Posted inଫୁରସତ

ଏଠାରେ ଲାଲ୍‌ ପିମ୍ପୁଡ଼ି ଚଟଣୀ ଖାଇଥାନ୍ତି ଲୋକେ, ଦୂର ହୋଇଥାଏ ଅନେକ ରୋଗ

ଆପଣ ଅନେକ ଚଟଣୀ ଖାଇଥିବେ, ଯେପରିକି ଟମାଟୋ ଚଟଣୀ ଖଜୁରୀ ଚଟଣୀ, ଆମ୍ବ ଚଟଣୀ, ଧନିଆ ଚଟଣୀ ଇତ୍ୟାଦି। ମାତ୍ର ଆଜି ଏକ ଭିନ୍ନ ଚଟଣୀ ବିଷୟରେ କହିବୁ ଯାହାକି ପିମ୍ପୁଡ଼ିରୁ ପ୍ରସ୍ତୁତ ଚଟଣୀ। ଏହି ପିମ୍ପୁଡ଼ି ସାଧାରଣତଃ ଶୀତଦିନରେ ଜଙ୍ଗଲିଆ ଗଛରେ ଦେଖାଦେଇଥାନ୍ତି।

ଆଦିବାସୀ ସମାଜର ଲୋକଙ୍କ କହିବା ଅନୁଯାୟୀ, ଶୀତଦିନରେ ଏହି ଚଟଣୀ ଖିଆଯାଏ। ଏହା ଖାଇବା ଦ୍ୱାରା ଶୀତ ଲାଗେ ନାହିଁ। ଭୋକ ମଧ୍ୟ ବଢ଼ିଥାଏ। ଏଥିରେ ଟେଟେରିକ୍‌ ଏସିଡ୍‌ ରହିଛି। ଯାହା ଶରୀର ପାଇଁ ବେଶ୍‌ ଲାଭଦାୟକ। ଜାମସେଦପୁରରୁ ପ୍ରାୟ ୭୦ କିଲୋମିଟର ଚାକୁଲିଆ ଜିଲାର ମଟକୁରବା ଗାଁ। ଯେଉଁଠି ଅଧିକାଂଶ ଆଦିବାସୀ ପରିବାର ଲୋକ ବସବାସ କରିଥାନ୍ତି। ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏହି ଗାଁ ବିକାଶଠାରୁ ବହୁ ଦୂରରେ। ଆଦିବାସୀମାନେ କୁହନ୍ତି, ଅଧିକ ଥଣ୍ଡା ପଡ଼ିଲେ ଏହି ପିମ୍ପୁଡ଼ି ଗଛ ଉପରେ ଦେଖାଦେଇଥାନ୍ତି। ସେମାନେ ଗଛରେ ଚଢ଼ି ପିମ୍ପୁଡ଼ିକୁ ଧରିଥାନ୍ତି।

ଘରେ ମହିଳାମାନେ ଏହାକୁ ଶିଳରେ ବାଟି ଏଥିରେ ଲୁଣ, ଲଙ୍କା, ଅଦା, ରସୁଣ ମିଶାଇ ଚଟଣୀ ପ୍ରସ୍ତୁତ କରିଥାନ୍ତି। ପ୍ରାୟ ୩୦ ମିନିଟ୍‌ ବାଟିବା ପରେ ପିମ୍ପୁଡ଼ିଗୁଡ଼ିକ ଭଲ ଭାବେ ମିକ୍ସ ହୋଇଯାନ୍ତି। ଘରର ସମସ୍ତ ସଦସ୍ୟ ପତ୍ର ଠୋଲାରେ ଖାଇ ଏହାର ମଜା ନେଇଥାନ୍ତି। ଛୋଟଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଖାଇଥାନ୍ତି।

ସେମାନେ କୁହନ୍ତି, ବର୍ଷକୁ ଥରେ ଏହି ପିମ୍ପୁଡ଼ି ପ୍ରଚୁର ପରିମାଣରେ ଦେଖାଦେଇଥାନ୍ତି। ତାଙ୍କର ପୂର୍ବପୁରୁଷମାନେ ଏହି ପିମ୍ପୁଡ଼ି ଚଟଣୀ କରି ଖାଉଥିଲେ। ଏବେ ସେମାନେ ଖାଉଛନ୍ତି। ପୂର୍‌ବୀ ସିଂ ନାମକ ଜଣେ ମହିଳା କୁହନ୍ତି, ଏହି ଚଟଣୀ ଖାଇବାକୁ ବହୁତ ସ୍ବାଦିଷ୍ଟ। ଏହାକୁ ଲୋକେ କୁର୍‌କୁ ମଧ୍ୟ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri