ପଡ଼ିଆର ନବୀକରଣ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ହେବାକୁ ଯାଉଛି ହକି ବିଶ୍ୱକପ। ୨୦୧୮ ମସିହାରେ ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଏହି ମେଗା ପ୍ରତିଯୋଗିତାକୁ ଆୟୋଜନ କରି ପ୍ରଶଂସା ସାଉଁଟିଥିଲେ ଓଡ଼ିଶା ସରକାର। ଇତିହାସରେ ପ୍ରଥମଥର ପାଇଁ ୨୦୧୮ ହକି ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବ ଆଖି ଝଲସାଇଦେବା ଭଳି ହୋଇଥିଲା। ଦେଶ ବିଦେଶର ଅନେକ ଖେଳାଳି ଓ ଦର୍ଶକ ଏକାଠି ହୋଇଥିଲେ ଭୁବନେଶ୍ୱରରେ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ। କଳିଙ୍ଗ ଷ୍ଟାଡିୟମ ପରିବେଶ ହୋଇ ଉଠିଥିଲା ଚଳଚଞ୍ଚଳ। ସେହି ଅନୁଭୂତିକୁ ପାଥେୟ କରି ଓଡ଼ିଶା ସରକାର ଦ୍ୱିତୀୟ ଥରପାଇଁ ଆୟୋଜନ କରିବାକୁ ଯାଉଛନ୍ତି ଏହି ହକି ମହାକୁମ୍ଭ। ୨୦୨୩ ହକି ବିଶ୍ୱକପ ଓଡ଼ିଶାରେ ଅନୁଷ୍ଠିତ ହେବ। ତେବେ ଏଥର ରାଜ୍ୟ ସରକାର ଆଉ ଗୋଟିଏ ପାଦ ଆଗକୁ ବଢ଼ି ଏଥର ପ୍ରତିଯୋଗିତାକୁ କେବଳ ଭୁବନେଶ୍ୱର ମଧ୍ୟରେ ସୀମିତ ନ ରଖି ରାଉରକେଲାକୁ ସାମିଲ କରିଛନ୍ତି। ଏଥିପାଇଁ ରାଉରକେଲାରେ ନିର୍ମାଣାଧୀନ ଅଛି ଭାରତର ସର୍ବବୃହତ୍‌ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ। ଏହା ୨୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ହେବ।
ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ନିୟମ ଅନୁସାରେ ପ୍ରତି ବିଶ୍ୱକପ ପୂର୍ବରୁ ଆୟୋଜନ ଭେନ୍ୟୁର ନବୀକରଣ ହୋଇଥାଏ। ଏହାର ଅଂଶବିଶେଷଭାବେ କଳିଙ୍ଗ ଷ୍ଟାଡିୟମର ନବୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସିନ୍ଥେଟିକ୍‌ ଟର୍ଫକୁ କାଢ଼ିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ସମ୍ପୂର୍ଣ୍ଣ କଢ଼ାଯିବା ପରେ ନୂଆ ଟର୍ଫ ବିଛାଯିବ। ଏଫ୍‌ଆଇଏଚ୍‌ ଦ୍ୱାରା ସ୍ବୀକୃତିପ୍ରାପ୍ତ ସଂସ୍ଥା ନୂଆ ଟର୍ଫ ବିଛାଇବା କାର୍ଯ୍ୟ କରିବ। ନୂଆ ଟର୍ଫ ସାଧାରଣତଃ ଜର୍ମାନୀରୁ ଆସିଥାଏ। ପୁରୁଣା ଟର୍ଫକୁ କଢ଼ାଯିବା ପରେ ମେ’ ମାସରେ ନୂଆ ଟର୍ଫ ବିଛାଯିବା କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜ୍ୟ କ୍ରୀଡ଼ା ବିଭାଗର ଉପ ସଚିବ ରଞ୍ଜିତ ପରିଡ଼ା ପ୍ରକାଶ କରିଛନ୍ତି। ସେହିପରି ରାଉରକେଲାରେ ନବନିର୍ମିତ ଷ୍ଟାଡିୟମ ଆସନ୍ତା ସେପ୍ଟେମ୍ବର ମାସସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
କଳିଙ୍ଗ ଷ୍ଟାଡିୟମରେ ଇତିମଧ୍ୟରେ ହକି ଚାମ୍ପିୟନ୍ସ ଟ୍ରଫି (୨୦୧୪), ଏଫ୍‌ଆଇଏଚ୍‌ ପୁରୁଷ ହକି ଓ୍ବାଲର୍‌ଡ ଲିଗ୍‌ (୨୦୧୬-୧୭), ପୁରୁଷ ହକି ବିଶ୍ୱକପ (୨୦୧୮), ଏଫ୍‌ଆଇଏଚ୍‌ ହକି ସିରିଜ ଫାଇନାଲ୍ସ (୨୦୧୮-୧୯), ମହିଳା ଓ ପୁରୁଷ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ (୨୦୧୯), ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ (୨୦୨୦-୨୧, ୨୦୨୧-୨୨) ଓ ଜୁନିୟର ପୁରୁଷ ହକି ବିଶ୍ୱକପ (୨୦୨୧) ଅନୁଷ୍ଠିତ ହୋଇଯାଇଛି। ତେବେ କେବଳ ୨୦୧୮ ପୁରୁଷ ହକି ବିଶ୍ୱକପ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ପୁରୁଣା ଟର୍ଫ କଢ଼ାଯାଇ ନୂଆ ଟର୍ଫ ବିଛା ଯାଇଥିଲା। ୩ ବର୍ଷ ବ୍ୟବଧାନରେ ପୁଣିଥରେ ଷ୍ଟାଡିୟମରେ ନୂଆ ଟର୍ଫ ବିଛାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।
ପ୍ରକାଶଯୋଗ୍ୟ ଯେ, ଆଗାମୀ ବିଶ୍ୱକପକୁ ପୂର୍ବାପେକ୍ଷା ଅଧିକ ଉଦ୍ଦୀପକ ଏବଂ ଅବିସ୍ମରଣୀୟ କରିବାକୁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ନିକଟରେ ବିଶ୍ୱକପ ପାଇଁ ଲୋଗୋ ଉନ୍ମୋଚନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ସୂଚନା ଦେଇ ସାରିଛନ୍ତି। ”ହକି ବିଶ୍ୱକପର ଲୋଗୋ ଉନ୍ମୋଚନ କରି ମୁଁ ବହୁତ ଖୁସି। ଏଥର ଭୁବନେଶ୍ୱର ଓ ରାଉରକେଲା ଭାବେ ୨ଟି ଭେନ୍ୟୁ ହୋଇଥିବାରୁ ଆମେ ଖୁବ୍‌ ଆନନ୍ଦିତ। ୨୦୧୮ ହକି ବିଶ୍ୱକପର ଅନେକ ସ୍ମରଣୀୟ ସ୍ମୃତି ରହିଛି। ୨୦୨୩ ବିଶ୍ୱକପ ଅଧିକ ଉଦ୍ଦୀପକ ଏବଂ ଅବିସ୍ମରଣୀୟ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତାକୁ ବିଶ୍ୱର ହକି ପ୍ରଶଂସକ ଏବଂ ଭାଗ ନେବାକୁ ଯାଉଥିବା ଶ୍ରେଷ୍ଠ ଦଳଗୁଡ଼ିକୁ ସ୍ବାଗତ କରିବାକୁ ଓଡ଼ିଶା ପ୍ରସ୍ତୁତ“ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ୨୦୨୩ ହକି ବିଶ୍ୱକପରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବେ। ଆୟୋଜକ ଭାରତ ସମେତ ବେଲଜିୟମ, ଇଂଲଣ୍ଡ, ଜର୍ମାନୀ, ନେଦରଲାଣ୍ଡ୍ସ, ସ୍ପେନ୍‌, ଫ୍ରାନ୍ସ, ଓ୍ବେଲ୍ସ, ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା, ଚିଲି, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଏଥିପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ୨୦୨୨ ମେ’ ୨୩ରୁ ଜୁନ୍‌୧ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ହେବାକୁଥିବା ଏସିଆ କପ୍‌ରୁ ଅବଶିଷ୍ଟ ୩ଟି ଦଳ ଯୋଗ୍ୟତା ଭିତ୍ତିରେ ଏଥିରେ ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଏଣିକି ଟ୍ରାଫିକ୍‌ ପୋଲିସ ପିନ୍ଧିବେ AC ହେଲ୍‌ମେଟ୍‌

ଭୁବନେଶ୍ୱର,୨୦ା୪: ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ୍‌ କର୍ମଚାରୀ ଏଣିକି ଏସି ବା ଏୟାର କଣ୍ଡିଶନ ହେଲ୍‌ମେଟ୍‌ ପିନ୍ଧିବେ।...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri