ମରାମତି ହେଉନି ଏସ୍‌କେପ୍‌

ଧାମନଗର,୨।୮ (ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲାର ଧାମନଗର ଏକ ବନ୍ୟା ପ୍ଲାବିତ ଅଞ୍ଚଳ। ଉପରମୁଣ୍ଡରେ ସାମାନ୍ୟ ବର୍ଷା ହେଲେ ବୈତରଣୀ ଓ ତା’ର ଶାଖା ନଦୀ ଗେଙ୍ଗୁଟିରେ ବନ୍ୟା ଆସି ବ୍ଲକର ୩୧ ପଞ୍ଚାୟତରୁ ଅଧିକାଂଶ ପଞ୍ଚାୟତର ଚାଷଜମି ଜଳମଗ୍ନ ହେବା ସହ ବହୁ ଗ୍ରାମ ରାସ୍ତା ଓ ଗ୍ରାମ୍ୟ ଉନ୍ନୟନ ରାସ୍ତା ବୁଡ଼ି ଯାତାୟାତ ବନ୍ଦ ହୋଇଥାଏ। ବୈତରଣୀ ବନ୍ୟାର ମୁଖ୍ୟ କାରଣ ହେଲା ଭଣ୍ଡାରିପୋଖରୀ ବ୍ଲକରେ ଥିବା କଣ୍ଟି ଏସ୍‌କେପ୍‌ ସହ ଧାମନଗର ବ୍ଲକର ଦେହୁଡ଼ି ଆନନ୍ଦପୁର ପଞ୍ଚାୟତରେ ଥିବା ମଲ୍ଲିମାହାରା ଓ ସୋହଡ଼ା ପଞ୍ଚାୟତର ଗୌରାଙ୍ଗପୁରଠାରେ ଥିବା ଗୌରାଙ୍ଗପୁର ଏସ୍‌କେପ୍‌। ଏସ୍‌କେପଗୁଡ଼ିକର ଉଚ୍ଚତା ବୃଦ୍ଧି ସାଙ୍ଗକୁ ସୁଦୃଢ଼ୀକରଣ କରାଯାଉ ନ ଥିବାରୁ ଧାମନଗରବାସୀ ପ୍ରତିବର୍ଷ ବନ୍ୟା ବିପର୍ଯ୍ୟୟକୁ ମୁକାବିଲା କରିଥାନ୍ତି। ବୈତରଣୀ ଓ ଶାଖା ଗେଙ୍ଗୁଟି ନଦୀରେ ଥିବା ୫ଟି ଜଳ ନିଷ୍କାସନ ପଥ (ଏସ୍‌କେପ୍‌) ଆଜି ବି ମୁକୁଳା ପଡ଼ିଛି। ଆନନ୍ଦପୁର ପଞ୍ଚାୟତର ଉତ୍ତେଇପୁରଠାରେ ମଲ୍ଲିମାହାରା, ସୋହଡ଼ା ପଞ୍ଚାୟତରେ ଗୌରାଙ୍ଗପୁର ଏସ୍‌କେପ୍‌ ରହିଥିବା ବେଳେ ଗେଙ୍ଗୁଟି ନଦୀର କନକେଇ, ମଠମାହାରା, ଗାଈଛନ୍ଧା ଆଦି ୫ଟି ଜଳ ନିଷ୍କାସନ ପଥ ରହିଛି। ପ୍ରତିବର୍ଷ ବନ୍ୟା ସ୍ରୋତରେ ଏହି ଏସ୍‌କେପ୍‌ର ପଥରଗୁଡ଼ିକ ନଦୀ ପାଣି ସ୍ରୋତରେ ନଷ୍ଟ ହେବା ସହ ଏଣେତେଣେ ହୋଇଯାଇଥାଏ। ପରେ ବିଭାଗ ପକ୍ଷରୁ ମରାମତି କରାଯାଏ। ହେଲେ ଗତବର୍ଷ ବନ୍ୟାରେ ନଷ୍ଟ ହୋଇଥିବା ଏସ୍‌କେପ ଆଜିଯାଏ ମରାମତି ହୋଇନାହିଁ। ଗତବର୍ଷ ବନ୍ୟାରେ ଏସ୍‌କେପ୍‌ରୁ ପଥର ଭାସିଯିବା ସହ ପ୍ରଖର ସ୍ରୋତରେ ନିଷ୍କାସନ ପଥ ଖୋଳି ନଷ୍ଟ କରି ପକାଇଛି। ଏସବୁ ଏସ୍‌କେପର ଉଚ୍ଚତା ବୃଦ୍ଧି ସହ ତାହା ଉପରେ ଫୁଟ୍‌ବ୍ରିଜ ପାଇଁ ସ୍ଥାନୀୟ ଲୋକେ ଦାବି କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କରାଯାଉ ନାହିଁ।
