ଖର୍ଚ୍ଚ ପାଇଁ ତରବର

ଭୁବନେଶ୍ୱର,୫ା୩(ବ୍ୟୁରୋ)
୨୦୨୧-୨୨ ଆର୍ଥିକ ବର୍ଷ ଶେଷ ହେବାକୁ ବସିବସିଥିବାବେଳେ ଅନେକ ବିଭାଗ ବଜେଟ ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହୋଇନାହାନ୍ତି। ଏପରି କି କେତେକ ବିଭାଗ ୪୦% ଅର୍ଥ ବି ଖର୍ଚ୍ଚ କରିପାରିନାହାନ୍ତି। ବିଭାଗଗୁଡ଼ିକ ବକେୟା ଅର୍ଥ ଖର୍ଚ୍ଚ ପାଇଁ ଏବେ ତରବର ହେଉଛନ୍ତି। ମାର୍ଚ୍ଚ ଶେଷବେଳକୁ ଏକକାଳୀନ ଅର୍ଥ ଖର୍ଚ୍ଚ ପାଇଁ ଭିଡ଼ ନ କରିବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛି। ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ଏ ନେଇ ସମସ୍ତ ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବ ଏବଂ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି।
ଅର୍ଥ ମଞ୍ଜୁରୀ, ପାଣ୍ଠି ଫେରସ୍ତ, ଟ୍ରେଜେରିରେ ବିଲ୍‌ ଦାଖଲ ଏବଂ ପାଣ୍ଠି ମଞ୍ଜୁରୀ ପାଇଁ ବିଭାଗରେ ପ୍ରସ୍ତାବ ଦାଖଲ ଲାଗି ଅର୍ଥ ବିଭାଗ ପକ୍ଷରୁ ଧାର୍ଯ୍ୟ ସମୟସୀମା ସଂକ୍ରାନ୍ତରେ ପୂର୍ବରୁ ଚିଠି ଲେଖି ଅବଗତ କରାଯାଇଥିଲା। ପ୍ରଶାସନିକ ବିଭାଗଗୁଡ଼ିକୁ ମଧ୍ୟ ଏନେଇ ଅବଗତ କରାଯାଇଛି। ମାର୍ଚ୍ଚ ଶେଷଭାଗରେ ଟ୍ରେଜେରିରେ ଏକକାଳୀନ ବିଭିନ୍ନ ପ୍ରକାରର ବିଲ୍‌ ଦାଖଲରେ ସମସ୍ୟା ଦେଖାଦେବାରୁ ଅର୍ଥ ବିଭାଗ ନୂତନ ସମୟ ଧାର୍ଯ୍ୟ କରିଥିଲା। ମାର୍ଚ୍ଚ ୯ ପୂର୍ବରୁ ସମସ୍ତ ପ୍ରକାର ଯନ୍ତ୍ରପାତି ଖରିଦ, ସାଜସରଞ୍ଜାମ ଏବଂ ଯାନବାହନ ଖରିଦ, ଅଂଶଧନ ନିବେଶ, ସମବାୟ ସଂସ୍ଥା ସପକ୍ଷରେ ବଜେଟ ସହାୟତା, ଶିଳ୍ପସଂସ୍ଥା, ପିଏସ୍‌ୟୁଗୁଡ଼ିକରେ ଋଣ କିମ୍ବା ଅଂଶଧନ ନିବେଶ ଓ ସବ୍‌ସିଡି ଆଦି କାର୍ଯ୍ୟ ଶେଷ କରିବା ପାଇଁ କୁହାଯାଇଛି। ମାର୍ଚ୍ଚ ୯ ପରେ ଟ୍ରେଜେରି ଆଉ ଏହା ଗ୍ରହଣ କରିବ ନାହିଁ ବୋଲି ଅର୍ଥ ସଚିବ ସତର୍କ କରାଇ ଦେଇଛନ୍ତି।
ତେବେ ନୂତନ ସମୟସୀମା ଅନୁଯାୟୀ ବିଲ୍‌ଗୁଡିକର ସମସ୍ତ ତ୍ରୁଟିବିଚ୍ୟୁତି ସୁଧାରି ମାର୍ଚ୍ଚ ୧୪ ସୁଦ୍ଧା ଦାଖଲ କରାଯିବ। କୌଣସି ସ୍ଥିତିରେ ମାର୍ଚ୍ଚ ୧୫ ପରେ ଏହି ସମୟସୀମା ଆଉ ବୃଦ୍ଧି କରାଯିବ ନାହିଁ। ତେବେ ରିଲିଫ ବ୍ୟୟ, ପ୍ରାକୃତିକ ବିପର୍ଯ୍ୟୟ, ବିଜୁଳି, ଟେଲିଫୋନ୍‌ ବିଲ୍‌, ଘରଭଡ଼ା, ଯାନବାହନ ଖର୍ଚ୍ଚ, ମେଡିକାଲ ଆଡ୍‌ଭାନ୍ସ, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିଧବା ଭତ୍ତା, ବିଭିନ୍ନ ପ୍ରକାର ବୃତ୍ତି, ମଧ୍ୟାହ୍ନଭୋଜନ, ପୋଲିସ ସଂଗଠନ, ନିର୍ବାଚନ ଆଦି ପାଇଁ ପ୍ରସ୍ତୁତ ବିଲ୍‌ଗୁଡିକୁ ମାର୍ଚ୍ଚ ୨୫ ସୁଦ୍ଧା ଦାଖଲ ପାଇଁ କୁହାଯାଇଛି।
କେନ୍ଦ୍ରୀୟ ଯୋଜନା, କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା, କେନ୍ଦ୍ର ସହାୟତା ଆଦି ଦାବି ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ମାର୍ଚ୍ଚ ୩୧ ପୂର୍ବରୁ ବ୍ୟୟ ହେବାକୁ ନ ଥିବା କୌଣସି ଅର୍ଥ ପାଇଁ ଟ୍ରେଜେରିରେ ବିଲ୍‌ ଦାଖଲ ହେବନାହିଁ। ଏହି ଅର୍ଥକୁ ସରେଣ୍ଡର କରାଯାଇପାରିବ।
୨୦୨୧-୨୨ ବଜେଟରେ ଉଠାଯାଇ ଖର୍ଚ୍ଚ ହୋଇପାରି ନ ଥିବା ଅର୍ଥ ମାର୍ଚ୍ଚ ଶେଷସୁଦ୍ଧା ସରକାରୀ ଆକାଉଣ୍ଟରେ ଜମାହେବ। ବ୍ୟୟ ହୋଇପାରି ନ ଥିବା ଅର୍ଥ ପରବର୍ତ୍ତୀ ଆର୍ଥିକ ବର୍ଷରେ ବ୍ୟୟ ହୋଇପାରିବ। ଧାର୍ଯ୍ୟ ସମୟସୀମା ମଧ୍ୟରେ ଯେଭଳି ଟ୍ରେଜେରିରେ ବିଲ୍‌ ସବୁ ଦାଖଲ ହୁଏ ସେଥିପ୍ରତି ପଦକ୍ଷେପ ନେବାକୁ ଡିଡିଓମାନଙ୍କୁ ପରାମର୍ଶ ଦିଆଯାଇଛି।
ସରକାରୀ ଅର୍ଥକୁ ବେଆଇନ ଭାବେ ବ୍ୟାଙ୍କରେ ଜମା ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅର୍ଥ ବିଭାଗ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ ଯଦି କୌଣସିଠାରେ ସରକାରୀ ଅର୍ଥ ଏଭଳି ଭାବେ ବ୍ୟାଙ୍କରେ ଜମାହେବ ତେବେ ସେଥିପାଇଁ ଡିଡିଓମାନେ ଦାୟୀ ରହିବେ। ଏପରି କି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?