ଗୋଟିଏ ଗୋଡ଼ରେ ଭତ୍ତା ପାଇଁ ଦୌଡ଼

ପରଜଙ୍ଗ, ୨୫।୮(ନିଗମାନନ୍ଦ ଦଳବେହେରା): ଜନ୍ମରୁ ଗୋଟିଏ ଗୋଡ଼ ଅଚଳ। ପ୍ରମାଣପତ୍ର କହୁଛି ୫୦% ଦିବ୍ୟାଙ୍ଗ। ନିୟମ ଅନୁଯାୟୀ ଅନେକ ସରକାରୀ ଯୋଜନାର ଲାଭ ପାଇବାକୁ ଯୋଗ୍ୟ। ହେଲେ ଅଦ୍ୟାବଧି ଦୂର ହୋଇପାରିନାହିଁ ଦୁଃଖ। ଏଭଳି ସ୍ଥିତିରେ ଗୋଟିଏ ଗୋଡ଼ରେ ୧୬ ବର୍ଷ ହେଲା ଭତ୍ତା ପାଇଁ ଦୌଡ଼ ଲଗାଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତ ବସନ୍ତପଡ଼ା ଗ୍ରାମର ୩୫ ବର୍ଷୀୟ ଯୁବକ ଦୁଷ୍ମନ୍ତ ବିଶ୍ୱାଳ (୩୫)। ତଥାପି ତାଙ୍କ ଭତ୍ତା ଅପେକ୍ଷାର ଅନ୍ତ ହେଉନାହିଁ।
ଅଭିଯୋଗ ଅନୁଯାୟୀ, ପିଲାଟି ଦିନରୁ ବାପାଙ୍କୁ ହରାଇଥିବା ଦୁଷ୍ମନ୍ତଙ୍କ ଗୋଟିଏ ଗୋଡ଼ ଜନ୍ମରୁ ଅଚଳ। ୨୦୦୬ରେ ତାଙ୍କୁ ପ୍ରଦାନ କରାଯାଇଛି ଭିନ୍ନକ୍ଷମ ପ୍ରମାଣପତ୍ର, ଯେଉଁଥିରେ ସେ ୫୦% ଦିବ୍ୟାଙ୍ଗ ବୋଲି ଉଲ୍ଲେଖ ରହିଛି। ଭତ୍ତା ମଞ୍ଜୁର କରିବା ଲାଗି ମା’ ପୁଅ ଦୁହେଁ ଦୀର୍ଘ ୧୬ ବର୍ଷ ଧରି ସରକାରୀ କାର୍ଯ୍ୟାଳୟ, ପ୍ରଶାସନିକ ଅଧିକାରୀଙ୍କୁ ନେହୁରା ହୋଇ ଥକି ଯାଇଥିଲେ ମଧ୍ୟ ଦାବି ପୂରଣ ହୋଇପାରିନାହିଁ। ଫଳରେ ମା’ଙ୍କୁ ମିଳୁଥିବା ବିଧବା ଭତ୍ତା ଟଙ୍କାରେ ଦୁଇ ପ୍ରାଣୀ ବଡ଼ କଷ୍ଟରେ ଚଳୁଛନ୍ତି। ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ସରକାରୀସ୍ତରରେ ଏକାଧିକ ଯୋଜନା ହେଉଥିବାବେଳେ ଦୁଷ୍ମନ୍ତ ଏଥିରୁ ବଞ୍ଚତ୍ତ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ବିଡିଓ ମନ୍ମଥ ନାୟକ କୁହନ୍ତି, ଦୁଷ୍ମନ୍ତଙ୍କୁ ଯେଉଁ ପୁରୁଣା ପ୍ରମାଣପତ୍ର ମିଳିଛି, ତାହା ଏବେ କାମ ଦେଉନାହିଁ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଜିଆର୍‌ଏସ୍‌ଙ୍କୁ ପୂର୍ଣ୍ଣାଙ୍ଗ ତଥ୍ୟ ଦିଆଯିବା ଜରୁରୀ। ଏହାପରେ ଅଧିକାରୀମାନେ ସ୍ବାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରି ନୂତନ ପ୍ରମାଣପତ୍ର ଦେବା ବ୍ୟବସ୍ଥା କରିବେ। ଏହାପରେ ଦୁଷ୍ମନ୍ତଙ୍କୁ ଭତ୍ତା ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri