Posted inଅପରାଧ

ଝିଅକୁ ବଳାତ୍କାର ଖବର ଶୁଣି ଜୀବନ ହାରିଲେ ବାପା

ଜାମନଗର, ୮।୧୦: ଗୁଜରାଟ ଜାମନଗର ଜିଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାମ ଯୋଦ୍ଧପୁର ତହସିଲ ଅନ୍ତର୍ଗତ ବରବାଲା ଗ୍ରାମରେ ଝିଅ ବଳାତ୍କାର ଶିକାର ହୋଇଥିବା ଖବର ଶୁଣି ବାପା ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ନାବାଳିକାଙ୍କ ବାପା ବିଷ ଖାଇ ଆତ୍ମହତ୍ୟା କରିବା ପରେ ସଂପୂର୍ଣ୍ଣ ଖବର ସାମ୍ନାକୁ ଆସିଥିଲା। ନାବାଳିକାଜଣଙ୍କ ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି, ‘ଅଭିଯୁକ୍ତମାନେ ବାପାଙ୍କୁ ହତ୍ୟା କରିବା ଧମକ ଦେଇ ତାଙ୍କ ସହ ୨ଥର ବଳାତ୍କାର କରିଥିଲେ। ଯେତେବେଳେ ସେ ଏହି କଥା ଘରେ ଜଣାଇଥିଲେ ଏଥିରେ ମ୍ରିୟମାଣ ହୋଇ ତାଙ୍କ ବାପା ବିଷ ଖାଇ ଦେଇଥିଲେ।’ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି।
ଜଣାପଡ଼ିଛି ଯେ, ସେହି ଗ୍ରାମର ଅଶ୍ୱିନୀ ଭିମ୍‌ସିଭାଇ ଓ୍ବାଡିଆ ଏକ ମାସ ତଳେ ନାବାଳିକାଙ୍କ ଘରେ ପଶି ତାଙ୍କୁ ବଳାତ୍କାର କରିଥିଲେ। ଏହି କଥା ଘରେ ଜଣାଇଲେ ତାଙ୍କ ବାପାଙ୍କୁ ହତ୍ୟା କରିବେ ବୋଲି ଅଶ୍ୱିନୀ ନାବାଳିକାଙ୍କୁ ଧମକ ଦେଇଥିଲେ। ଏହାପରେ ନିକଟରେ ଅଶ୍ୱିନୀ ପୁନର୍ବାର ନାବାଳିକାଙ୍କ ଘରେ ପଶି ତାଙ୍କୁ ବଳାତ୍କାର କରିଥିଲେ। ଏଥର କିନ୍ତୁ ନାବାଳିକାଜଣଙ୍କ ଘରେ ସମସ୍ତ କଥା କହି ଦେଇଥିଲେ। କିନ୍ତୁ ଅପବାଦ ଭୟରେ ନାବାଳିକାଙ୍କ ପରିବାର ଚୁପ୍‌ ରହିଥିଲେ ମଧ୍ୟ ତାଙ୍କ ବାପା ମାନସିକ ଭାରସାମ୍ୟ ହରାଇ ଶେଷରେ ଆତ୍ମହତ୍ୟା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍‌ରୁ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ସମବାୟ ବ୍ୟାଙ୍କ ଅସ୍ଥାୟୀ କର୍ମଚାରୀ, ସହଯୋଗୀ ଗିରଫ

ବଲାଙ୍ଗୀର ଅଫିସ,୧୦।୧୧: ବଲାଙ୍ଗୀର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଜମାକାରୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ଘଟଣାର ରବିବାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ସମବାୟ...

ଗଞ୍ଜାମରେ ବଢ଼ି ଚାଲିଛି ସାଇବର ଠକେଇ: ଛାତ୍ରଙ୍କ ଆକାଉଣ୍ଟରୁ ଲକ୍ଷେ ଗାଏବ

ବ୍ରହ୍ମପୁର ଅଫିସ ,୯।୧୧ – ଗ୍ରାହକଙ୍କ ପାଖରେ ଅଛି ଏଟିଏମ କାର୍ଡ। କାର୍ଡ ନମ୍ବର କାହାରିକୁ ଦିଆଯାଇନାହିଁ କି ପିନ୍‌ ନମ୍ବର ମଧ୍ୟ କେହି ଜାଣି...

ସମ୍ବଲପୁରରେ ଏନ୍‌କାଉଣ୍ଟର୍‌: କୁଖ୍ୟାତ ଅପରାଧୀ ତ୍ରିଦେବ ଆହତ

ସମ୍ବଲପୁର,୧୦ା୯(ବ୍ୟୁରୋ): ସମ୍ବଲପୁର ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ତ୍ରିଦେବ ବାଗ(୨୫) ମଙ୍ଗଳବାର ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି । ଆହତ ଅବସ୍ଥାରେ...

ଭାଇଙ୍କୁ ପିଟି ହତ୍ୟା କଲେ ଭାଇ

ବ୍ରହ୍ମପୁର ଅଫିସ,୫ା୪: ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପଛପାଖରେ ଥିବା ରାଜୀବ ଆବାସ ଯୋଜନା ଘରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ସାନଭାଇଙ୍କୁ ଡମ୍ବଲ୍ସ(ବାୟାମ ଲୁହା)ରେ ଛେଚି...

ବିଧାୟକ ପାଣିଗ୍ରାହୀଙ୍କ ସହଯୋଗୀ ଗିରଫ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଗୁରୁବାର ଗିରଫ କରାଯାଇଛି। ଚାକିରି କରାଇଦେବା ପାଇଁ ଟଙ୍କା ଆଦାୟ ଅଭିଯୋଗରେ ସେ ଗିରଫ ହୋଇଛନ୍ତି।...

ମହିଳାଙ୍କୁ ଅପହରଣ ଅଭିଯୋଗ: ଥାନାରେ ୫ ଅଟକ

ଆନନ୍ଦପୁର,୨୪।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଶାଳପଡ଼ା ବସଷ୍ଟପ୍‌ ନିକଟରୁ ଜଣେ ମହିଳାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ଘସିପୁରା ପୋଲିସ...

ଶିଖ୍‌ ମହିଳାଙ୍କୁ ହତ୍ୟା ଘଟଣାରେ ଗିରଫ ହେଲେ ସ୍ବାମୀ

ଟରେଣ୍ଟୋ,୧୦ା୧୨: କାନାଡାର ସରେ ପ୍ରାନ୍ତରେ ନିଜ ଘରେ ୪୦ ବର୍ଷୀୟା ଶିଖ୍‌ ମହିଳାଙ୍କୁ ହତ୍ୟା କରାଯାଇଥିଲା। ତେବେ ଏହି ମାମଲାରେ ସ୍ବାମୀଙ୍କୁ ଗିରଫ କରାଯାଇଥିବା କାନାଡା...

୩ ନକଲି ମାଓବାଦୀ ଗିରଫ : ଦେଶୀ ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ

କୋରାପୁଟ,୨୧।୧୦(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ ୩ ବର୍ଷ ଧରି ମାଓବାଦୀଙ୍କ ନାମରେ ଅର୍ଥ ଆଦାୟ ଅଭିଯୋଗରେ ସୋମବାର କାକିରିଗୁମ୍ମା ପୋଲିସ ୩ ଜଣ ନକଲି ମାଓବାଦୀଙ୍କୁ...

Advertisement
Archives

Model This Week