କୋରାପୁଟ: ଯାଞ୍ଚ ବେଳେ ୪୭୬ ପ୍ରାର୍ଥିପତ୍ର ନାକଚ

କୋରାପୁଟ,୨୪।୧(ସ୍ବ.ପ୍ର.) କୋରାପୁଟ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦାଖଲ ହୋଇଥିବା ନାମାଙ୍କନପତ୍ରଗୁଡିକର ଯାଞ୍ଚ ପ୍ରକ୍ରିୟା ରବିବାର ଶେଷ ହୋଇଛି। ୪୭୬ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ନାକଚ ହୋଇଛି। ନାକଚ ପ୍ରାର୍ଥତ୍ପତ୍ର ମଧ୍ୟରେ ୱାର୍ଡମେମ୍ବର ୨୭୫, ସରପଞ୍ଚ ୧୫୧, ସମିତିସଭ୍ୟ ୪୦ ଏବଂ ୧୦ଜଣ ଜିଲା ପରିଷଦ ଜୋନ ପ୍ରାର୍ଥୀ ରହିଛନ୍ତି। ଜିଲାରେ ୨୯ ଜିଲା ପରିଷଦ ଜୋନ୍‌ ପାଇଁ ୧୩୧ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ୧୦ ନାକଚ ହୋଇ ୧୨୧ ଜଣଙ୍କ କାଏମ ରହିଛି। ୨୪୦ ସମିତିସଭ୍ୟ ଲାଗି ୯୪୭ ପ୍ରାର୍ଥତ୍ପତ୍ର ମଧ୍ୟରୁ ୪୦ ଜଣଙ୍କ ନାକଚ ହୋଇ ୯୦୭ ଜଣଙ୍କ ନାମାଙ୍କନପତ୍ର କାଏମ ରହିଛି ା ସେହିପରି ଜିଲାରେ ୨୪୦ ସରପଞ୍ଚ ପାଇଁ ୧୧୩୭ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିବାବେଳେ ଯାଞ୍ଚ ବେଳେ ସେଥିରୁ ୧୫୧ ଜଣଙ୍କ ପ୍ରାର୍ଥତ୍ପତ୍ର ନାକଚ ହୋଇଛି। ୯୮୬ ପ୍ରାର୍ଥତ୍ପତ୍ର କାଏମ ରହିଛି ା ଜିଲାର ୨୯୭୪ ୱାର୍ଡମେମ୍ବର ପଦରେ ୩୭୭୭ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିବାବେଳେ ଯାଞ୍ଚବେଳେ ସେଥିରୁ ୨୭୫ ପ୍ରାର୍ଥତ୍ପତ୍ର ନାକଚ ହୋଇ ୩୫୦୨ ଜଣଙ୍କ କାଏମ ରହିଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। କୋରାପୁଟ ଜିଲାର ୨୯ ଜିଲାପରିଷଦ ଜୋନ ମଧ୍ୟରେ ବୈପାରିଗୁଡା ବ୍ଲକର ୨ଟି ଜୋନ୍‌ରେ ୯ ପ୍ରାର୍ଥୀ, କୁନ୍ଦୁରା ବ୍ଲକର ୨ଟି ଜୋନରେ ୯ ପ୍ରାର୍ଥୀ ରହିଛନ୍ତି। କୋଟପାଡ ବ୍ଲକର ୨ଟି ଜୋନ୍‌ରେ ୭ ପ୍ରାର୍ଥୀ, ବୋରିଗୁମ୍ମା ବ୍ଲକର ୩ଟି ଜୋନ୍‌ରେ ୧୭ ପ୍ରାର୍ଥୀ, କୋରାପୁଟ ବ୍ଲକର ୨ଟି ଜୋନରେ ୧୧ ପ୍ରାର୍ଥୀ, ଦଶମନ୍ତପୁର ବ୍ଲକର ୨ଟି ଜୋନ୍‌ରେ ୭ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରହିଛନ୍ତି। ସେହିପରି ଜୟପୁରର ୩ଟି ଜୋନ୍‌ରେ ୧୩ ଜଣ ପ୍ରାର୍ଥୀ ରହିଥିବା ବେଳେ ସେମିଳିଗୁଡାର ୨ ଜୋନରେ ୭ ପ୍ରାର୍ଥୀ,ପଟ୍ଟାଙ୍ଗୀ ୨ ଜୋନ୍‌ରେ ୬ଜଣ, ନନ୍ଦପୁର ୨ ଜୋନ୍‌ରେ ୬ଜଣ, ଲମତାପୁଟ ୨ ଜୋନ୍‌ରେ ୮ଜଣ, ଲକ୍ଷ୍ମୀପୁର ୨ ଜୋନ୍‌ରେ ୮ଜଣ, ନାରାୟଣପାଟଣା ଗୋଟିଏ ଜୋନ୍‌ରେ ୫ ଜଣ ବନ୍ଧୁଗାଁ ୨ଟି ଜୋନ୍‌ରେ ୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଲା ବାଇକ, ୨….

ପଟ୍ଟାଙ୍ଗି,୨୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ବାଲିଘାଟ ସରିଗୁଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର ସହ ମୋଟର ସାଇକେଲ…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri