ନବରଙ୍ଗପୁରରେ ରେଡ ଆଲର୍ଟ: ବର୍ଷା ପରିସ୍ଥିତି ଉପରେ ପ୍ରଶାସନର କଡ଼ା ନଜର

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ନବରଙ୍ଗପୁର ସମେତ ବିଭିନ୍ନ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ଚମକିବା ନେଇ ସତର୍କ ସୂଚନା ସହ ରେଡ ଆଲର୍ଟ ଜାରି ହେବା ପରେ ନବରଙ୍ଗପୁର ଜିଲା ପ୍ରଶାସନ ସଜାଗ ହୋଇଛି। ସମ୍ଭାବ୍ୟ ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ସହ ଉଦ୍ଧାର ଓ ରିଲିଫ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି।
ଜିଲା, ବ୍ଲକ ଓ ସହରାଞ୍ଚଳ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିଛି। ବିପଦପ୍ରବଣ ଅଞ୍ଚଳ ଉପରେ ନିରନ୍ତର ନଜର ରଖାଯାଉଥିବା ବେଳେ ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କୁ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ମୁଖ୍ୟାଳୟ ନ ଛାଡ଼ିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ନନ୍ଦାହାଣ୍ଡି ବିଡିଓ ଦହଣା ସେତୁ ପରିଦର୍ଶନ କରି ଜଳସ୍ତରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ବର୍ତ୍ତମାନ ସେତୁ ଉପରେ ପାଣି ପ୍ରବାହିତ ହେଉନଥିବା ବେଳେ ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି।

ସେହିପରି ତେନ୍ତୁଳିଖୁଣ୍ଟି-ନବରଙ୍ଗପୁର ରାସ୍ତାରେ ପଡ଼ିଥିବା ଗଛକୁ ଅଗ୍ନିଶମ ବାହିନୀ ହଟାଇବା ପରେ ଯୋଗାଯୋଗ ବ୍ୟବସ୍ଥା ସ୍ବାଭାବିକ ହୋଇଛି। କୁକୁଡ଼ାବାଇ ନୂଆପୁଜାରୀଗୁଡ଼ା ବିଦ୍ୟାଳୟ ନିକଟରେ ଥିବା ଏକ ବିପଦଜନକ ଗଛକୁ ମଧ୍ୟ ହଟାଯାଇଛି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମଲିଗୁମା ନିର୍ମାଣାଧୀନ ସେତୁ ନିକଟରେ ପୋଲିସ ମୁତୟନ କରାଯାଇଛି। ବର୍ଷାଜନିତ ବିପଦକୁ ନେଇ ଜିଲାର ବିଭିନ୍ନ ବିପଦପ୍ରବଣ ଅଞ୍ଚଳରେ ମାଇକ ଯୋଗେ ଜନସଚେତନତା କରାଯାଉଛି। ଇନ୍ଦ୍ରାବତୀ ଡ୍ୟାମର ଜଳଦ୍ୱାର ଖୋଲାଯିବା ସମ୍ପର୍କରେ ମଧ୍ୟ ଲୋକଙ୍କୁ ସତର୍କ କରାଯାଉଛି।

ଏଥିସହ PDS ବଣ୍ଟନ ବ୍ୟବସ୍ଥାକୁ ନିରବଚ୍ଛିନ୍ନ ରଖିବା ସହ ସହରାଞ୍ଚଳର ଡ୍ରେନ ଓ ଜଳ ନିଷ୍କାସନ ପଥଗୁଡ଼ିକୁ ସଫା କରାଯାଉଛି। ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଗ୍ରାମ, ବିଦ୍ୟାଳୟ ଓ ବିପଦପ୍ରବଣ ଅଞ୍ଚଳ ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି। ବର୍ଷା ସମୟରେ ନଦୀ, ନାଳ ଓ ଜଳମଗ୍ନ ଅଞ୍ଚଳକୁ ନ ଯିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ବିପଦ ସମୟରେ ଡଙ୍ଗା ବ୍ୟବହାର ନକରିବା, ନିର୍ମାଣାଧୀନ ସେତୁ ଓ ଅନ୍ୟ ବିପଦପ୍ରବଣ ସ୍ଥାନଠାରୁ ଦୂରେଇ ରହିବାକୁ କୁହାଯାଇଛି।

ଘଡ଼ଘଡ଼ି ଓ ବିଜୁଳି ଚମକିବା ସମୟରେ ଗଛତଳେ ଆଶ୍ରୟ ନ ନେବାକୁ ମଧ୍ୟ ପ୍ରଶାସନ ସତର୍କ କରିଛି। ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିକୁ ନେଇ ଜିଲା ପ୍ରଶାସନ ପୂରା ସଜାଗ ରହିଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

୫ ରାଶିଙ୍କ ଉପରେ ଧନବର୍ଷା କରିବେ ଶନି! ଅକ୍ଟୋବର ପ୍ରଥମ ସସ୍ତାହରୁ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିପାରେ। ଏହି ପରିବର୍ତ୍ତନ ଯୋଗୁ ବୃଷ, ସିଂହ, ତୁଳା, ମକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?