ଧାମନଗର ଅଞ୍ଚଳରେ ପ୍ରବାହିତ ବୈତରଣୀ ସମେତ କୋଚିଳା ଓ ଗେଙ୍ଗୁଟି ନଦୀରେ ପ୍ରତିବର୍ଷ ବନ୍ୟା ଆସି ପ୍ରାୟ ୨୫ ପଞ୍ଚାୟତ ପ୍ରଭାବିତ କରିଥାଏ। ଘରଦ୍ୱାର, ଚାଷଜମି ଓ ରାସ୍ତା ନଷ୍ଟ ହୋଇଥାଏ। ବ୍ଲକର ତଳିଆ ଅଞ୍ଚଳବାସୀ ପ୍ରାୟ ଚାରିଦିନ ଜଳବନ୍ଦୀ ହୋଇ ରହନ୍ତି। ଏସବୁ ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ କାର୍ଯ୍ୟ ନିମ୍ନମାନର ଯୋଗୁ ବର୍ଷେ ଭିତରେ ବନ୍ଧ ନଷ୍ଟ ହେଉଛି। ଗେଙ୍ଗୁଟି ନଦୀବନ୍ଧର ଗୋବିନ୍ଦାଗଡ଼ିଆରୁ ଦୋବଲ ଦେଇ ସୋଧ ବନ୍ଧ ସୁଦୃଢ଼ୀକରଣର କିଛି ମାସ ମଧ୍ୟରେ ନଷ୍ଟ ହେଲାଣି। ଗତବର୍ଷ ବନ୍ୟା ପରେ ଗୌରାଙ୍ଗପୁର ଓ ମଲ୍ଲିମାହାରା ଜଳ ନିଷ୍କାସନ ପଥ ମରାମତି ପାଇଁ ପ୍ରାୟ ୭୦ଲକ୍ଷ ଟଙ୍କା ବ୍ୟୟ କରାଯାଇ କାର୍ଯ୍ୟ କରାଯାଇଥିଲା। ହେଲେ ନିମ୍ନମାନର କାମ ଯୋଗୁ ବନ୍ଧ ଧସି ଫାଟ ସୃଷ୍ଟି ହୋଇଛି। ଗୌରାଙ୍ଗପୁର ଏସ୍‌କେପ୍‌ରେ ବନ୍ୟାଜଳ ବାହାରି ସୋହଡ଼ା ପଞ୍ଚାୟତର ବାଲିପଡ଼ା, ଗୌରାଙ୍ଗପୁର, ଦୁଲାରପୁର ପାଟୁଳି (ଜେନାସାହି) ଓ ସୋହଡ଼ା ଗ୍ରାମର ବହୁ ଲୋକ ବନ୍ୟାଘେରରେ ରହିଥାନ୍ତି।
ଆଖୁଆପଦାଠାରେ ବୈତରଣୀ ନଦୀର ବିପଦ ସଙ୍କେତ ୧୭.୮୩ ମିଟର ରହିଛି। ସେଠାରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ତଥା ୧୮.୦୧ ମିଟର ଛୁଇଁଲେ ଗୌରାଙ୍ଗପୁର ଓ ମଲ୍ଲିମାହାରା ଏସ୍‌କେପରୁ ବନ୍ୟାଜଳ ନିଷ୍କାସନ ହୋଇଥାଏ। ସେହିପରି ଦୁଇ ଏସ୍‌କେପର ଲେଭଲ ୧୦.୨ ମିଟର ଥିବାବେଳେ ପ୍ରତିବର୍ଷ ବନ୍ୟାରେ ଏସ୍‌କେପ୍‌ ନଷ୍ଟ ହେଉଛି। ଏଥର ନଦୀରେ ବଡ଼ଧରଣର ବନ୍ୟା ଆସିଲେ ଧାମନଗର ଅଞ୍ଚଳ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଣୁ ଏସ୍‌କେପ୍‌ଗୁଡ଼ିକର ଉଚ୍ଚତା ବୃଦ୍ଧି ସହ ସୁଦୃଢ଼ୀକରଣ କରାଯିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଗୌରାଙ୍ଗପୁର ଏସ୍‌କେପ୍‌ ଉପରେ ଫୁଟ୍‌ବ୍ରିଜ ଓ ମରାମତି କାର୍ଯ୍ୟ ପାଇଁ ପ୍ରାୟ ୪ କୋଟି ୨୦ ଲକ୍ଷ ଏବଂ ମଲ୍ଲୀମାହାରା ଏସ୍‌କେପ୍‌ ଉପରେ ଫୁଟ୍‌ବ୍ରିଜ ଓ ସୃଦୁଢ଼ୀକରଣ ନିମନ୍ତେ ୬ କୋଟି ୮୫ ଲକ୍ଷ ଟଙ୍କା ସରକାରଙ୍କ ପକ୍ଷରୁ ବ୍ୟୟବରାଦ ହୋଇଛି। ଚଳିତ ବର୍ଷାଋତୁ ପରେ କାର୍ଯ୍ୟ ଆରମ୍ଭ ହେବ। ତେବେ ଗେଙ୍ଗୁଟି ନଦୀରେ ଥିବା ୩ ଏସ୍‌କେପ ମରାମତି କାର୍ଯ୍ୟ ପାଇଁ କୌଣସି ବ୍ୟବସ୍ଥା ହୋଇ ନ ଥିବା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?