ପ୍ରକୃତି ସୁରକ୍ଷାରେ ଗଞ୍ଜାମର ପରିବେଶ ପର୍ଯ୍ୟଟନ

ପ୍ରକୃତି ଓ ପରିବେଶର ସୁରକ୍ଷା କରିବା ଏବଂ ଲୋକଙ୍କୁ ଚିତ୍ତ ବିନୋଦନର ଖୋରାକ ଯୋଗାଇବା ପାଇଁ ୧୯୯୩ ମସିହାରେ ଜଙ୍ଗଲ ପରିଚାଳନାର ପରିକଳ୍ପନା କରାଯାଇଥିଲା। ରାଜ୍ୟର ୩୦ ଜିଲାରେ ୨୨ ଜଙ୍ଗଲ ଜାଗାରେ ପରିବେଶ ପର୍ଯ୍ୟଟନ ଆରମ୍ଭ କରିବାକୁ ଓଟିଡିସି ସହ ଏକ ଚୁକ୍ତି ହୋଇଥିଲା। ସେଇଠୁ ଆରମ୍ଭ ହୋଇଥିଲା ପରିବେଶ ପର୍ଯ୍ୟଟନର ବ୍ୟାପକତା।
ଆଜକୁ ୩୩ ବର୍ଷର ଯାତ୍ରା ଭିତରେ ଏ କ୍ଷେତ୍ରରେ ଗଞ୍ଜାମ ପ୍ରମୁଖତା ହାସଲ କରିଛି। ଜିଲାରେ ଜଳ ପ୍ରପାତଠାରୁ ଆରମ୍ଭ କରି ଉଷ୍ଣପ୍ରସ୍ରବଣ, ସମୁଦ୍ର ବେଳାଭୂମି, ବଡ ହ୍ରଦ ଏବଂ ଜଙ୍ଗଲ ଆଦି ରହିଛି। ବିଭିନ୍ନ ସ୍ଥାନରେ ପରିବେଶ ପର୍ଯ୍ୟଟନ ଦେଖିବାକୁ ମିଳୁଛି। ବିଶେଷ କରି ବ୍ରହ୍ମପୁର ବନଖଣ୍ଡରେ ସାମନ୍ତିଆପଲ୍ଲୀ ନିକଟ ସିଂହରାଜ ପାହାଡ, ଦିଗପହଣ୍ଡି ନିକଟ ଘୋଡାହାଡ ଡ୍ୟାମ, ତପ୍ତପାଣି, ଛତ୍ରପୁରସ୍ଥିତ ତାମ୍ପରା, ଚିକିଟି ବ୍ଲକର ସୁନାପୁର ବେଳାଭୂମି ଓ ଗୋପାଳପୁର ବେଳାଭୂମି ଆଦି ରହିଛି। ସେହିପରି ଘୁମୁସର ଦକ୍ଷିଣ ବନଖଣ୍ଡରେ ଆସିକା ନିକଟ ପାକିଡି ଅଞ୍ଚଳରେ ମୟୂର, ବୁଗୁଡା ନିକଟ ଭେଟନଈ ଅଞ୍ଚଳରେ କୃଷ୍ଣସାର ମୃଗ ଦେଖିବାକୁ ମିଳେ। ବାଘୁଆ ଜଳଭଣ୍ଡାର, ଇକୋ ପାର୍କ ଓ ଗୋଲିଆରେ କୁରୁମ ପୋଖରୀ ଆଦି ରହିଛି। ସେହିପରି ଭଞ୍ଜନଗରରେ ଡହ ଡ୍ୟାମ, ଜଳ ସମ୍ପଦ ବିଭାଗର ବିଜୁ ପଟ୍ଟନାୟକ ପାର୍କ, ରଗଡା ନିକଟ କାଳିଆମ୍ବରେ କାଠ କୋଠରି ଓ ଚେରମାରିଆରେ ଜଙ୍ଗଲୀ ମୂଷା ଆଦି ଦେଖିବାକୁ ମିଳେ। ଏ ସବୁର ସମ୍ଭାରକୁ ନେଇ ପରିବେଶ ପର୍ଯ୍ୟଟନ ଗଢ଼ି ଉଠିଛି। ଏଠାରେ ଛୋଟ ଛୋଟ କଟେଜ ରହିଛି। ଏହି ସ୍ଥାନକୁ ପ୍ରବେଶ ଫି’ ୨୫ ଟଙ୍କା ରହିଥିବା ସ୍ଥଳେ ଶୀତତାପ ନିୟନ୍ତ୍ରିତ କୋଠରି ରହିଛି। ରାତିକ ପାଇଁ ୨ଜଣଙ୍କୁ ୫ ହଜାର ଟଙ୍କା ରଖାଯାଇଛି। ଏଠାରେ ସମୁଦ୍ର ବେଳାଭୂମି ବୁଲିବା ମଜା ନେଇପାରିବେ। ସେହିପରି ଶାଳୁଆପଲ୍ଲୀ ନେଚର କ୍ୟାମ୍ପରେ ବଡ ବଡ ଗଛ ସହିତ ଜଙ୍ଗଲୀ ମୂଷାଙ୍କୁ ଦେଖିହେବ। ଏଠାରେ ବହୁତ କଟେଜ ରହିଛି। ରାତିକ ପାଇଁ ଶୀତତାପ ନିୟନ୍ତ୍ରିତ କୋଠରି ନିମନ୍ତେ ୩୫୦୦ ଟଙ୍କା ରହିଛି। ସାଧାରଣ କୋଠରି ୩୦୦୦ ଟଙ୍କା ରହିଛି। ଅନ୍ୟପକ୍ଷରେ ଶାଳୁଆପଲ୍ଲୀରେ ନେଚର କ୍ୟାମ୍ପରେ ଶୀତତାପ ନିୟନ୍ତ୍ରିତ କଠୋରୀ ପାଇଁ ୨୦୦୦ ଟଙ୍କା ରହିଛି। ଭଞ୍ଜନଗର ନିକଟରେ ଥିବା ଜଳସମ୍ପଦ ବିଭାଗର ଡହ ଡ୍ୟାମରେ ଜଳ ସଂରକ୍ଷଣ ସହ ପ୍ରକୃତିର ସୁରକ୍ଷା କଲାଭଳି ବଡ ବଡ ଗଛ ବି ରହିଛି। ବନ ବିଭାଗ, ପର୍ଯ୍ୟଟନ ବିଭାଗ, ସ୍ଥାନୀୟ ଏସଏଚଜି, ବନ ସୁରକ୍ଷା ସମିତି ଓ ଇକୋ ଡେଭଲପମେଣ୍ଟ କମିଟି ଦ୍ୱାରା ପରିବେଶ ପର୍ଯ୍ୟଟନ ପରିଚାଳିତ ହୁଏ ବୋଲି ଅବସରପ୍ରାପ୍ତ ବନ କର୍ମଚାରୀ ବିଜୟ କୁମାର ହୋତା କହିଛନ୍ତି। ସେହିପରି ସୁନାପୁର ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ମିଳିଛି। ସେଠାରେ ପର୍ଯ୍ୟଟନ ବିଭାଗ ଓ ବନ ବିଭାଗ ଉଭୟେ କାମ କରୁଛନ୍ତି। ଚଳିତବର୍ଷ ୪୦ଟି ଟେଣ୍ଟ ବେଳାଭୂମିରେ ନିର୍ମାଣ କିରବାକୁ ଯୋଜନା କରାଯାଇଛି। ଡିସେମ୍ବର ପହିଲାରୁ ୧୨୦ ଦିନ ପାଇଁ ଏହା ଖୋଲାଯିବ। ଏଠାରେ ରହିବା ଖାଇବା ବ୍ୟବସ୍ଥା ରହିଛି। ପର୍ଯ୍ୟଟକମାନେ ଏଠାରେ ବୁଲି ସମୁଦ୍ର ବେଳାଭୂମିର ମଜା ନେଇପାରିବେ। ସୁନାପୁର, ଗୋପାଳପୁର ଓ ତାମ୍ପରା ପରିବେଶ ପର୍ଯ୍ୟଟନକୁ ବିଭିଜି ଏଜେନ୍ସିକୁ ଏହାର ସୁରକ୍ଷା ପାଇଁ ଦାୟିତ୍ୱ ଦିଆଯାଇଛି। ତେବେ ଘୋଡାହାଡ, ଭେଟନଈ, ଚେରମାରିଆ ଆଦି ସ୍ଥାନରେ ପରିବେଶ ପର୍ଯ୍ୟଟନ ରହିଥିଲେ ବି ଏହାକୁ ମାନ୍ୟତା ମିଳିନାହିଁ ବୋଲି କହିଛନ୍ତି ଜିଲା ପର୍ଯ୍ୟଟନ ଅଧିକାରୀ ଜନକ କୁମାର ତରାଇ। ସେଠାରୁ ଯାହା ଆଦାୟ ହେବ ସେଥିରେ ହିଁ ଉକ୍ତ ସ୍ଥାନଗୁଡିକର ଉନ୍ନତି କରାଯାଉଛି ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୋନି ଖୋଖରଙ୍କୁ ପଚାରିବାରୁ ସେ କହିଛନ୍ତି, ଜଙ୍ଗଲ ସହିତ ଭବିଷ୍ୟତ ପିଢ଼ି ପାଇଁ ପ୍ରକୃତି ସହ ସଂଯୁକ୍ତି, ଜଙ୍ଗଲ ନିକଟ ଗୋଷ୍ଠୀମାନଙ୍କ ଆର୍ଥିକ ଉନ୍ନତି ଓ ଜଙ୍ଗଲ ସୁରକ୍ଷାରେ ଭାଗୀଦାରି, ଛାତ୍ର ଓ ଗବେଷକମାନଙ୍କୁ ତଥ୍ୟଭିିତ୍ତିକ ଶିକ୍ଷା ପ୍ରଦାନ କରିବା, ଲୋକଙ୍କ ମନରେ ଜଙ୍ଗଲ ଓ ଜୀବଜନ୍ତୁ ସୁରକ୍ଷା ବିଷୟରେ ଭାବନା ଉଦ୍ରେକ କରିବା ସହ ଚିତ୍ତବିନୋଦନ ପାଇଁ ବନ ବିଭାଗ ପକ୍ଷରୁ ପରିବେଶ ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଇଛି। ଏହା ଦ୍ୱାରା ପ୍ରକୃତିର ସୁରକ୍ଷା ସହ ଜୀବଜନ୍ତୁଙ୍କ ସୁରକ୍ଷା ବି ହୋଇ ପାରୁଥିବା ସେ କହିଛନ୍ତି।
-ଅଶୋକ କୁମାର ସାହୁ ,ବ୍ରହ୍ମପୁର


Enter your email to get our daily news in your inbox.

All Right Reserved By Dharitri.Com

ବାରାଣସୀ ମେଡିକାଲ କଲେଜ ଛାତ୍ର ସଂସଦର ଉପସଭାପତି ହେଲେ ଛତ୍ରପୁରର ଝିଅ ପ୍ରିନ୍ସିତା

ଛତ୍ରପୁର,୨୪।୧୧(ଦିଲୀପ ସାମଲ): ବାରାଣସୀସ୍ଥିତ ହେରିଟେଜ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂତନ ଛାତ୍ର ସଂସଦ (ଷ୍ଟୁଡେଣ୍ଟ କାଉନସିଲ) ଗଠିତ ହୋଇଛି । ଏହି…

ଆଜି ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ

ଯୁବପିଢ଼ି ହିଁ ଜଳବାୟୁ ପରିବର୍ତ୍ତନର ପ୍ରମୁଖ ବାର୍ତ୍ତାବହ। ପରିବେଶ ସୁରକ୍ଷା ଓ ଏ ଦିଗରେ ସକାରାତ୍ମକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ୍‌ କନକ୍ଲେଭ…

ପରିବେଶ ସୁରକ୍ଷା ପାଇଁ ୫ ‘ଜ’ ଜରୁରୀ: ସିଦ୍ଧାନ୍ତ

ଭୁବନେଶ୍ୱର,୨୪।୧୧(ସୁଚିସ୍ମିତା ସାହୁ): ଧରିତ୍ରୀ ଯୁବ ସମ୍ମିଳନୀ ଷଷ୍ଠ ସଂସ୍କରଣ ପ୍ରଥମ ଦିନ ସୋମବାର ସ୍ବସ୍ତି ପ୍ରିମିୟମ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦ୍ୱିତୀୟ ‘ଧରିତ୍ରୀ କ୍ଲାଇମେଟ୍‌…

ଆଜିଠୁ କଟକ ବାଲିଯାତ୍ରା, ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ,୨୪।୧୧(ଶିଳ୍ପା ପ୍ରିୟଦର୍ଶିନୀ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି । ବାଲିଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରାରମ୍ଭରେ ଗଡଗଡିଆ ଘାଟରେ ମହାନଦୀ ଆଳତି…

ଭତ୍ତାକୁ ନେଇ ବିଧାନସଭାରେ ଝଡ଼, ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର,୨୪।୧୧(ରବିନାରାୟଣ ଜେନା): ରାଜ୍ୟ ସରକାର ଗରିବ, ଅସହାୟ ଓ ଦିବ୍ୟାଙ୍ଗଙ୍କ ଦୁଃଖ ବୁଝିଲେ ନାହିଁ। ସେଥିପାଇଁ ସଂଖ୍ୟାଧିକ ଲୋକ ଭତ୍ତା ନ ପାଇ ମୃତ୍ୟୁବରଣ କଲେଣି। ୬ମାସ…

ଘର ଲୋକଙ୍କୁ କୋଠରିରେ ବନ୍ଦ କରି ଚୋରି, ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ୍:ଫ୍ରିଜ୍‌ରୁ କ୍ଷୀର ବାହାର କରି ଚା’ କରି ପିଇଲେ…

ଭଞ୍ଜନଗର, ୨୩/୧୧ (ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ…

ସେବାଶ୍ରମରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଖଇରପୁଟ/ମାଲକାନଗିରି,୨୩।୧୧ (ଜଗନ୍ନାଥ ମାଝୀ/ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପରକନମାଳା (ସୁନା ନଗର) ସେବାଶ୍ରମରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।…

ବିଶ୍ରାମଗାରରେ କୁଢକୁଢ ଅଳିଆ ଆବର୍ଜନା: ହନ୍ତସନ୍ତ ଯାତ୍ରୀ

ମୋହନା, ୨୩।୧୧(ମନ୍ମଥ ମିଶ୍ର):ଯାତ୍ରୀଙ୍କ ସୁବିଧା ପାଇଁ ନିର୍ମିତ ବିଶ୍ରାମଗାର ଏବେ ଅଳିଆ ଆବର୍ଜନା ଓ ଖାଲି ମଦ ବୋତଲରେ ଭର୍ତ୍ତି। ଗଜପତି ଜିଲା ମୋହନା ସହରର ହିଲଟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?