Posted inଫୁରସତ

୯୫ ଥର ରିଜେକ୍ଟ ହୋଇଥିଲେ ଯୁବକ: ଏଭଳି ଉପାୟ ଆପଣାଇଲେ ଯେ ୫ ଦିନରେ ମିଳିଲା ଚାକିରି 

ପାଠପଢ଼ା ସରିବା ପରେ ସମସ୍ତେ ଭଲ ଚାକିରିଟିଏ ମିଳୁ ବୋଲି ଚାହାନ୍ତି। ହେଲେ ଅନେକ ଥର ପ୍ରୟାସ କରିବା ସତ୍ତ୍ୱେ ଚାକିରିଟିଏ ମିଳି ନ ଥାଏ। ଲଣ୍ଡନରେ ଜଣେ ଯୁବକଙ୍କ ସହ ସେଭଳି କିଛି ହୋଇଥିଲା। ତାଙ୍କୁ ଗୋଟିଏ କିମ୍ବା ଦୁଇଟି ନୁହେଁ ୯୫ କମ୍ପାନୀ ଚାକିରି ଦେଇ ନ ଥିଲେ। ଏହା ପରେ ସେ ଏଭଳି ଏକ କୌଶଳ ଆପଣାଇଥିଲେ, ଯାହାଫଳରେ ସେ ମାତ୍ର ୫ ଦିନରେ ମନଲାଖି ଚାକିରି ପାଇଛନ୍ତି। ଏବେ ତାଙ୍କର କାହାଣୀ ସୋସିଆଲ ମିଡିଆରୁ ଆରମ୍ଭ କରି ଦେଶବିଦେଶର ଖବରକାଗଜ ଏବଂ ନ୍ୟୁଜ ଚ୍ୟାନେଲ୍‌ରେ ସ୍ଥାନ ପାଉଛି।
ଯୁବକଜଣଙ୍କ ହେଲେ ମହମ୍ମଦ ଅରହମ ଶେହଜାଦ୍‌। ସେ ଏମବିଏ କରିଛନ୍ତି। ଲଗାତାର ଚାକିରି ଲାଗି ସେ ସାକ୍ଷାତକାର ଦେଇଥିଲେ। ହେଲେ ତାଙ୍କୁ ଚାକିରି ମିଳି ନ ଥିଲା। ୯୫ କମ୍ପାନୀରୁ ତାଙ୍କୁ ନା ଶୁଣିବାକୁ ପଡ଼ିଥିଲା। ଏଥିରେ ସେ ହତୋତ୍ସାହିତ ହୋଇଯାଇଥିଲେ। ଶେଷରେ ସେ ଚାକିରି ଖଣ୍ଡେ ପାଇବା ଲାଗି ଅଜବ ଉପାୟ ଆପଣାଇଥିଲେ। ନିଜର ରିଜ୍ୟୁମ୍‌ ସହ ଲଣ୍ଡନ ରାସ୍ତାରେ ଛିଡ଼ା ହୋଇଥିଲେ।
ଗତ ବର୍ଷେ ହେଲା ସେ ଚାକିରି ଖୋଜି ନିରାଶ ହୋଇଥିଲେ। ହେଲେ ଜୁଲାଇ ୧୧ରେ ସେ ସକାଳେ ଉଠି ଏକ ବୋର୍ଡ କରିଥିଲେ। ଏଥିରେ ସେ ଲିଙ୍କଡିନ୍‌ର କ୍ୟୁଆର୍‌ କୋଡ୍‌  ଏବଂ କାନାରୀ ହ୍ବାର୍ଫ ତରଫରୁ ସୁଟକେସ୍‌ ଏବଂ ବୋର୍ଡ ସହ ସେ ହସି ହସି ରାସ୍ତାରେ ଛିଡ଼ା ହୋଇ ନିଜର ବିଜ୍ଞାପନ ଦେଇଥିଲେ। କାହାକୁ ବି ଚାକିରି ମାଗି ନ ଥିଲେ। ଏହାପରେ ବହୁତ ଲୋକ ତାଙ୍କ ପାଖରେ ଆସି ଅଟକିଥିଲେ। ଅନେକେ ତାଙ୍କ କ୍ୟୁଆର୍‌ କୋଡ୍‌କୁ ସ୍କାନ୍‌ କରି ସାନ୍ତ୍ୱନା ଦେଇଥିଲେ। ଏହାପରେ ଜେପିମୋର୍‌ଗାନ୍‌ କମ୍ପାନୀର ନିର୍ଦ୍ଦେଶକ ତାଙ୍କ ପାଖକୁ ଆସିଥିଲେ। ସେ ତାଙ୍କୁ ନିଜର ବିଜ୍‌ନେସ୍‌ କାର୍ଡ ଦେଇଥିଲେ। ପରେ ଯୁବକଙ୍କ ନିକଟକୁ ମେସେଜ୍‌ ଆସିଥିଲା। ପାଞ୍ଚଦିନ ପରେ ତାଙ୍କୁ ଡାଟା ଆନାଲିଷ୍ଟର ଚାକିରି ମିଳିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଡୋଜ୍‌ କୋଭିଶିଲ୍ଡ,, ଦ୍ୱିତୀୟ ଡୋଜ୍‌ କୋଭାକ୍ସିନ୍‌ ନେଲେ ୨୦ ଗ୍ରାମବାସୀ: ହରଡ଼ଘଣାରେ ପ୍ରଶାସନ…

ଲକ୍ଷ୍ନୌ,୨୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଲୋକଙ୍କୁ କୋଭାକ୍ସିନ୍‌ ଅବା କୋଭିଶିଲ୍ଡର ପ୍ରଥମ ଏବଂ...

ଚାଇନାରେ ହେଉଥିଲା ସୂର୍ଯ୍ୟ ଦେବଙ୍କ ଉପାସନା

ବେଜିଂ,୨୦।୧୨: ପୁରାତନ ଚାଇନାରେ ସୂର୍ଯ୍ୟ ଦେବଙ୍କ ଉପାସନା କରାଯାଉଥିଲା। ଉତ୍ତର-ପଶ୍ଚିମ ଚାଇନାର ଝିଜିୟାଙ୍ଗ୍‌ ଉଇଗର ଅଞ୍ଚଳରୁ ଏକ ସ୍ମୃତିସୌଧରୁ ଏସମ୍ପର୍କରେ ତଥ୍ୟ ମିଳିଥିବା ପ୍ରତ୍ନତତ୍ତ୍ୱବିତ୍‌ ମାନେ...

ଓଃ କି ଶୀତ, ଶେଷରେ ଏକାଠି ବସି ନିଆଁ ପୋଇଁହେଲେ ଏମାନେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ପ୍ରକୃତି-ମାନବ ଜୀବନ ମଧ୍ୟରେ ରହିଛି ସ୍ଥାୟୀ ସମ୍ପର୍କ

ଜୈବ ବିବିଧତାର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ଜୈବ ବିବିଧତା କ୍ଷୟ ସମେତ ବିଶ୍ୱ ସ୍ତରୀୟ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ପାଇଁ...

‘ଛୋଟ ସାପର ବେଶି ବିଷ’: ପ୍ରମାଣ କରୁଛି ହାତୀଛୁଆ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

କ୍ଷେତରୁ ଖୋଳି ନେଇଗଲେ ପିଆଜ

ମଣ୍ଡସୋର: ହୁ ହୁ ହୋଇ ବଢ଼ିଚାଲିଛି ପିଆଜ ଦର। ରୋଷେଇଘରେ ସବୁଠୁ ବେଶି ଖୋଜା ପଡୁଥିବା ଏହି ଅତ୍ୟାବଶ୍ୟକ ପରିବା ୧୫୦ ଟଙ୍କା ଛୁଇଁଲାଣି। ଏପରି...

ନରରାକ୍ଷସ: ଶ୍ମଶାନରୁ ୧୫୦ ମୃତଦେହ କାଢ଼ି ଖାଇସାରିଲେଣି

କାହାଣୀରେ ଶୁଣିଥିବେ ନରରାକ୍ଷସ କଥା। ଯେ କି ଜିଅନ୍ତା ମଣିଷ ମାରି ଖାଇଥାନ୍ତି। ମାତ୍ର ଆଜି ମଧ୍ୟ ଦୁନିଆରେ ନରରାକ୍ଷସ ଅଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି।...

ପିଲାଙ୍କୁ ଦିଆଯାଉଛି କୁକୁଡ଼ା ରକ୍ତର ଇଞ୍ଜେକ୍ସନ, କାରଣ ଜାଣିଲେ…

ବେଜିଂ,୧୧ା୧୧: ଚାଇନାର ଲୋକମାନେ ସେମାନଙ୍କର ଅଜବ ଖାଦ୍ୟ ଏବଂ ପାନୀୟ ପାଇଁ ସାରା ବିଶ୍ୱରେ ଜଣାଶୁଣା। କୁହାଯାଏ, ଚାଇନିଜ୍‌ମାନେ ଯେକୌଣସି ଖାଦ୍ୟ ଖାଇପାରନ୍ତି। ବର୍ତ୍ତମାନ ଚାଇନାରେ...

Advertisement
Archives

Model This Week