁନିଆକୁ କୁକୁଡ଼ା ଆଗେ ଆସିଛି ନା ଅଣ୍ଡା। ଏହି ପ୍ରଶ୍ନ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଥିଲା। ଲୋକମାନେ ଆଜି ପର୍ଯ୍ୟନ୍ତ ଏହାକୁ ବୁଝି ପାରୁ ନ ଥିଲେ। ବର୍ତ୍ତମାନ ବୈଜ୍ଞାନିକମାନେ ଲୋକଙ୍କ ଏହି ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି।

ଯୁକ୍ତରାଷ୍ଟ୍ର (ୟୁକେ)ର ଶେଫିଲ୍ଡ ଏବଂ ଓ୍ବାର୍‌ ଓ୍ବିକ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସରମାନେ ପ୍ରଥମେ କୁକୁଡ଼ା କିମ୍ବା ଅଣ୍ଡା ଆସିଲା ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଅନେକ ଗବେଷଣା କରିଛନ୍ତି। ଦୀର୍ଘଦିନର ଅନୁସନ୍ଧାନ ପରେ ବୈଜ୍ଞାନିକମାନେ ଶେଷରେ ସଫଳତା ପାଇଛନ୍ତି। ଏହି ବଡ଼ ପ୍ରଶ୍ନର ଉତ୍ତର ମିଳିଛି। ବୈଜ୍ଞାନିକମାନେ ସେମାନଙ୍କର ଉତ୍ତରକୁ ସତ୍ୟ ବୋଲି ପ୍ରମାଣ କରିବାକୁ ଅନେକ ଯୁକ୍ତି ମଧ୍ୟ ବାଢ଼ିଛନ୍ତି।

ଅନୁସନ୍ଧାନରୁ ଜଣାପଡ଼ିଛି,  ଦୁନିଆକୁ କୁକୁଡ଼ା ପ୍ରଥମେ ଆସିଥିଲା ଏବଂ ପରେ ଅଣ୍ଡା ଆସିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୁକୁଡ଼ା ବିନା ଅଣ୍ଡା ଉତ୍ପନ୍ନ ହୋଇପାରିବ ନାହିଁ। ଅନୁସନ୍ଧାନରୁ ଜଣାପଡିଛି, ଅଣ୍ଡାର ସେଲ୍‌ରେ ଓଭୋକ୍ଲାଡିନ ନାମକ ଏକ ପ୍ରୋଟିନ ଥାଏ, ଯାହା ବିନା ଅଣ୍ଡାର ସେଲ୍‌ ସୃଷ୍ଟି ହୋଇପାରିବ ନାହିଁ।

ସବୁଠୁ ବଡ଼ କଥା ହେଉଛି ଏହି ପ୍ରୋଟିନ କେବଳ କୁକୁଡ଼ାଙ୍କ ଗର୍ଭାଶୟରେ ତିଆରି ହୋଇଥାଏ। ତେଣୁ ଯେପର୍ଯ୍ୟନ୍ତ କୁକୁଡ଼ାଙ୍କ ଗର୍ଭାଶୟରୁ ଏହି ପ୍ରୋଟିନ ଅଣ୍ଡା ଉତ୍ପାଦନରେ ବ୍ୟବହୃତ ହୁଏ ନାହିଁ, ସେ ପର୍ଯ୍ୟନ୍ତ ଅଣ୍ଡା ତିଆରି ହୋଇପାରିବ ନାହିଁ। ବର୍ତ୍ତମାନ ଏଥିରୁ ସ୍ପଷ୍ଟ ହୋଇଛି ଯେ, କୁକୁଡ଼ା ଦୁନିଆକୁ ପ୍ରଥମେ ଆସିଛି, ପରେ ଅଣ୍ଡା ଆସିଛି।

ଏହି ଅନୁସନ୍ଧାନର ମୁଖ୍ୟ ବୈଜ୍ଞାନିକ ଡ. କଲିନ ଫ୍ରିମ୍ୟାନ କୁହନ୍ତି, ଏହି ପ୍ରଶ୍ନ ଦୀର୍ଘଦିନ ଧରି ଲୋକଙ୍କୁ ହଇରାଣ କରୁଥିଲା ଯେ କୁକୁଡ଼ା ଆଗେ ନା ଅଣ୍ଡା ଆଗେ। ବୈଜ୍ଞାନିକମାନେ ଶେଷରେ ଏହାର ସଠିକ୍‌ ଉତ୍ତର ଦେବା ସହ ପ୍ରମାଣ ମଧ୍ୟ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଦୁନିଆକୁ ପ୍ରଥମେ କୁକୁଡ଼ା ହିଁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ…

ବଢୁଛି କଙ୍ଗାରୁକୋର୍ଟ, ହଇରାଣ ହେଉଛନ୍ତି ଅସହାୟ ପରିବାର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ): ଜାଣତରେ ହେଉ କିମ୍ବା ଅଜାଣତରେ କିଛି ଭୁଲ ହେଇଯାଏ। ତା’ହେଲେ ସଙ୍ଗେ ସଙ୍ଗେ ଗ୍ରାମ ସଭା ବସେ। ତା’ପରେ ଆରମ୍ଭ ହୁଏ ନିର୍ଯାତନା। ରମ୍ଭା…

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri