ଖର୍ଚ୍ଚ ପାଇଁ ତରବର

ଭୁବନେଶ୍ୱର,୫ା୩(ବ୍ୟୁରୋ)
୨୦୨୧-୨୨ ଆର୍ଥିକ ବର୍ଷ ଶେଷ ହେବାକୁ ବସିବସିଥିବାବେଳେ ଅନେକ ବିଭାଗ ବଜେଟ ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହୋଇନାହାନ୍ତି। ଏପରି କି କେତେକ ବିଭାଗ ୪୦% ଅର୍ଥ ବି ଖର୍ଚ୍ଚ କରିପାରିନାହାନ୍ତି। ବିଭାଗଗୁଡ଼ିକ ବକେୟା ଅର୍ଥ ଖର୍ଚ୍ଚ ପାଇଁ ଏବେ ତରବର ହେଉଛନ୍ତି। ମାର୍ଚ୍ଚ ଶେଷବେଳକୁ ଏକକାଳୀନ ଅର୍ଥ ଖର୍ଚ୍ଚ ପାଇଁ ଭିଡ଼ ନ କରିବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛି। ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ଏ ନେଇ ସମସ୍ତ ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବ ଏବଂ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି।
ଅର୍ଥ ମଞ୍ଜୁରୀ, ପାଣ୍ଠି ଫେରସ୍ତ, ଟ୍ରେଜେରିରେ ବିଲ୍‌ ଦାଖଲ ଏବଂ ପାଣ୍ଠି ମଞ୍ଜୁରୀ ପାଇଁ ବିଭାଗରେ ପ୍ରସ୍ତାବ ଦାଖଲ ଲାଗି ଅର୍ଥ ବିଭାଗ ପକ୍ଷରୁ ଧାର୍ଯ୍ୟ ସମୟସୀମା ସଂକ୍ରାନ୍ତରେ ପୂର୍ବରୁ ଚିଠି ଲେଖି ଅବଗତ କରାଯାଇଥିଲା। ପ୍ରଶାସନିକ ବିଭାଗଗୁଡ଼ିକୁ ମଧ୍ୟ ଏନେଇ ଅବଗତ କରାଯାଇଛି। ମାର୍ଚ୍ଚ ଶେଷଭାଗରେ ଟ୍ରେଜେରିରେ ଏକକାଳୀନ ବିଭିନ୍ନ ପ୍ରକାରର ବିଲ୍‌ ଦାଖଲରେ ସମସ୍ୟା ଦେଖାଦେବାରୁ ଅର୍ଥ ବିଭାଗ ନୂତନ ସମୟ ଧାର୍ଯ୍ୟ କରିଥିଲା। ମାର୍ଚ୍ଚ ୯ ପୂର୍ବରୁ ସମସ୍ତ ପ୍ରକାର ଯନ୍ତ୍ରପାତି ଖରିଦ, ସାଜସରଞ୍ଜାମ ଏବଂ ଯାନବାହନ ଖରିଦ, ଅଂଶଧନ ନିବେଶ, ସମବାୟ ସଂସ୍ଥା ସପକ୍ଷରେ ବଜେଟ ସହାୟତା, ଶିଳ୍ପସଂସ୍ଥା, ପିଏସ୍‌ୟୁଗୁଡ଼ିକରେ ଋଣ କିମ୍ବା ଅଂଶଧନ ନିବେଶ ଓ ସବ୍‌ସିଡି ଆଦି କାର୍ଯ୍ୟ ଶେଷ କରିବା ପାଇଁ କୁହାଯାଇଛି। ମାର୍ଚ୍ଚ ୯ ପରେ ଟ୍ରେଜେରି ଆଉ ଏହା ଗ୍ରହଣ କରିବ ନାହିଁ ବୋଲି ଅର୍ଥ ସଚିବ ସତର୍କ କରାଇ ଦେଇଛନ୍ତି।
ତେବେ ନୂତନ ସମୟସୀମା ଅନୁଯାୟୀ ବିଲ୍‌ଗୁଡିକର ସମସ୍ତ ତ୍ରୁଟିବିଚ୍ୟୁତି ସୁଧାରି ମାର୍ଚ୍ଚ ୧୪ ସୁଦ୍ଧା ଦାଖଲ କରାଯିବ। କୌଣସି ସ୍ଥିତିରେ ମାର୍ଚ୍ଚ ୧୫ ପରେ ଏହି ସମୟସୀମା ଆଉ ବୃଦ୍ଧି କରାଯିବ ନାହିଁ। ତେବେ ରିଲିଫ ବ୍ୟୟ, ପ୍ରାକୃତିକ ବିପର୍ଯ୍ୟୟ, ବିଜୁଳି, ଟେଲିଫୋନ୍‌ ବିଲ୍‌, ଘରଭଡ଼ା, ଯାନବାହନ ଖର୍ଚ୍ଚ, ମେଡିକାଲ ଆଡ୍‌ଭାନ୍ସ, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିଧବା ଭତ୍ତା, ବିଭିନ୍ନ ପ୍ରକାର ବୃତ୍ତି, ମଧ୍ୟାହ୍ନଭୋଜନ, ପୋଲିସ ସଂଗଠନ, ନିର୍ବାଚନ ଆଦି ପାଇଁ ପ୍ରସ୍ତୁତ ବିଲ୍‌ଗୁଡିକୁ ମାର୍ଚ୍ଚ ୨୫ ସୁଦ୍ଧା ଦାଖଲ ପାଇଁ କୁହାଯାଇଛି।
କେନ୍ଦ୍ରୀୟ ଯୋଜନା, କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା, କେନ୍ଦ୍ର ସହାୟତା ଆଦି ଦାବି ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ମାର୍ଚ୍ଚ ୩୧ ପୂର୍ବରୁ ବ୍ୟୟ ହେବାକୁ ନ ଥିବା କୌଣସି ଅର୍ଥ ପାଇଁ ଟ୍ରେଜେରିରେ ବିଲ୍‌ ଦାଖଲ ହେବନାହିଁ। ଏହି ଅର୍ଥକୁ ସରେଣ୍ଡର କରାଯାଇପାରିବ।
୨୦୨୧-୨୨ ବଜେଟରେ ଉଠାଯାଇ ଖର୍ଚ୍ଚ ହୋଇପାରି ନ ଥିବା ଅର୍ଥ ମାର୍ଚ୍ଚ ଶେଷସୁଦ୍ଧା ସରକାରୀ ଆକାଉଣ୍ଟରେ ଜମାହେବ। ବ୍ୟୟ ହୋଇପାରି ନ ଥିବା ଅର୍ଥ ପରବର୍ତ୍ତୀ ଆର୍ଥିକ ବର୍ଷରେ ବ୍ୟୟ ହୋଇପାରିବ। ଧାର୍ଯ୍ୟ ସମୟସୀମା ମଧ୍ୟରେ ଯେଭଳି ଟ୍ରେଜେରିରେ ବିଲ୍‌ ସବୁ ଦାଖଲ ହୁଏ ସେଥିପ୍ରତି ପଦକ୍ଷେପ ନେବାକୁ ଡିଡିଓମାନଙ୍କୁ ପରାମର୍ଶ ଦିଆଯାଇଛି।
ସରକାରୀ ଅର୍ଥକୁ ବେଆଇନ ଭାବେ ବ୍ୟାଙ୍କରେ ଜମା ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅର୍ଥ ବିଭାଗ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ ଯଦି କୌଣସିଠାରେ ସରକାରୀ ଅର୍ଥ ଏଭଳି ଭାବେ ବ୍ୟାଙ୍କରେ ଜମାହେବ ତେବେ ସେଥିପାଇଁ ଡିଡିଓମାନେ ଦାୟୀ ରହିବେ। ଏପରି କି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri