ବିନା ଅନୁମତି ଯୋଗୁ ବାହାନଗା ଦୁର୍ଘଟଣା

ନୂଆଦିଲ୍ଲୀ,୨୫ା୮(ପି.ଟି.):ବାଲେଶ୍ୱର ଜିଲା ବାହାନଗା ବଜାର ରେଳ ଷ୍ଟେଶନ ନିକଟ ଲେଭଲ କ୍ରସିଂରେ ମରାମତି କାର୍ଯ୍ୟ ପୂର୍ବରୁ ବରିଷ୍ଠ ଡିଭିଜନାଲ ଏବଂ ଟେଲିକମ୍‌ ଇଞ୍ଜିନିୟରଙ୍କ ଅନୁମତି ନିଆଯାଇ ନ ଥିଲା। ଏପରି କି ଏଥିପାଇଁ କୌଣସି ସର୍କିଟ୍‌ ଡାଏଗ୍ରାମକୁ ମଧ୍ୟ ଅନୁମୋଦନ କରାଯାଇ ନ ଥିଲା। ଫଳରେ ଗତ ଜୁନ୍‌ ୨ରେ ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା ବୋଲି ଏହାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କହିଛି।
ଭୁବନେଶ୍ୱରସ୍ଥିତ ଏକ ସ୍ବତନ୍ତ୍ର କୋର୍ଟରେ ସିବିଆଇ ପକ୍ଷରୁ ଗୁରୁବାର ଯୁକ୍ତି ବଢ଼ାଯାଇଛି ଯେ, ବାହାନଗା ବଜାର ଷ୍ଟେଶନ ନିକଟ ଗେଟ୍‌ ନମ୍ବର ୯୪ର ଲେଭଲ କ୍ରସିଂ(ଏଲ୍‌ସି)ରେ ମରାମତି କାର୍ଯ୍ୟ ଏହି ଦୁର୍ଘଟଣାର ଅନ୍ୟତମ କାରଣ। ବରିଷ୍ଠ ସେକ୍ସନ ଇଞ୍ଜିନିୟର (ସିଗ୍‌ନାଲ ଇନ୍‌-ଚାର୍ଜ) ଅରୁଣ କୁମାର ମହନ୍ତ ଏହି ମରାମତି କାର୍ଯ୍ୟ କରିଥିଲେ। ସେ ଏଥିରେ ଅନ୍ୟ ଏକ ଏଲ୍‌ସି ଗେଟ୍‌ ନମ୍ବର ୭୯ର ସର୍କିଟ ଡାଏଗ୍ରାମକୁ ବ୍ୟବହାର କରିଥିଲେ ବୋଲି ସିବିଆଇ କୋର୍ଟରେ ଅଭିଯୋଗ ଆଣିଛି। ଅନ୍ୟପକ୍ଷେ ଅରୁଣ ଏହି ଅଭିଯୋଗକୁ ଖଣ୍ଡନ କରି କହିଥିଲେ, କେଏମ୍‌ ୨୫୫/୧୧-୧୩ରେ ଏଲ୍‌ସି ଗେଟ୍‌ ନଂ.୯୪ ଭଲଭାବେ କାର୍ଯ୍ୟ କରୁ ନ ଥିଲା। କିନ୍ତୁ ଉଚ୍ଚ ଅଧିକାରୀମାନେ ଏଥିପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ। ଅରୁଣ ଆହୁରି କହିଥିଲେ, ଏହାର ତଦାରଖ କାର୍ଯ୍ୟ ଅନ୍ୟ କେତେଜଣ ବ୍ୟକ୍ତିଙ୍କୁ ଦିଆଯାଇଥିଲା। ତେଣୁ ଦୁର୍ଘଟଣା ପାଇଁ ସେ ଦାୟୀ ନୁହନ୍ତି।
ପ୍ରକାଶ ଯେ, ଜୁନ୍‌ ୨ରେ କରମଣ୍ଡଳ ଏକ୍ସପ୍ରେସ୍‌ ବାହାନଗା ବଜାର ଷ୍ଟେଶନରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା। ଏହାର କେତୋଟି ବଗି ଲାଇନଚ୍ୟୁତ ହୋଇ ଯଶଓ୍ବନ୍ତପୁର-ହାଓଡା ଏକ୍ସପ୍ରେସ୍‌ ସହ ଧକ୍କା ହୋଇଥିଲା। ଏହି ଟ୍ରିପଲ ଟ୍ରେନ୍‌ ଦୁର୍ଘଟଣାରେ ୨୯୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧,୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଜୁଲାଇ ୭ରେ ସିବିଆଇ ଅରୁଣଙ୍କ ସହ ରେଲଓ୍ବେର ଅନ୍ୟ ୨ ଜଣ ଅଧିକାରୀଙ୍କୁ ଗିରଫ କରିଥିଲା। ଭୁବନେଶ୍ୱରସ୍ଥିତ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ନିକଟରେ ଅରୁଣଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ସିବିଆଇ ପକ୍ଷରୁ ଦାଖଲ ତଥ୍ୟ ପ୍ରମାଣ ଉକ୍ତ ମାମଲାରେ ତାଙ୍କ ସମ୍ପୃକ୍ତିକୁ ଦର୍ଶାଉଥିବା କୋର୍ଟ କହିଥିଲେ।
ଶୁଣାଣି ବେଳେ ସିବିଆଇ ଯୁକ୍ତି ବାଢ଼ିଥିଲା, ବାହାନଗା ବଜାର ରେଳ ଷ୍ଟେଶନର ଲେଭଲ କ୍ରସିଂ ନଂ.୯୪ର ନର୍ଥ ଗୁମ୍‌ଟିରେ ଓ୍ବେରିଂ କାମ କରାଯିବା ସମୟରେ ଏଲ୍‌ସି ଗେଟ୍‌ ନଂ.୭୯ର ସର୍କିଟ୍‌ ଡାଏଗ୍ରାମକୁ ବ୍ୟବହାର କରାଯାଇଥିଲା। ଏଥିରେ ୧୧୦ ଭୋଲ୍ଟ ଏସିରୁ ୨୪ ଭୋଲ୍ଟ ଡିସିକୁ ବିଦ୍ୟୁତ୍‌ ପରିବର୍ତ୍ତନ କରାଯାଇଥିଲା। ମାନୁଏଲ୍‌ ଅନୁସାରେ ଯାଞ୍ଚ, ଟିକିନିକି ପରୀକ୍ଷା, ସିଗ୍‌ନାଲରେ ପରିବର୍ତ୍ତନ ଏବଂ ଇଣ୍ଟରଲକିଂ ଇନ୍‌ଷ୍ଟଲାଇଜେଶନ୍‌ ପାଇଁ ଅନୁମୋଦିତ ଯୋଜନା ଓ ନିର୍ଦ୍ଦେଶାବଳୀର ଅନୁପାଳନ ସୁନିଶ୍ଚିତ କରିବା ଦାୟିତ୍ୱ ଅଭିଯୁକ୍ତ ଆବେଦନକାରୀ ଅରୁଣଙ୍କୁ ଦିଆଯାଇଥିଲା। କିନ୍ତୁ ସେ ଏପରି କୌଣସି ପଦକ୍ଷେପ ନେଇ ନ ଥିଲେ। ଫଳରେ ଏହି ଦୁଃଖଦ ଦୁର୍ଘଟଣା ଘଟି ୨୯୬ ଜଣଙ୍କ ମୃତ୍ୟୁ ଘଟିଲା ବୋଲି ସିବିଆଇ କୋର୍ଟଙ୍କୁ ଅବଗତ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?