Posted inଫୁରସତ

୨୪ ଘଣ୍ଟାରେ ୭୬୫ଥର ପାଣିକୁ ଡେଇଁ ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି

ଦୁନିଆରେ ଅନେକ ସାହସୀ ଲୋକ ଅଛନ୍ତି, ଯେଉଁମାନେ ଏପରି କିଛି କାର୍ଯ୍ୟ କରନ୍ତି, ଯାହା ଆମେ ଚିନ୍ତା କରିବା ମଧ୍ୟ କଷ୍ଟକର। ଏମିତି ଅସମ୍ଭବ କାର୍ଯ୍ୟ କରି ଦେଖାଇଛନ୍ତି ଫ୍ରାନ୍ସର ଫ୍ରାଙ୍କୋସ୍‌-ମେରି। ୨୪ ଘଣ୍ଟାରେ ୭୬୫ ଥର ପାଣିକୁ ଡେଇଁ ସେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।

ସାଧାରଣତଃ ଦୁଃସାହସିକ କ୍ରୀଡ଼ା ତାଲିକାରେ ବଞ୍ଜି ଜମ୍ପିଂ ଓ୍ବାଲର୍‌ଡ ରେକର୍ଡର ନାମ ଶୁଣିଥିବେ, ଯେଉଁଥିରେ ଜଣେ ବ୍ୟକ୍ତି କିଛି ଯନ୍ତ୍ରପାତି ବ୍ୟବହାର କରି ଉଚ୍ଚତାରୁ ଡେଇଁପଡ଼ନ୍ତି। ଏଥିସହିତ ଇଲାଷ୍ଟିକ୍‌ ଦଉଡ଼ି ବ୍ୟବହାର କରିଥାନ୍ତି। ଯେଉଁମାନେ ଏପରି କରିଥାନ୍ତି ସେମାନଙ୍କ ମଧ୍ୟରେ ଦୃଢ଼ ମନୋବଳ ଏବଂ ସାହସ ରହିବା ଆବଶ୍ୟକ। ଯେଉଁ ସାହସ ଫ୍ରାଙ୍କୋସଙ୍କ ମଧ୍ୟରେ ଥିଲା। ଥରେ କିମ୍ବା ଦୁଇଥର ନୁହେଁ ଦିନକୁ ୭୬୫ ଥର ଡେଇଁଛନ୍ତି।

ସେ ସ୍କଟଲ୍ୟାଣ୍ଡର ପିଟଲୋଚରି ଗ୍ୟାରି ନଦୀରେ ବଞ୍ଜି ଜମ୍ପିଂ କରିଥିଲେ। ମଙ୍ଗଳବାର ସକାଳ ୧୦.୧୦ରେ ଜମ୍ପ୍‌ ଆରମ୍ଭ କରିଥିଲେ ଏବଂ ବୁଧବାର ଠିକ୍‌ ସେହି ସମୟରେ ଶେଷ ହୋଇଥିଲେ। ଏମିତି କରି ସେ ୨୦୧୭ରେ ନ୍ୟୁଜିଲ୍ୟାଣ୍ଡର ମାଇକ ହର୍ଡଙ୍କ ୪୩୦ଥର ବଞ୍ଜି ଜମ୍ପିଂ ରେକର୍ଡ ଭାଙ୍ଗିଥିଲେ।

ତାଙ୍କର ରେକର୍ଡ ପ୍ରୟାସ ଦେଖିବାକୁ ଗିନିଜ ଓ୍ବାଲର୍‌ଡ ରେକର୍ଡସ ଦଳ ମଧ୍ୟ ଉପସ୍ଥିତ ଥିଲେ। ଗତ ବର୍ଷ ମଧ୍ୟ୍‌ ଜଣେ ବ୍ୟକ୍ତି ରୁଷିଆରେ ସମାନ ବଞ୍ଜି ଜମ୍ପିଂ ଉଦ୍ୟମ କରିଥିଲେ। ସେ ଏକ ନିଛାଟିଆ ଗୋଦାମର ଛାତରୁ ପ୍ରାୟ ୫୦ଫୁଟ ଉଚ୍ଚରୁ ଡେଇଁପଡ଼ିଥିଲେ। ତାଙ୍କର ଏହି କଳା ପ୍ରଦର୍ଶନ କ୍ୟାମେରାରେ ରେକର୍ଡ ହୋଇ ଭାଇରାଲ ହୋଇଥିଲା। ଯଦିଓ ଏହା ଏକ ରେକର୍ଡ ପ୍ରୟାସ ନୁହେଁ, କିନ୍ତୁ ଫ୍ରାଙ୍କୋସଙ୍କ ଏହି ପ୍ରୟାସ କେବଳ ବିଶ୍ୱ ରେକର୍ଡ ପାଇଁ ଥିଲା, ଯାହା ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri