କୋରାପୁଟ: ଯାଞ୍ଚ ବେଳେ ୪୭୬ ପ୍ରାର୍ଥିପତ୍ର ନାକଚ

କୋରାପୁଟ,୨୪।୧(ସ୍ବ.ପ୍ର.) କୋରାପୁଟ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦାଖଲ ହୋଇଥିବା ନାମାଙ୍କନପତ୍ରଗୁଡିକର ଯାଞ୍ଚ ପ୍ରକ୍ରିୟା ରବିବାର ଶେଷ ହୋଇଛି। ୪୭୬ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ନାକଚ ହୋଇଛି। ନାକଚ ପ୍ରାର୍ଥତ୍ପତ୍ର ମଧ୍ୟରେ ୱାର୍ଡମେମ୍ବର ୨୭୫, ସରପଞ୍ଚ ୧୫୧, ସମିତିସଭ୍ୟ ୪୦ ଏବଂ ୧୦ଜଣ ଜିଲା ପରିଷଦ ଜୋନ ପ୍ରାର୍ଥୀ ରହିଛନ୍ତି। ଜିଲାରେ ୨୯ ଜିଲା ପରିଷଦ ଜୋନ୍‌ ପାଇଁ ୧୩୧ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ୧୦ ନାକଚ ହୋଇ ୧୨୧ ଜଣଙ୍କ କାଏମ ରହିଛି। ୨୪୦ ସମିତିସଭ୍ୟ ଲାଗି ୯୪୭ ପ୍ରାର୍ଥତ୍ପତ୍ର ମଧ୍ୟରୁ ୪୦ ଜଣଙ୍କ ନାକଚ ହୋଇ ୯୦୭ ଜଣଙ୍କ ନାମାଙ୍କନପତ୍ର କାଏମ ରହିଛି ା ସେହିପରି ଜିଲାରେ ୨୪୦ ସରପଞ୍ଚ ପାଇଁ ୧୧୩୭ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିବାବେଳେ ଯାଞ୍ଚ ବେଳେ ସେଥିରୁ ୧୫୧ ଜଣଙ୍କ ପ୍ରାର୍ଥତ୍ପତ୍ର ନାକଚ ହୋଇଛି। ୯୮୬ ପ୍ରାର୍ଥତ୍ପତ୍ର କାଏମ ରହିଛି ା ଜିଲାର ୨୯୭୪ ୱାର୍ଡମେମ୍ବର ପଦରେ ୩୭୭୭ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିବାବେଳେ ଯାଞ୍ଚବେଳେ ସେଥିରୁ ୨୭୫ ପ୍ରାର୍ଥତ୍ପତ୍ର ନାକଚ ହୋଇ ୩୫୦୨ ଜଣଙ୍କ କାଏମ ରହିଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। କୋରାପୁଟ ଜିଲାର ୨୯ ଜିଲାପରିଷଦ ଜୋନ ମଧ୍ୟରେ ବୈପାରିଗୁଡା ବ୍ଲକର ୨ଟି ଜୋନ୍‌ରେ ୯ ପ୍ରାର୍ଥୀ, କୁନ୍ଦୁରା ବ୍ଲକର ୨ଟି ଜୋନରେ ୯ ପ୍ରାର୍ଥୀ ରହିଛନ୍ତି। କୋଟପାଡ ବ୍ଲକର ୨ଟି ଜୋନ୍‌ରେ ୭ ପ୍ରାର୍ଥୀ, ବୋରିଗୁମ୍ମା ବ୍ଲକର ୩ଟି ଜୋନ୍‌ରେ ୧୭ ପ୍ରାର୍ଥୀ, କୋରାପୁଟ ବ୍ଲକର ୨ଟି ଜୋନରେ ୧୧ ପ୍ରାର୍ଥୀ, ଦଶମନ୍ତପୁର ବ୍ଲକର ୨ଟି ଜୋନ୍‌ରେ ୭ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରହିଛନ୍ତି। ସେହିପରି ଜୟପୁରର ୩ଟି ଜୋନ୍‌ରେ ୧୩ ଜଣ ପ୍ରାର୍ଥୀ ରହିଥିବା ବେଳେ ସେମିଳିଗୁଡାର ୨ ଜୋନରେ ୭ ପ୍ରାର୍ଥୀ,ପଟ୍ଟାଙ୍ଗୀ ୨ ଜୋନ୍‌ରେ ୬ଜଣ, ନନ୍ଦପୁର ୨ ଜୋନ୍‌ରେ ୬ଜଣ, ଲମତାପୁଟ ୨ ଜୋନ୍‌ରେ ୮ଜଣ, ଲକ୍ଷ୍ମୀପୁର ୨ ଜୋନ୍‌ରେ ୮ଜଣ, ନାରାୟଣପାଟଣା ଗୋଟିଏ ଜୋନ୍‌ରେ ୫ ଜଣ ବନ୍ଧୁଗାଁ ୨ଟି ଜୋନ୍‌ରେ ୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ରଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨୨ା୪(ଅମିତାଭ ବେହେରା): ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉଁତା କୋରାପୁଟ ଅତିରିକ୍ତ ଜିଲାପାଳ ଲଗ୍ନଜିତ୍‌ ରାଉତଙ୍କଠାରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ଏହି ଅବସରରେ...

ଦୀର୍ଘବର୍ଷ ପରେ ପୂଜା ପାଇବେ ପ୍ରଭୁ ରଘୁନାଥଜୀଉ, ମାଳିପୁଟ ଉତ୍ସବମୁଖର

ପଟାଙ୍ଗି,୨୨ା୪(ଶରତ ଧଳ): ଦୀର୍ଘବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମଦାନ ଓ ଜଣେ ବ୍ୟକ୍ତିଙ୍କ ସ୍ବେଚ୍ଛାକୃତ ଅର୍ଥଦାନରେ ଗଢ଼ି ଉଠିଥିବା ମନ୍ଦିର ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଉଦାହରଣ...

ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ

କୋରାପୁଟ,୨୧।୪(ଅମିତାଭ ବେହେରା): ଚଳିତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀଭାବେ ରିପିଟ କରାଯାଇଛି। ବର୍ତ୍ତମାନ ସପ୍ତଗିରି...

ପାହାଡ଼ ଜଙ୍ଗଲରେ ନିଆଁ

ଦାମନଯୋଡ଼ି,୨୧ା୪(ମାନସ ରଞ୍ଜନ କର): ଲୋକ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଜଙ୍ଗଲ ପାହାଡ଼ ନିଆଁ ଯୋଗୁ ଜଙ୍ଗଲ ଜୀବଜନ୍ତୁ ଭୟଭୀତ ହୋଇପଡ଼ିଥିବା...

ବେସରକାରୀ ଛାତରେ ଲାଗିଛି ସରକାରୀ ହୋର୍ଡିଂ

ସୁନାବେଡା,ସେମିଳିଗୁଡା,୨୧ା୪କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼: ସୁନାବେଡା ପୌର ପରିଷଦ ଅଧୀନ ସେମିଳିଗୁଡା ଗୋପବନ୍ଧୁ ନଗରଠାରେ ମିଶନ୍‌ ଶକ୍ତି ଏବଂ ନୂଆ-ଓ ର ଦୁଇଟି ବଡ ହୋର୍ଡିଂ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri