ସୁସ୍ଥତା ହାର ବଢ଼ିଲା…

ନୂଆଦିଲ୍ଲୀ, ୨୦।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ଶହ ତଳେ ରହିଛି। ଏହା କମି ୧୧୦ ରହିଛି। ଗୋଟିଏ ଦିନ ତଳେ ଏହା ୧୩୩ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ଶୂନ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୩ ହଜାର ୪୯୦ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୩ ହଜାର ୫୫୯ ଥିଲା। ସେହିପରି ୨୪ ଘଣ୍ଟାରେ ୧୭୮ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୨୨୬ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୬୭୭ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୭୬ ହଜାର ୧୯୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୪୨ ହଜାର ୩୨ ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମିଲା ରୋଷେଇ ଗ୍ୟାସ ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ,୧।୫: ସାଧାରଣ ଜନତାଙ୍କ ପାଇଁ ଖୁସି ଖବର। ନନ୍‌- ସବ୍‌ସିଡି ରୋଷେଇ ଗ୍ୟାସ୍‌ର ଦାମ ଏବେ କମ୍‌ ହୋଇଛି। ଦେଶର ଅଏଲ ମାର୍କେଟିଂ କମ୍ପାନୀ ଏଚ୍‌ପିସିଏଲ୍‌,...

ଚାଇନାରେ ସଂକ୍ରମଣ ୧କୁ ହ୍ରାସ

ବେଜିଂ,୩।୫: କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚାଇନାରେ ଶୁକ୍ରବାର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତାହା ବାହାରୁ ଆସିଥିବା ମାମଲା ବୋଲି କୁହାଯାଉଛି। ଡିସେମ୍ବର ମାସରେ ପ୍ରଥମେ...

ମୁଁ ମାସ୍କ ପିନ୍ଧିବିନି, ଦରକାର ପଡ଼ିଲେ ରାସ୍ତା ମଝିରେ ଦେବି ଚୁମ୍ବନ; ପୋଲିସ ନେଲା ଏମିତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୪: କୋଭିଡ ନିୟମ ଉଲ୍ଲଂଘନ କରିବା ଏବଂ ଓ୍ବିକେଣ୍ଡ କର୍ଫ୍ୟୁ ନ ମାନି ଦିଲ୍ଲୀର ଏକ ଦମ୍ପତି ଫସିଛନ୍ତି। ଦିଲ୍ଲୀ ପୋଲିସ ଦମ୍ପତି ପଙ୍କଜ ଦତ୍ତା...

ଇଡିରେ ହାଜର ହେଲେ ରିୟା

ମୁମ୍ବାଇ,୭।୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଅଭିନେତ୍ରୀ ତଥା ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି ଶୁକ୍ରବାର ମୁମ୍ବାଇ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାଳରେ ହାଜର ହୋଇଛନ୍ତି।...

ଟୁଲ୍‌କିଟ୍‌ ମାମଲା: ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି ଗିରଫ

ବେଙ୍ଗାଲୁରୁ,୧୪।୨: ପରିବେଶକର୍ମୀ ଗ୍ରେଟା ଥନବର୍ଗ ଟୁଲକିଟ୍‌ ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ବେଙ୍ଗାଲୁରୁରୁ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ କରିଛନ୍ତି। ଫେବୃୟାରୀ ୪ରେ...

ଆମେ ଆତଙ୍କବାଦୀ ନୋହୁଁ

ନୂଆଦିଲ୍ଲୀ,୧୮ା୯(ପି.ଟି.): ଆମେ ଆତଙ୍କବାଦୀ ନୋହୁଁ। କଶ୍ମୀରରେ ଯାହା ଚାଲିଛି ତାହା ଦେଶ ହିତରେ ନୁହେଁ। ନ୍ୟାଶନାଲ୍‌ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ସାଧାରଣ ନିରାପତ୍ତା...

ଆଜି ଭୁବନେଶ୍ୱରରୁ ୫ ଆକ୍ରାନ୍ତ ଚିହ୍ନଟ: ୭ ସୁସ୍ଥ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,୧୯।୫: ଜମ୍ମୁ-କଶ୍ମୀରରେ ବୁଧବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଜମ୍ମୁ-କଶ୍ମୀରର ଡୋଡା ଅଞ୍ଚଳରେ ଦ୍ୱିପ୍ରହର ୨ଟା ୩୪ ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର...

Advertisement
Archives

Model This Week