Posted inଫୁରସତ

ଏଠାରେ ଲାଲ୍‌ ପିମ୍ପୁଡ଼ି ଚଟଣୀ ଖାଇଥାନ୍ତି ଲୋକେ, ଦୂର ହୋଇଥାଏ ଅନେକ ରୋଗ

ଆପଣ ଅନେକ ଚଟଣୀ ଖାଇଥିବେ, ଯେପରିକି ଟମାଟୋ ଚଟଣୀ ଖଜୁରୀ ଚଟଣୀ, ଆମ୍ବ ଚଟଣୀ, ଧନିଆ ଚଟଣୀ ଇତ୍ୟାଦି। ମାତ୍ର ଆଜି ଏକ ଭିନ୍ନ ଚଟଣୀ ବିଷୟରେ କହିବୁ ଯାହାକି ପିମ୍ପୁଡ଼ିରୁ ପ୍ରସ୍ତୁତ ଚଟଣୀ। ଏହି ପିମ୍ପୁଡ଼ି ସାଧାରଣତଃ ଶୀତଦିନରେ ଜଙ୍ଗଲିଆ ଗଛରେ ଦେଖାଦେଇଥାନ୍ତି।

ଆଦିବାସୀ ସମାଜର ଲୋକଙ୍କ କହିବା ଅନୁଯାୟୀ, ଶୀତଦିନରେ ଏହି ଚଟଣୀ ଖିଆଯାଏ। ଏହା ଖାଇବା ଦ୍ୱାରା ଶୀତ ଲାଗେ ନାହିଁ। ଭୋକ ମଧ୍ୟ ବଢ଼ିଥାଏ। ଏଥିରେ ଟେଟେରିକ୍‌ ଏସିଡ୍‌ ରହିଛି। ଯାହା ଶରୀର ପାଇଁ ବେଶ୍‌ ଲାଭଦାୟକ। ଜାମସେଦପୁରରୁ ପ୍ରାୟ ୭୦ କିଲୋମିଟର ଚାକୁଲିଆ ଜିଲାର ମଟକୁରବା ଗାଁ। ଯେଉଁଠି ଅଧିକାଂଶ ଆଦିବାସୀ ପରିବାର ଲୋକ ବସବାସ କରିଥାନ୍ତି। ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏହି ଗାଁ ବିକାଶଠାରୁ ବହୁ ଦୂରରେ। ଆଦିବାସୀମାନେ କୁହନ୍ତି, ଅଧିକ ଥଣ୍ଡା ପଡ଼ିଲେ ଏହି ପିମ୍ପୁଡ଼ି ଗଛ ଉପରେ ଦେଖାଦେଇଥାନ୍ତି। ସେମାନେ ଗଛରେ ଚଢ଼ି ପିମ୍ପୁଡ଼ିକୁ ଧରିଥାନ୍ତି।

ଘରେ ମହିଳାମାନେ ଏହାକୁ ଶିଳରେ ବାଟି ଏଥିରେ ଲୁଣ, ଲଙ୍କା, ଅଦା, ରସୁଣ ମିଶାଇ ଚଟଣୀ ପ୍ରସ୍ତୁତ କରିଥାନ୍ତି। ପ୍ରାୟ ୩୦ ମିନିଟ୍‌ ବାଟିବା ପରେ ପିମ୍ପୁଡ଼ିଗୁଡ଼ିକ ଭଲ ଭାବେ ମିକ୍ସ ହୋଇଯାନ୍ତି। ଘରର ସମସ୍ତ ସଦସ୍ୟ ପତ୍ର ଠୋଲାରେ ଖାଇ ଏହାର ମଜା ନେଇଥାନ୍ତି। ଛୋଟଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଖାଇଥାନ୍ତି।

ସେମାନେ କୁହନ୍ତି, ବର୍ଷକୁ ଥରେ ଏହି ପିମ୍ପୁଡ଼ି ପ୍ରଚୁର ପରିମାଣରେ ଦେଖାଦେଇଥାନ୍ତି। ତାଙ୍କର ପୂର୍ବପୁରୁଷମାନେ ଏହି ପିମ୍ପୁଡ଼ି ଚଟଣୀ କରି ଖାଉଥିଲେ। ଏବେ ସେମାନେ ଖାଉଛନ୍ତି। ପୂର୍‌ବୀ ସିଂ ନାମକ ଜଣେ ମହିଳା କୁହନ୍ତି, ଏହି ଚଟଣୀ ଖାଇବାକୁ ବହୁତ ସ୍ବାଦିଷ୍ଟ। ଏହାକୁ ଲୋକେ କୁର୍‌କୁ ମଧ୍ୟ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri