ଆର୍ଥିକ ବର୍ଷ ୨୦୨୪ରେ ୩୮ ହଜାର କର୍ମଚାରୀଙ୍କୁ ଛଟେଇ କରିଛି ମୁକେଶ ଅମ୍ବାନିଙ୍କ କମ୍ପାନୀ

ମୁମ୍ବାଇ,୧୨।୮: ଦେଶର ପ୍ରମୁଖ କମ୍ପାନୀ ମାନଙ୍କ ମଧ୍ୟରୁ ଅନ୍ୟତମ ରିଲାଏନ୍ସ ଗ୍ରୁପ୍ ଆର୍ଥିକ ୨୦୨୪ ରେ ଯଥେଷ୍ଟ କର୍ମଚାରୀ ଛଟେଇ କରିଛି। ଅତିରିକ୍ତ ଭାବରେ କମ୍ପାନୀ ଏହାର ବିଭିନ୍ନ ବ୍ୟବସାୟକୁ ଏକୀକରଣ କରିବା ଫଳରେ ଆର୍ଥିକ ୨୦୨୩ ତୁଳନାରେ ଗତ ଆର୍ଥିକ ବର୍ଷରେ ନିଯୁକ୍ତି ସଂଖ୍ୟା ହ୍ରାସ କରିଛି।

ଆର୍ଥିକ ବର୍ଷ ୨୦୨୪ରେ କମ୍ପାନୀ ଏହାର ମୋଟ କର୍ମଚାରୀଙ୍କ କ୍ଷମତା ୩୪୭,୩୬୨ କୁ ହ୍ରାସ କରିଛି ଯାହା ଆର୍ଥିକ ବର୍ଷ ୨୦୨୩ ଶେଷରେ ୩୮୯,୪୧୪ ରୁ ଥିଲା​। ଅର୍ଥାତ ମୋଟ ୪୨,୦୫୨ କର୍ମଜୀବୀ କମ୍ପାନୀ ହ୍ରାସ କରିଥିଲେ। ଅନ୍ୟପଟେ ଆର୍ଥିକ ବର୍ଷ ୨୪ ରେ, ରିଲାଏନ୍ସ ଗ୍ରୁପ୍ ର ମୋଟ କର୍ମଚାରୀଙ୍କ ମଧ୍ୟରେ ୫୩.୯% ୩୦ ବର୍ଷରୁ କମ୍ ଏବଂ ୨୧.୪% ମହିଳା ଥିଲେ।

ତେବେ ତଥ୍ୟରୁ ଜଣାପଡେ ଯେ, ପୂର୍ବ ଆର୍ଥିକ ବର୍ଷ ତୁଳନାରେ ରିଲାଏନ୍ସ୍ର ଏହାର ନିଯୁକ୍ତି ପ୍ରକ୍ରିୟା ମନ୍ଥର କରିଛି। ତଥାପି ଆର୍ଥିକ ବର୍ଷ ୨୦୨୪ ରେ, କମ୍ପାନୀ ଏହାର ବିଭିନ୍ନ ବ୍ୟବସାୟରେ ପ୍ରାୟ ୧.୭୧ ଲକ୍ଷ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା। ଯେତେବେଳେ ପୂର୍ବ ଆର୍ଥିକ ବର୍ଷ ତଥା ୨୦୨୩ରେ ରିଲାଏନ୍ସ ମୋଟ ୨୬୨,୫୫୮ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା। ଫଳରେ କମ୍ପାନୀର ସାମଗ୍ରିକ କର୍ମଚାରୀଙ୍କ ସଂଖ୍ୟା ୩୮୯,୪୧୪ କୁ ବୃଦ୍ଧି ପାଇଥିଲା। ମୋଟ ନୂତନ ନିଯୁକ୍ତି ମଧ୍ୟରୁ ୮୧.୮% ୩୦ ବର୍ଷରୁ କମ୍ ଏବଂ ୨୪.୦% ମହିଳା ଥିଲେ।

ତେବେ ଗତ ଆର୍ଥିକ ବର୍ଷରେ କର୍ମଚାରୀଙ୍କ ସଂଖ୍ୟାରେ ସାମଗ୍ରିକ ହ୍ରାସ ମଧ୍ୟରୁ ଅଧିକାଂଶ ଏହାର ଖୁଚୁରା ବିଭାଗରୁ ଆସିଛି। ସର୍ବାଧିକ ସଂଖ୍ୟକ କର୍ମଚାରୀ ଥିବା ରିଲାଏନ୍ସ ରିଟେଲ, ଆର୍ଥିକ ବର୍ଷ ୨୪ ଶେଷରେ ଏହାର ସଂଖ୍ୟା ୨୦୭, ୫୫୨ କର୍ମଚାରୀ ରହିଛନ୍ତି ଯାହା ୨.୪୫ ଲକ୍ଷରୁ ହ୍ରାସ ପାଇଛି କିମ୍ବା ପ୍ରାୟ ୩୮,୦୦୦ ଲୋକଙ୍କୁ କମ୍ପାନୀ ଛଟେଇ କରିଛି।

ଗତ ବର୍ଷ ରିଲାଏନ୍ସ ରିଟେଲ ଭାରତର ସବୁଠୁ ବଡ ଖୁଚୁରା ଚେନ କମ୍ପାନୀ ପାଲଟିଥିବା ବେଳେ ଏହାର ଅପରେଟିଂ ରାଜସ୍ୱରେ ୧୮.୩% ଅଭିବୃଦ୍ଧି ୨୭୩,୧୩୧ କୋଟି ଟଙ୍କା ଆୟ କରିଥିଲା। ଯାହା ଆର୍ଥିକ ବର୍ଷ ୨୩ ରେ ୨୩୦,୯୫୧ କୋଟିରୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପ୍ରତ୍ୟାହାର କଲେ ମମତାଙ୍କ ପ୍ରାର୍ଥୀ: ଦିଦି କଲେ ବଡ଼ ଘୋଷଣା, କହିଲେ ଏବେ ମୁଁ…

କୋଲକାତା,୧୮।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ବଡ଼ ରାଜନୈତିକ ମୋଡ଼ ଆସିଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ପ୍ରାର୍ଥୀ ସଞ୍ଚିତା ପ୍ରଧାନ (ଦେ) ନନ୍ଦୀଗ୍ରାମ ଆସନରୁ ନିଜ…

ନିର୍ବାଚନ ଚିହ୍ନ ହରାଇବା ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…

କୋଲକାତା,୧୮।୯: ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ନୂତନ ନାମ ଘୋଷଣା କରିଛନ୍ତି। ଏହା ସହିତ, ଉଭୟ…

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା: ମମତାଙ୍କୁ ମିଳିଲା ନୂଆ ପାର୍ଟି ନାଁ-ଚିହ୍ନ, ଜାଣନ୍ତୁ ଋତବ୍ରତଙ୍କୁ କ’ଣ ଦିଆଗଲା…

କୋଲକାତା,୧୮।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ଦୁଇ ଭିନ୍ନ ଗୋଷ୍ଠୀ ପାଇଁ ନିର୍ବାଚନ ଆୟୋଗ ନୂଆ ଦଳୀୟ ନାମ…

କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…

ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

ରାସନ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ୍‌, ଏହି ଡକ୍ୟୁମେଣ୍ଟ ନ ଥିଲେ କଟିଯିବ…

ନୂଆଦିଲ୍‌ଲୀ,୧୮।୯: ଯଦି ଆପଣ ଏକ ନୂଆ ରାସନ କାର୍ଡ ତିଆରି କରିବାକୁ ଯାଉଛନ୍ତି କିମ୍ୱା ପୁରୁଣା କାର୍ଡରେ କୌଣସି ସଦସ୍ୟଙ୍କ ନାମ ଯୋଡ଼ିବା କିମ୍ୱା ହଟାଇବା ବିଷୟରେ…

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?