ଏଲ୍‌ଆଇସି ଆଜି ରାଷ୍ଟ୍ରର ଗର୍ବ

ଭୁବନେଶ୍ୱର,୨୩।୧୦: ଭୁବନେଶ୍ୱର ଡିଭିଜନ ଜୀବନ ବୀମା କର୍ମଚାରୀ ସଂଘର ୧୫ତମ ବାର୍ଷିକ ସମ୍ମିଳନୀ ଶନିବାର ସ୍ଥାନୀୟ ସୂର୍ଯ୍ୟନଗରସ୍ଥିତ ଏଲ୍‌ଆଇସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ୨ ଦିନିଆ କର୍ମଶାଳାକୁ ଅଖିଳ ଭାରତ ବୀମା କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀକାନ୍ତ ମିଶ୍ର ଉଦ୍‌ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମିଶ୍ର କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ୍ତ ଶିଳ୍ପ ବିରୋଧୀ ମନୋଭାବକୁ କଟୁ ସମାଲୋଚନା କରିଥିଲେ। ସେହିଭଳି ଏଲ୍‌ଆଇସିରୁ ୩.୫%ର ଶେୟାର ବିନିବେଶକୁ ସେ ଘୋର ନିନ୍ଦା କରିଥିଲେ। ଏପରିକି ଏଲ୍‌ଆଇସି ଆଜି ରାଷ୍ଟ୍ରର ଗର୍ବ ଏବଂ ଦେଶର ସମୁଦାୟ ଆଭ୍ୟନ୍ତରୀଣ ଋଣର ୨୫% ପୂରଣ କରିଚାଲି ଥିବାବେଳେ ଏଭଳି ଏକ ବୀମା ଶିଳ୍ପକୁ କେନ୍ଦ୍ର ସରକାର ଘରୋଇକରଣ କରିବା ପାଇଁ ଯେଉଁ ମସୁଧା କରି ଚାଲିଛନ୍ତି ତାକୁ ମିଶ୍ର ବିରୋଧ କରିଥିଲେ। ସେହିପରି କର୍ମଚାରୀମାନଙ୍କ ବହୁ ପ୍ରତୀକ୍ଷିତ ମଜୁରି ସଂଶୋଧନର ସୁସମାଧାନ ପାଇଁ ସେ କର୍ମଶାଳାରେ ଦାବି ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡିଏଲ୍‌ଆଇଇଏର ସାଧାରଣ ସମ୍ପାଦକ ବି. ବି. ନାୟକ ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ। ଅପରପକ୍ଷରେ ସଂଘର କୋଷାଧ୍ୟକ୍ଷ ଅରୁଣ ମହାନ୍ତି ସଂଘର ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ।

ଉକ୍ତ କର୍ମଶାଳାରେ ପୂର୍ବ କେନ୍ଦ୍ରାଞ୍ଚଳ ବୀମା କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ତ୍ରିନାଥ ଦୋରା ନିଜ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ଶ୍ରମିକ ମାରଣ ନୀତିର ତୀବ୍ର ବିରୋଧ କରିଥିଲେ। ଏହି ଅବସରରେ ସଂଗଠନର ସଭାପତି ଚନ୍ଦ୍ରମୋହନ ହାଇବ୍ରୁଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିଭଳି କଟକ ଡିଭିଜନ ବୀମା କର୍ମଚାରୀ ସଂଘର ପୂର୍ବତନ ସଭାପତି ମାନ ଗୋବିନ୍ଦ ବାରିକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ୩୦୦ରୁ ଅଧିକ କର୍ମଚାରୀ ଯୋଗଦାନ କରିଥିଲେ। ପରିଶେଷରେ ସାଙ୍ଗଠନିକ ସମ୍ପାଦକ ରମାକାନ୍ତ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ , ଏହି ସମ୍ମିଳନୀ ଜରିଆରେ ସଂଘ ୧୭ ଦଫା ଦାବି ନେଇ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ରିଜୋଲ୍ୟୁଶନ ଗ୍ରହଣ କରିଥିଲା। ରବିବାର ମଧ୍ୟ କର୍ମଶାଳା ପୂର୍ବ ସୂଚୀ ମୁତାବକ ଜାରି ରହିବ ବୋଲି ସଂଘର ସଦସ୍ୟ ସୁଧାଂଶୁ ମିଶ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri