କାମ ସାରି ଫେରୁଥିଲେ, ଧକ୍କା ଦେଇ ଚମ୍ପଟ ମାରିଲା ବାଇକ୍‌; ଚାଲିଗଲା ଯୁବକଙ୍କ ଜୀବନ, ସଙ୍ଗାତ ମାମୁ…

ଦିଗପହଣ୍ଡି,୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଝରିପଦର ଗ୍ରାମ ନିକଟରେ ଅଜଣା ବାଇକ ଧକ୍କାରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି।ମୃତକ ଜଣକ ହେଲେ ଝରିପଦର ଗ୍ରାମର ନାରାୟଣ ବେହେରା(୨୫) ବୋଲି ଜଣାପଡିଛି। ତଦନ୍ତକାରୀ ଅଧିକାରୀ ଏଏସଆଇ ମନୋଜ ସିଂ ମୃତଦେହ ଜବତ କରି ଶୁକ୍ରବାର ସକାଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।

ଗୁରୁବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଥିଲା। ଏନେଇ ଶୁକ୍ରବାର ଦିଗପହଣ୍ଡି ଥାନାରେ ଏତଲା ହେବା ପରେ ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୨୦୩/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ନାରାୟଣ ତାଙ୍କ ସଙ୍ଗାତ ମାମୁ ଝରିପଦର ଗ୍ରାମର ଏ.ସୁରେନ୍ଦ୍ର ରେଡ୍ଡୀଙ୍କ ସହ ବି. ତୁରୁବୁଡ଼ି ଗ୍ରାମରେ କାମସାରି ବାଇକରେ ଗାଁକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ବାଇକ ତାଙ୍କୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶୁକ୍ରବାର ଭୋରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଧୁବନ ଗ୍ରାମପଂଚାୟତର ସୁକୁଡୁବାଜୁ ନିକଟରେ ଧସିଲା ପାହାଡ଼, ରାସ୍ତା ଜାମ୍

ଗୁଡାରି,୨୪।୯(ପ୍ରମୋଦ କୁମାର ପତି): ଲଗାଣ ବର୍ଷାରେ ଗୁରୁବାର ଅପରାହ୍ନରେ ଗୁଡାରି ବ୍ଲକର ମଧୁବନ ଗ୍ରାମପଂଚାୟତ ଅନ୍ତର୍ଗତ ସୁକୁଡୁବାଜୁ ନିକଟରେ ପାହାଡ଼ରୁ ବଡ଼ ପଥର ଖସି ରାସ୍ତା ମଝିରେ…

ଗାଜଲବାଡି ଘାଟିରେ ଭୂସ୍ଖଳନ, ପୂର୍ବରୁ ସିଲ୍ କରିଥିଲା ପ୍ରଶାସନ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଭୂସ୍ଖଳନ ହୋଇଛି । ଏକାଧିକ…

ଚାଷଜମିରେ ଦା’ ରେ ହାଣି ହତ୍ୟା ଉଦ୍ୟମ ଘଟଣା, ଜେଲ ଗଲେ ଅଭିଯୁକ୍ତ  

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ପ୍ରକାଶ ବେହେରାଙ୍କୁ ତାଙ୍କ ଗ୍ରାମର ଏସ. ବଳରାମ ରେଡ୍ଡୀ ଓରଫ ବଳିଆ ଦା’ ରେ…

ଅଜଣା ଜୀବ କାମୁଡ଼ାରେ ଅନୁଭବ ମଲ୍ଲିକଙ୍କ ମୃତ୍ୟୁ, ମାଣ୍ଡିପାଙ୍କାରେ ଶୋକାକୁଳ ପରିବେଶ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅଜଣା ବିଷାକ୍ତ ଜୀବ…

କେସିଙ୍ଗାରେ ଲଘୁଚାପ ବର୍ଷା-ପବନର ତାଣ୍ଡବ: ଗଛ ଭାଙ୍ଗି ତାର ଛିଣ୍ଡିଲା, ବିଦ୍ୟୁତ ସେବା ଠପ୍

କେସିଙ୍ଗା,୨୪।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପରଲସିଙ୍ଗା ଗ୍ରାମରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ଜମିର ହିଡ ଉପରେ ଥିବା ଗଛ ଲଘୁଚାପ ଜନିତ…

ଧରିତ୍ରୀ ପ୍ରଭାବ; ସାନ୍ତାଳୀ ଗାଁ ପାଣିଖିଆରେ ପାଣି ପଶିବା ଘଟଣା, ଶୁଖିଲା ଖାଦ୍ୟ ବାଣ୍ଟିଲା ପ୍ରଶାସନ

ମହାକାଳପଡ଼ା,୨୪।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ସାନ୍ତାଳୀ ଗାଁ ପାଣି ଖିଆରେ ସମୁଦ୍ର ପାଣି ମାଡ଼ି ଆସିଛି । ଲଘୁଚାପ ପ୍ରଭାବରେ…

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

୫୯ ନଂ ଜାତୀୟ ରାଜପଥ ଗାଜଲବାଡି ଘାଟି ସିଲ୍, ଗୋପାଳପୁର-ରାଇପୁର ଯାତାୟାତ ବନ୍ଦ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତାକୁ ସିଲ୍ କଲା କନ୍ଧମାଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?