ଫେକ୍‌ ଟିଆର୍‌ପି ସ୍କାମ୍‌ର ପର୍ଦ୍ଦାଫାଶ: ୪ ଗିରଫ, ସ୍କାନରରେ ରିପବ୍ଲିକ୍‌ ଟିଭି

ମୁମ୍ବାଇ, ୮ା୧୦-ମୁମ୍ବାଇ ପୋଲିସ ଗୁରୁବାର ଏକ ବଡ଼ଧରଣର ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଉକ୍ତ ର଼୍ୟାକେଟ ଜାଲିଆତି କରି ରିପବ୍ଲିକ୍‌ ଟିଭି ସମେତ ଆଉ କେତେକ ଟିଭି ଚ୍ୟାନେଲର ଟେଲିଭିଜନ ରେଟିଂସ୍‌ ପଏଣ୍ଟସ୍‌ (ଟିଆର୍‌ପି) ବଢ଼ାଇଥିବା ପୋଲିସ ଦାବି କରିଛି। ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୩ଟି ଟିଭି ଚ୍ୟାନେଲ ଏହି ଅସାଧୁ କାର୍ଯ୍ୟରେ ସମ୍ପୃକ୍ତ ଥିବା ଧରାପଡ଼ିଛନ୍ତି। ସେହି ଚ୍ୟାନେଲଗୁଡ଼ିକ ହେଲା ରିପବ୍ଲିକ୍‌, ଫକ୍ତ ମରାଠୀ ଓ ବକ୍ସ ସିନେମା। ସାରା ଦେଶର ବିଭିନ୍ନ ଅଜ୍ଞାତ ଘରେ ଟିଆର୍‌ପି ମାପିବା ମାପକାଠି ରଖାଯାଇଥିଲା। ବ୍ରଡ୍‌କାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନ୍ସିଲ (ବିଏଆର୍‌ସି) ଯେଉଁ ମାନଦଣ୍ଡ ଅନୁସାରେ ଚ୍ୟାନେଲଗୁଡ଼ିକର ଟିଆର୍‌ପି ଆକଳନ କରିଥାଏ ସେହି ହିସାବରେ ଏହା କରାଯାଇଥିଲା। ଆମେ ଜାଣିବାକୁ ପାଇଥିଲୁ ଯେ, ବିଏଆର୍‌ସି ପକ୍ଷରୁ ଚୁକ୍ତି କରାଯାଇଥିବା ହନ୍ସା ରିସର୍ଚ୍ଚ ଗ୍ରୁପ୍‌ର ପୂର୍ବତନ କର୍ମଚାରୀମାନଙ୍କୁ କେତେକ ଚ୍ୟାନେଲ ଟଙ୍କା ଦେଇଥିଲେ। ପୂର୍ବତନ କର୍ମଚାରୀମାନେ କେତେକ ନିର୍ଦ୍ଦିଷ୍ଟ ପରିବାରକୁ ଅର୍ଥ ଦେଉଥିଲେ। ସେହି ପରିବାରମାନେ ଟିଆର୍‌ପି ପ୍ରସାର ପାଇଁ ମାପଦଣ୍ଡ ଭାବେ ବଛାହୋଇଥିଲେ। ସେମାନେ ରିପବ୍ଲିକ୍‌ ଭଳି କେତେକ ନିର୍ଦ୍ଦିଷ୍ଟ ଚ୍ୟାନେଲକୁ ସେଗୁଡ଼ିକର ଟିଆର୍‌ପି ବୃଦ୍ଧି ପାଇଁ ଟିଭିରେ ଚଲାଇ ରଖୁଥିଲେ ବୋଲି ପୋଲିସ କମିଶନର ପ୍ରଘଟ କରିଛନ୍ତି। ସେ ଆହୁରି କହିଛନ୍ତି, ଟିଆର୍‌ପି ବଢ଼ାଉଥିବା ପ୍ରତି ପରିବାରକୁ ଦିନକୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଦିଆଯାଉଥିଲା। କେତେକ ସ୍ଥଳେ ଇଂଲିଶ୍‌ ବୁଝୁ ନ ଥିବା ଲୋକେ ମଧ୍ୟ ରିପବ୍ଲିକ୍‌ ଚ୍ୟାନେଲକୁ ଦିନସାରା ଲଗାଇ ରଖୁଥିଲେ। ସେମାନଙ୍କ ବୟାନ ରେକର୍ଡ କରାଯାଇଥିବା କମିଶନର ସୂଚନା ଦେଇଛନ୍ତି।
ପୋଲିସ ମୁତାବକ ହନ୍ସା ଏବଂ ବିଏଆର୍‌ସି ଟିଆର୍‌ପିର ଏହି ‘ଅସ୍ବାଭାବିକ ଟ୍ରେଣ୍ଡସ୍‌’ ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କାଣ୍ଡିଭଲି ଥାନାରେ ମାମଲା ରୁଜୁ ପରେ ହଂସାର ଜଣେ ପୂର୍ବତନ କର୍ମଚାରୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୦ ଲକ୍ଷ ଓ ଲକର୍‌ରୁ ୮.୫ ଲକ୍ଷ ଟଙ୍କା ଜବତ କରାଯାଇଛି।  ଅପରପକ୍ଷେ ଏହି ଘଟଣାକୁ ନେଇ ରିପବ୍ଲିକ ମିଡିଆ ନେଟଓ୍ବାର୍କର ସମ୍ପାଦକ ଅର୍ନବ ଗୋସ୍ବାମୀ ଏକ ବିବୃତି ଜାରି କରି ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କ ଅଭିଯୋଗକୁ ମିଥ୍ୟା ବୋଲି ଅଭିଯୋଗ କରିଛନ୍ତି। ଏଥିସହ ରିପବ୍ଲିକ ଟିଭି ପକ୍ଷରୁ ମୁମ୍ବାଇ ପୋଲିସ କମିଶନରଙ୍କ ବିରୋଧରେ ଅପରାଧିକ ମାନହାନୀ ମକଦ୍ଦମା ଦାୟର କରାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଆରେ ପ୍ରଥମ କରୋନା ରୋଗୀ

ପଣଜୀ,୧୮।୩: ଗୋଆରେ ବୁଧବାର କରୋନା ଭାଇରସ୍‌ ସଂକ୍ରମଣର ପ୍ରଥମ ଘଟଣା ସାମ୍ନାକୁ ଆସିଛି। ସଂକ୍ରମିତ ହୋଇଥିବା ରୋଗୀ ହେଉଛନ୍ତି ନରଓ୍ବେର ନାଗରିକ। ଫେବୃଆରୀ ୨୦ରେ ଉକ୍ତ...

କରୋନା ସଚେତନତା ଗୀତ ଗାଇ ପୁଣି ଚର୍ଚ୍ଚାରେ ଦୁଇ ଭାଇ ଶାନ୍ତି, ଜ୍ୟୋତି

ଜୟପୁର, ୨୪।୩(ନି.ପ୍ର.) ‘ମଦ ପିଇବି ନାଇଁ, ନାଇଁ ନାଇଁ ନାଇଁ ପିଇବି ନାଇଁ’ ଦୁରଦର୍ଶନରେ ପ୍ରସାରିତ ହେଉଥିବା ଏହି ଗୀତ ୯୦ ଦଶକରେ ବେଶ୍‌ ଲୋକପ୍ରିୟ...

ପ୍ରତୀକ୍ଷା ପିନ୍ଧିଲେ ଗ୍ଲୋରିକୁଇନ ମୁକୁଟ

ପୁରୀ ଅଫିସ, ୧୩ା୧:ଦୀର୍ଘ ୭ଦିନ ପ୍ରତୀକ୍ଷାର ଅନ୍ତ ଘଟିଲା। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶେଷରେ ବାଜି ମାରିନେଲେ ପ୍ରତୀକ୍ଷା। ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର...

ଏନ୍‌ଡ଼ିଏ ସରକାର ‘ଜୋକର ଅଫ୍‌ ଦି ଇୟର’: ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ,୨୮।୧୨: ଭାଜପା-କଂଗ୍ରେସ ପରସ୍ପର ବିରୋଧରେ ଲଗାତାର ବିବାଦୀୟ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଏହି ମର୍ମରେ ଭାଜପା ନେତୃତ୍ୱାଧୀନ ଏନ୍‌ଡ଼ିଏ ସରକାରଙ୍କୁ କଂଗ୍ରେସ ପକ୍ଷରୁ ଅଧୀର ରଞ୍ଜନ...

କଟକଣାକୁ ବେଖାତିର: ନିଷିଦ୍ଧାଞ୍ଚଳରେ ଚକ୍କର କାଟୁଛି ଟ୍ରଲର

ପୁରୀ ଅଫିସ, ୧୦ା୧୨: ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରରେ ମାଛ ମାରିବା ଉପରେ କଟକଣା ଲଗାଯାଇଛି। ଅଲିଭ୍‌ ରିଡ୍‌ଲେଙ୍କ ଆଗମନ ଏବଂ ଅଣ୍ଡାଦାନ...

ଚକାଫାଟିବାରୁ ଦୁର୍ଘଟଣା: ଡିଭାଇଡର ଡେଇଁ ଅନ୍ୟ କାର ସହ ପିଟିହେଲା ଓ୍ବାଗ୍‌ନର, ୩ ଗୁରୁତର

ଭୁବନେଶ୍ୱର,୧୯।୫(ବ୍ୟୁରୋ)- ଶହୀଦନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟବିହାର ଓଭରବ୍ରିଜ୍‌ ଉପରେ ଶନିବାର ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଚକା ଫାଟିଯିବାରୁ ଏକ ଓ୍ବାଗନର...

ଟିଏମ୍‌ସି ଟୁଇଟର୍‌ ହ୍ୟାଣ୍ଡେଲ୍‌ ହ୍ୟାକ୍‌

କୋଲକାତା,୨୮।୨: ତୃଣମୂଳ କଂଗ୍ରେସର ଅଫିସିଆଲ ଟୁଇଟର୍‌ ଆକାଉଣ୍ଟ ମଙ୍ଗଳବାର ହ୍ୟାକ ହୋଇଛି। ହ୍ୟାକର୍‌ଙ୍କ ଦ୍ୱାରା ଟିଏମସିର ଟୁଇଟର୍‌ ଆକାଉଣ୍ଟର ପ୍ରୋଫାଇଲ ଫଟୋ ଏବଂ ନାମ ବଦଳାଇ...

ଓସିଏସ୍‌ ପରୀକ୍ଷାର୍ଥୀଙ୍କୁ ଆଉ ଏକ ସୁଯୋଗ

ଭୁବନେଶ୍ୱର, ୧୩ା୧୨(ବ୍ୟୁରୋ): ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏସ୍‌)-୨୦୨୦ ପରୀକ୍ଷାରୁ ବଞ୍ଚତ୍ତ ଆଶାୟୀଙ୍କ ପାଇଁ ଖୁସି ଖବର। ସେମାନଙ୍କୁ ପରୀକ୍ଷା ଦେବାଲାଗି ଆଉଏକ ସୁଯୋଗ ଦେବାକୁ ରାଜ୍ୟ...

Advertisement
Archives

Model This Week