Posted inଫୁରସତ

ଆଗେ କୁକୁଡ଼ା ନା ଆଗେ ଅଣ୍ଡା ? ଏବେ ବୈଜ୍ଞାନିକମାନେ ଦେଲେ ସଠିକ୍‌ ଉତ୍ତର

ପିଲାଦିନରୁ ଆମେ ଗୋଟିଏ ପ୍ରଶ୍ନ ଶୁଣି ଆସୁଛୁ। ତାହା ହେଉଛି ଦୁନିଆକୁ କୁକୁଡ଼ା ଆଗେ ଆସିଛି ନା ଅଣ୍ଡା। ଏହି ପ୍ରଶ୍ନ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଥିଲା। ଲୋକମାନେ ଆଜି ପର୍ଯ୍ୟନ୍ତ ଏହାକୁ ବୁଝି ପାରୁ ନ ଥିଲେ। ବର୍ତ୍ତମାନ ବୈଜ୍ଞାନିକମାନେ ଲୋକଙ୍କ ଏହି ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି।

ଯୁକ୍ତରାଷ୍ଟ୍ର (ୟୁକେ)ର ଶେଫିଲ୍ଡ ଏବଂ ଓ୍ବାର୍‌ ଓ୍ବିକ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସରମାନେ ପ୍ରଥମେ କୁକୁଡ଼ା କିମ୍ବା ଅଣ୍ଡା ଆସିଲା ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଅନେକ ଗବେଷଣା କରିଛନ୍ତି। ଦୀର୍ଘଦିନର ଅନୁସନ୍ଧାନ ପରେ ବୈଜ୍ଞାନିକମାନେ ଶେଷରେ ସଫଳତା ପାଇଛନ୍ତି। ଏହି ବଡ଼ ପ୍ରଶ୍ନର ଉତ୍ତର ମିଳିଛି। ବୈଜ୍ଞାନିକମାନେ ସେମାନଙ୍କର ଉତ୍ତରକୁ ସତ୍ୟ ବୋଲି ପ୍ରମାଣ କରିବାକୁ ଅନେକ ଯୁକ୍ତି ମଧ୍ୟ ବାଢ଼ିଛନ୍ତି।

ଅନୁସନ୍ଧାନରୁ ଜଣାପଡ଼ିଛି,  ଦୁନିଆକୁ କୁକୁଡ଼ା ପ୍ରଥମେ ଆସିଥିଲା ଏବଂ ପରେ ଅଣ୍ଡା ଆସିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୁକୁଡ଼ା ବିନା ଅଣ୍ଡା ଉତ୍ପନ୍ନ ହୋଇପାରିବ ନାହିଁ। ଅନୁସନ୍ଧାନରୁ ଜଣାପଡିଛି, ଅଣ୍ଡାର ସେଲ୍‌ରେ ଓଭୋକ୍ଲାଡିନ ନାମକ ଏକ ପ୍ରୋଟିନ ଥାଏ, ଯାହା ବିନା ଅଣ୍ଡାର ସେଲ୍‌ ସୃଷ୍ଟି ହୋଇପାରିବ ନାହିଁ।

ସବୁଠୁ ବଡ଼ କଥା ହେଉଛି ଏହି ପ୍ରୋଟିନ କେବଳ କୁକୁଡ଼ାଙ୍କ ଗର୍ଭାଶୟରେ ତିଆରି ହୋଇଥାଏ। ତେଣୁ ଯେପର୍ଯ୍ୟନ୍ତ କୁକୁଡ଼ାଙ୍କ ଗର୍ଭାଶୟରୁ ଏହି ପ୍ରୋଟିନ ଅଣ୍ଡା ଉତ୍ପାଦନରେ ବ୍ୟବହୃତ ହୁଏ ନାହିଁ, ସେ ପର୍ଯ୍ୟନ୍ତ ଅଣ୍ଡା ତିଆରି ହୋଇପାରିବ ନାହିଁ। ବର୍ତ୍ତମାନ ଏଥିରୁ ସ୍ପଷ୍ଟ ହୋଇଛି ଯେ, କୁକୁଡ଼ା ଦୁନିଆକୁ ପ୍ରଥମେ ଆସିଛି, ପରେ ଅଣ୍ଡା ଆସିଛି।

ଏହି ଅନୁସନ୍ଧାନର ମୁଖ୍ୟ ବୈଜ୍ଞାନିକ ଡ. କଲିନ ଫ୍ରିମ୍ୟାନ କୁହନ୍ତି, ଏହି ପ୍ରଶ୍ନ ଦୀର୍ଘଦିନ ଧରି ଲୋକଙ୍କୁ ହଇରାଣ କରୁଥିଲା ଯେ କୁକୁଡ଼ା ଆଗେ ନା ଅଣ୍ଡା ଆଗେ। ବୈଜ୍ଞାନିକମାନେ ଶେଷରେ ଏହାର ସଠିକ୍‌ ଉତ୍ତର ଦେବା ସହ ପ୍ରମାଣ ମଧ୍ୟ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଦୁନିଆକୁ ପ୍ରଥମେ କୁକୁଡ଼ା ହିଁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri