ଗାନ୍ଧୀ ମାର୍ଗରେ ରିହରସାଲ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ ଡ୍ରେସ୍‌ ରିହରସାଲ ସୋମବାର କରାଯାଇଛି। କୋଭିଡ୍‌ କଟକଣାରେ ଗାନ୍ଧୀ ମାର୍ଗରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ପୋଲିସ ଡିଜି ସୁନିଲ ବଂଶଲ ଫୁଲ ଡ୍ରେସ ରିହରସାଲକୁ ନିରୀକ୍ଷଣ କରିଥିଲେ। ଏଥର ପରେଡ୍‌ରେ ୧୦ଟି କଣ୍ଟିଜେଣ୍ଟ ଭାଗ ନେବେ। ଏଥିରେ ୩ଟି ବ୍ରାସ ବ୍ରାଣ୍ଡ ସହ ୮ଟି ପୋଲିସ କଣ୍ଟିଜେଣ୍ଟ ଭାଗ ନେଇଛନ୍ତି। ତେବେ ପ୍ରଥମ ଥର ପାଇଁ ବିଏସ୍‌ଏଫ୍‌ ପରେଡରେ ଭାଗ ନେଉଛି । କୋଭିଡ୍‌ କଟକଣା ପାଇଁ ସିଭିଲ ଏବଂ କଲେଜ ଛାତ୍ରୀଛାତ୍ର ରାଜ୍ୟସ୍ତରୀୟ ପରେଡରୁ ବାଦ୍‌ ପଡ଼ିଛନ୍ତିି। ଅନ୍ୟପକ୍ଷରେ ପରେଡରେ ଭାଗ ନେଉଥିବା ସମସ୍ତଙ୍କର ଆର୍‌ଟି-ପିସିଆର ଟେଷ୍ଟ କରାଯିବ। ରାଜ୍ୟପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ ସହ ଅଭିବାଦନ ଗ୍ରହଣ କରିବେ। ସମ୍ମାନିତ ଅଥିତି ଭାବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ଭୟ: ୧୯ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୫।୪: କାଳବୈଶାଖୀର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଉପକୂଳର ୧୯ଟି ଜିଲାରେ ବର୍ଷା ସାଙ୍ଗକୁ ଝଡତୋଫାନ ହେବାର...

ରାଜଧାନୀରେ ମାଡ଼ିଚାଲିଛି କରୋନା : ଆଜି ପୁଣି ୧୯ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୪୩୩ରେ ପହଞ୍ଚିଲା

ଭୁବନେଶ୍ୱର,୫ା୭(ବ୍ୟୁରୋ): ରବିବାର ରାଜଧାନୀ ଭୁବନେଶ୍ୱରରେ ପୁଣି ୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ କ୍ୱାରାଣ୍ଟାଇନ୍‌ରୁ ଏବଂ ୮ ଜଣ ସ୍ଥାନୀୟ...

ତିନିକୋଶିଆ ଜଙ୍ଗଲରୁ ପୁଣି ମୃତଦେହ ଉଦ୍ଧାର: ଲୋକେ ଭୟଭୀତ, ପୋଲିସର ତଦନ୍ତ ଆରମ୍ଭ

ସଜନାଗଡ଼,୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ଼ ପଞ୍ଚାୟତ ପିଡବ୍ଲ୍ୟୁ ୧୯ନଂ. ରାଜ୍ୟ ରାଜପଥ ପାର୍ଶ୍ୱ ତିନିକୋଶିଆ ଜଙ୍ଗଲରୁ ରବିବାର ପୂର୍ବାହ୍ନରେ ପୁଣି ଜଣେ...

ଏଣିକି ବିନା ଆଙ୍ଗୁଳି ଛାପରେ ନେଇପାରିବେ ରାଶନ

ଭୁବନେଶ୍ୱର,୧୮ା୭(ବ୍ୟୁରୋ)-ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ସ୍କିମ୍‌ରେ ଖାଦ୍ୟ ସାମଗ୍ରୀ ପାଉଥିବା ହିତାଧିକାରୀମାନେ ଏଣିକି ସେମାନଙ୍କର ରାଶନ କେବଳ କାର୍ଡ...

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳି

ବ୍ରହ୍ମପୁର ଅଫିସ,୨୩ା୫: କିଛିଦିନର ନୀରବତା ପରେ ପୁଣି ଥରେ ବ୍ରହ୍ମପୁରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଗୁରୁବାର ସାଧାରଣ ନିର୍ବାଚନର ଭୋଟ ଗଣତି ହେବାକୁ ଥିବାବେଳେ...

ସ୍ବାସ୍ଥ୍ୟକେନ୍ଦ୍ରରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖ

ଭୁବନେଶ୍ବର,୨୪ା୯(ବ୍ୟୁରୋ): ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବିଶୃଙ୍ଖଳା, ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ରୋଗୀଙ୍କ ସମ୍ପର୍କୀୟ ନିର୍ଯାତନା ଓ ଶାରୀରିକ ଆଘାତ ଦେଉଥିବା ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଛି।...

କୋର୍ଟଙ୍କ ଆଦେଶ ଜୁଡିସିଆଲ ଅଧିକାରୀ ମାନୁନାହାନ୍ତି

କଟକ ଅଫିସ,୪ା୮:କୋର୍ଟଙ୍କ ଆଦେଶକୁ ଜୁଡିସିଆଲ ଅଧିକାରୀ ମାନୁ ନ ଥିବା ନେଇ ମଙ୍ଗଳବାର ହାଇକୋର୍ଟରେ ଏକ ପିଟିଶନ ଦାଖଲ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ...

ପୂର୍ବତନ ପଞ୍ଚାୟତ ସମ୍ପାଦକଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ, ୨୦ା୮-ଚାଉଳ ହେରଫେର ମାମଲାର ବିଚାର କରି ସୋମବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଭଗବାନ ପ୍ରଧାନ ପୂର୍ବତନ ପଞ୍ଚାୟତ ସମ୍ପାଦକଙ୍କୁ ୩ ବର୍ଷ...

Advertisement
Archives

Model This Week