ମନୋରଞ୍ଜନ ପାଇଁ ଭାଙ୍ଗର ବ୍ୟବହାର ଉପରେ ଲାଗିଲା ରୋକ, କେବଳ ମେଡିସିନ ପାଇଁ ହେବ ବ୍ୟବହାର

ବ୍ୟାଙ୍କକ,୧୩।୧: ଭାଙ୍ଗ ବ୍ୟବହାରକୁ ନେଇ ଥାଇଲାଣ୍ଡ ସରକାର କଡା ନିଷ୍ପତ୍ତି ନେଇଛନ୍ତି। ସରକାର କହିଛନ୍ତି ଯେ ଭାଙ୍ଗ ବା କାନବିଜକୁ ମନୋରଞ୍ଜନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। ନୂଆ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଔଷଧ କିମ୍ବା ଅନ୍ୟାନ୍ୟ ଚିକିତ୍ସା ଆବଶ୍ୟକତା ପୂରଣ ପାଇଁ ଭାଙ୍ଗ ବ୍ୟବହାର କରାଯାଇପାରିବ। ସିଏନଏନ ରିପୋର୍ଟ ଅନୁଯାୟୀ, ୧୮ ମାସ ପରେ ଏକ ବଡ଼ ଓଲଟପାଲଟରେ ଭାଙ୍ଗକୁ ଆଂଶିକ ନିଷେଧ କରିବା ପାଇଁ ଏକ ଆଇନ ପ୍ରସ୍ତୁତ କରାଯାଉଛି। ତେବେ ଏହି ଉଦ୍ଭିଦ ବା ଗଛକୁ ଅପରାଧ ବର୍ଗରୁ ଦୂରେଇ ରଖାଯାଉଛି। ଥାଇଲାଣ୍ଡ ସରକାର କହିଛନ୍ତି ଯେ ଏସିଆର ପ୍ରଥମ ଦେଶ ଏଭଳି ନିଷ୍ପତ୍ତି ନେଇଛନ୍ତି।
ଗତ ବର୍ଷ ଥାଇଲାଣ୍ଡରେ ଏକ ମିଳିତ ସରକାର କ୍ଷମତାକୁ ଆସିଥିଲେ। ରିପୋର୍ଟ ଅନୁଯାୟୀ ସରକାର ଏହି ନିୟମକୁ କଡାକଡି କରୁଛନ୍ତି। ବର୍ତ୍ତମାନ କେବଳ ଡାକ୍ତରୀ ଜଗତରେ ଭାଙ୍ଗ ବ୍ୟବହାର କରାଯିବ। ସିଏନଏନ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ପୂର୍ବ ଏସୀୟ ଦେଶରେ ସ୍ଥାନୀୟ ତଥା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ଭାଙ୍ଗର ଚାହିଦା ବୃଦ୍ଧି ପାଇଛି।
ରିପୋର୍ଟ ଅନୁଯାୟୀ, ଥାଇଲାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଡ୍ରାଫ୍ଟ ବିଲ ମଙ୍ଗଳବାର ବାହାରିଛି। ଏଥିରେ ଭାରି ଜୋରିମାନା କିମ୍ବା ଏକ ବର୍ଷ ଜେଲ କିମ୍ବା ଉଭୟଙ୍କୁ ଏକାଠି ଦେବାର ବ୍ୟବସ୍ଥା ଅଛି। ଖବର ଅନୁଯାୟୀ, ଜନସାଧାରଣ ମଧ୍ୟ ଏହି ନିୟମକୁ ସ୍ବାଗତ କରିଛନ୍ତି।
ଥାଇଲାଣ୍ଡରେ ଭାଙ୍ଗକୁ ରୋକିବା ପାଇଁ ଅଣାଯାଇଥିବା ବିଲରେ ଦର୍ଶାଯାଇଛି ଯେ ଭାଙ୍ଗ ଏବଂ ଭାଙ୍ଗ ସମ୍ବନ୍ଧୀୟ ଦ୍ରବ୍ୟ କେବଳ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ସୁବିଧା ପାଇଁ ବ୍ୟବହାର କରାଯାଇପାରିବ। ଗତ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ ଏହି ପ୍ରତିଶ୍ରୁତି ଦେଇଥିଲେ। ଆସନ୍ତା ୬ମାସ ମଧ୍ୟରେ କାନବିଜ ସହ ଜଡିତ ଆଇନକୁ ‘ସଂଶୋଧନ’ କରିବାକୁ ନୂତନ ସରକାର ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?