ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଦୁଇ ଓରାଙ୍ଗଓଟାନ ବାଥରୁମରେ ଗାଧୋଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ୨ ଓରାଙ୍ଗଓଟାନ ଡ୍ରେସ ପିନ୍ଧି ବାଥରୁମ ନିକଟକୁ ଯାଉଛନ୍ତି। ପରେ ଉଭୟେ ନିଜ ଡ୍ରେସ ଖୋଲି ବାଥରୁମ ଭିତରେ ପ୍ରବେଶ କରୁଛନ୍ତି। ଏହାପରେ ଶାଓ୍ବାର ଖୋଲି ଉଭୟେ ମଜାଦାର ତରିକାରେ ଗାଧୋଉଛନ୍ତି। ଜଣେ ଜଣକୁ ସାବୁନ ଲଗାଇ ଦେଉଛି। ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦ ଟୁଇଟରେ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖଛନ୍ତି, ଆଜି ସୋମବାର। ଅଫିସ ଯିବା ପାଇଁ ପ୍ରସ୍ତୁତି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
It’s Monday and time to get ready for the office. pic.twitter.com/EKsCpSsW2k
— Susanta Nanda IFS (Retd) (@susantananda3) July 13, 2020

