ନିର୍ବାଚନରେ ଧର୍ମୀୟଭାବନା

କ’ଣ ପାଇଁ ଆମେ ଭୋଟ ଦେଉଛୁ। ପଞ୍ଜାବ, ମଣିପୁର, ଗୋଆ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର ନିର୍ବାଚନ ଫଳାଫଳ ପାଖେଇ ଆସୁଥିବାରୁ ଏଭଳି ପ୍ରଶ୍ନ ଉପରେ ଆମକୁ ଧ୍ୟାନ ଦେବାକୁ ହେବ। ମୁଖ୍ୟତଃ କେଉଁ ରାଜ୍ୟ କେଉଁ ଦଳକୁ ସମର୍ଥନ କରିଛି ତାହା ଜାଣିବା ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଉତ୍ତରପ୍ରଦେଶ(ୟୁପି)ରେ ଭାଜପା ଖୁବ୍‌ କମ୍‌ ବ୍ୟବଧାନରେ ଜିତିବ ବୋଲି ମୋର ଆଶା। ଯଦି ଏହା ହୁଏ ତେବେ ଆମେ ଗତ ୮ ବର୍ଷ ଯେଭଳି ନିମ୍ନଗାମୀ ହୋଇ ଚାଲିଛୁ ସେହି ସମାନ ପଥରେ ଚାଲିବା। ଯଦି ଭାଜପା ୟୁପିରେ ହାରେ ତେବେ ମାନସିକତା ବଦଳିଯିବ ଓ ସରକାର ୨୦୨୪ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟ ସ୍ବାଭାବିକ ଭାବେ କରିପାରିବେ ନାହିଁ। ତେବେ ଏହି ଲେଖାଟି ପାର୍ଟି କିମ୍ବା ନିର୍ବାଚନ ସମ୍ପର୍କରେ ନୁହେଁ। ଭୋଟର୍‌ମାନେ ଯେଉଁଭଳି ଭାବେ ଭୋଟ ଦେଉଛନ୍ତି ଓ ତାହା କାହିଁକି କରୁଛନ୍ତି ସେ ବିଷୟରେ ଉକ୍ତ ଲେଖାରେ ପ୍ରତିପାଦିତ କରାଯାଇଛି। ଆମ ଦେଶରେ ଭୋଟିଂକୁ ଏକ ସାଧାରଣ ଉପାୟରେ ବୁଝାଯାଏ, ତାହା ହେଉଛିି ‘ଆଣ୍ଟି ଇକ୍ୟୁମ୍ବାନ୍ସି’ (କ୍ଷମତା ବିରୋଧୀ ଲହର) ଅବଧାରଣା। ଏଭଳି ଆପ୍ତବାକ୍ୟ ଅନ୍ୟ ଗଣତାନ୍ତ୍ରିକ ଦେଶଗୁଡ଼ିକରେ ବ୍ୟବହାର କରାଯାଏ ନାହଁି। ଆମେରିକାରେ କ୍ଷମତାରେ ଥିବା ନେତାମାନେ ସେମାନଙ୍କ ବିରୋଧୀଙ୍କ ଅପେକ୍ଷା ହାରାହାରି ୮% ଅଧିକ ଭୋଟ ଲାଭ କରିଥାଆନ୍ତି। ମାସାଚ୍ୟୁସେଟସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି ଦ୍ୱାରା ୧୯୪୨ରୁ ୨୦୦୦ ପର୍ଯ୍ୟନ୍ତ ଆମେରିକାରେ ଅନୁଷ୍ଠିତ ସମସ୍ତ ନିର୍ବାଚନର ସମୀକ୍ଷା କରାଯିବା ପରେ ଏହା ଜଣାପଡ଼ିଛି। ଥରେ ନିର୍ବାଚିତ ହୋଇ ଭୋଟରମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବା ଦ୍ୱାରା ଭୋଟରମାନେ ନେତାମାନଙ୍କୁ ଲଗାତର ଭୋଟ ଦେଉଛନ୍ତି। କିନ୍ତୁ ଭାରତରେ ସୀମିତ ସରକାରୀ ବ୍ୟବସ୍ଥା ଯୋଗୁ ଏଭଳି ସୁବିଧାସୁଯୋଗ ଯୋଗାଇଦେବା ଲାଗି ପର୍ଯ୍ୟାପ୍ତ ସଂସାଧନ ନାହିଁ। ଏଣୁ ସରକାରକୁ ଆସୁଥିବା ପାର୍ଟିଗୁଡ଼ିକ ଭୋଟରମାନଙ୍କ ଜୀବନଜୀବିକାରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କଲେ ମଧ୍ୟ ବିଫଳ ହେଉଛନ୍ତି। ଏହି କାରଣରୁ ଏଠାରେ ପାର୍ଟି କ୍ଷମତାକୁ ଆସି ୫ ବର୍ଷ ସରକାରରେ ରହିବା ପରେ ବିରୋଧୀ ଲହରକୁ ସାମ୍ନା କରୁଛନ୍ତି। ତଥାପି ଆମ ଦେଶର କେତେକ ରାଜ୍ୟରେ ପାର୍ଟିଗୁଡ଼ିକ ଦଶନ୍ଧିଦଶନ୍ଧି ଧରି କ୍ଷମତାରେ ରହିଛନ୍ତି। ଏଥିରୁ ବୁଝାପଡ଼ିଛି ଯେ, ଏହା ପଛରେ ଆଉ କିଛି ରହସ୍ୟ ରହିଛି ଓ କ’ଣ ପାଇଁ ଆମେ ଭୋଟ ଦେଉଛୁ ତାହାକୁ ଅନ୍ୟ ଏକ ଉପାୟରେ ବୁଝିହେବ। ତାହା ହେଉଛି ଜାତି, ଧର୍ମ ଭଳି ଆଇଡେଣ୍ଟିଟି ପଲିିଟିକ୍ସ। ଅନ୍ୟ ଗଣତାନ୍ତ୍ରିକ ଦେଶଗୁଡ଼ିକ ଅପେକ୍ଷା ଏହା ଉପରେ ଆମେ ଅଧିକ ଜୋର ଦେଉଛୁ। ଧର୍ମ ଏବଂ ଜାତି ଆମମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ଏକ ବଡ଼ ତଥା ପ୍ରମୁଖ ପ୍ରସଙ୍ଗ। ଏଥିରୁ ଜଣାପଡୁଛି, ଆମ ସମ୍ପ୍ରଦାୟ ଏବଂ ଜାତିକୁ ସମର୍ଥନ କରି ଆମେ ଭୋଟ ଦେଉଛୁ। ଏହାର କାରଣ ବି ରହିଛି। ଅଧିକାଂଶ ଭୋଟର ଅନୁଭବ କରୁଛନ୍ତି ଯେ, ଯେ କୌଣସି ପାର୍ଟି କ୍ଷମତାରେ ରହିଲେ ବି ସେମାନଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ ନାହିଁ। ଏହା ହିଁ ବାସ୍ତବତା। ଅଧିତ୍କାଂଶ ଭାରତୀୟ ଗରିବ ଓ ସାରା ଜୀବନ ଗରିବ ହୋଇ ରହିବେ। ଏବେ ଯେମିତି ସେମାନଙ୍କ ପିଲା ସରକାରୀ ସ୍କୁଲରେ ଭଲରେ ପଢୁଛନ୍ତ, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଆସିଲେ ପିଲାମାନଙ୍କୁ ସେଭଳି ଶିକ୍ଷା ମିଳିବ ନାହିଁ ଓ ଉଚ୍ଚଶିକ୍ଷା ପାଇବାର ବାଟ ବନ୍ଦ ହୋଇଯିବ; ଗୋଟିଏ ସରକାର ବଦଳି ଆଉ ଏକ ସରକାର ଆସିଲେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ସରକାରୀ ହସ୍ପିଟାଲରେ ସେମାନେ ପାଉଥିବା ଚିକିତ୍ସାର ଗୁଣବତ୍ତାରେ ପରିବର୍ତ୍ତନ ହେବ ନାହିଁ ଏବଂ କୃଷକ ଓ ଦିନ ମଜୁରିଆ ଭାବେ ଅଧିକାଂଶ ଭାରତୀୟ ସାରା ଜୀବନ ସେମିତି ରହିଯିବେ ବୋଲି ସେମାନେ ଅନୁଭବ କରୁଛନ୍ତି। ଏହି କାରଣରୁ ସେମାନେ ଜାତି, ସମ୍ପ୍ରଦାୟ ଓ ବିଶ୍ୱାସକୁ ନେଇ ଭୋଟ ଦେଉଛନ୍ତି।
ଦେଶ ଭୋଟରମାନଙ୍କୁ ଆଗକୁ ବଢ଼ିବାକୁ ସୁଯୋଗ ଦେଉନାହିଁ। ସେମାନଙ୍କ ସମ୍ପ୍ରଦାୟ ଏବଂ ଜାତିକୁ ନେଇ ସରକାର ବିଭେଦ ସୃଷ୍ଟି କରୁଛନ୍ତି। ମନ୍ଦିର, ପ୍ରତିମୂର୍ତ୍ତି ଏବଂ ଘୃଣ୍ୟମନ୍ତବ୍ୟ, ହିଂସା ଏବଂ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରି ଆଇନ ସବୁ ଆଣିବା ଏହି ସରକାରଙ୍କର ଅଂଶବିଶେଷ ହୋଇଯାଇଛି, ଯେଉଁଗୁଡ଼ିକ ଉପରେ ଆମେ ଅଧିକ ଗୁରୁତ୍ୱ ଦେଉଛୁ। ଭାଜପା ଭୋଟରମାନଙ୍କ ଜୀବନର ବିକାଶ ବିଚାରଧାରାରୁ ଦୂରେଇ ଯାଇଥିବା ସ୍ପଷ୍ଟ ହୋଇଛି ନିମ୍ନଗାମୀ ଅର୍ଥ ବ୍ୟବସ୍ଥା ଏବଂ ନିଯୁକ୍ତି କ୍ଷେତ୍ରରୁ। ତେବେ ସରକାର ବିକାଶକୁ ଛାଡ଼ି ଜାତି, ସମ୍ପ୍ରଦାୟ ଉପରେ ଗୁରୁତ୍ୱ ଦେଇ ପ୍ରଭାବ ବିସ୍ତାର କରି ଲାଭ ଉଠାଇପାରିଛନ୍ତିି। ସମ୍ପ୍ରଦାୟ ଏବଂ ଜାତି ତୁଳନାରେ ଅନେକଙ୍କ ପାଇଁ ବିକାଶ, ନିଯୁକ୍ତି ଏବଂ ଏଭଳି ଆଉ କିଛି ପ୍ରସଙ୍ଗ ଯଦି ଗୌଣ ହୋଇଯାଏ ତେବେ ଭାଜପା ଧର୍ମୀୟ ଜାତୀୟତାବାଦ ଉପରେ ଜୋର ଦେଇ ପ୍ରଭାବ ବିସ୍ତାର କରିଚାଲିବ। ଆମ ସମୟରେ ଭାଜପା ସଫଳତାର ସହ ଏହା କରିପାରିଛି। ଭାଜପା ସାମ୍ପ୍ରଦାୟିକତାକୁ ଏତେ ବାଟ ଆଗେଇ ନେଲା ଯେ, ଅନ୍ୟ ପାର୍ଟିସବୁ ଏହା ଉପରେ ଜୋର୍‌ ଦେବାକୁ ଚାହଁିଲେ ନାହିଁ।
ଆମ ଗଣତାନ୍ତ୍ରିକ ରାଜନୀତିର ଏହା ଏକ ନୈରାଶ୍ୟଜନକ ମୂଲ୍ୟାଙ୍କନ। ଏହାକୁ ବୁଝିବା ଏତେ ସହଜ ନୁହେଁ। ଏଯାବତ ଏହା କେବଳ ଏକ ପୋଥିଗତ ପ୍ରସଙ୍ଗ ହୋଇରହିଛି। ସଂଖ୍ୟାଧିକ ଲୋକ ନନ୍‌ ମ୍ୟାଟେରିଆଲ ପଲିଟିକ୍ସ ବା ଅଣ ଭୌତିକ ରାଜନୀତି (ବିକାଶକୁ ଗୁରୁତ୍ୱ ନଦେଇ ଜାତି ସମ୍ପ୍ରଦାୟ ଓ ଧାର୍ମିକ ବିଶ୍ୱାସକୁ ଗୁରୁତ୍ୱ ଦେବା) ପାଇଁ କେବଳ ଭୋଟ ଦିଅନ୍ତି କହିବା ମୋ ପକ୍ଷେ ଏକ ଭୁଲ୍‌ ଆକଳନ ହୋଇପାରେ। ଏହାବାଦ୍‌ ଅତୀତରେ ଏହା ହେଉଥିଲା ଓ ଭବିଷ୍ୟତରେ ଏହା ଜାରି ରହିବାର ସମ୍ଭାବନା ନାହିଁ ବୋଲି ଆକଳନ କରିବା ବି ଭୁଲ୍‌ ହେବ। ନିକଟରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୧୨-୧୭ ମଧ୍ୟରେ ସମାଜବାଦିପାର୍ଟି ଶାସନରେ ଉତ୍ତରପ୍ରଦେଶର ମୋଟ ଘରୋଇ ଉପତ୍ାଦ (ଜିଡିପି)ର ଅଭିବୃଦ୍ଧି ୬.୯୨ ପ୍ରତିଶତ ହୋଇଥିଲା। କିନ୍ତୁ ଭାଜପା ଶାସନରେ ୨୦୧୭ ପରଠାରୁ ଜିଡିପିର ବାର୍ଷିକ ଅଭିବୃଦ୍ଧି ହାର ମାତ୍ର ୧.୯% ରହିଆସିଛି। ନିଶ୍ଚିତଭାବେ ଏହା ଏକ ସଫଳତା ନୁହେଁ, ଯାହାକୁ ସବୁଠୁ ଭଲ ବୋଲି ସ୍ବୀକାର କରିପାରିବ। ତଥାପି ଆଉ କିଛି ଦିନ ପରେ ନିର୍ବାଚନ ପରିଣାମ ଆସିବ। ଶେଷରେ ଲୋକେ ଏହାକୁ ଭଲ ବୋଲି ଗ୍ରହଣ କରି ଯଦି ଭାଜପାକୁ ଜିତାଇଥିବେ ସେଥିରେ ବି ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ।

  • ଆକାର ପଟେଲ

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri