Posted inଜାତୀୟ

ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ସରକାରରେ ବିଦ୍ରୋହ: ଦିଲ୍ଲୀରେ ୧୨ବିଧାୟକ

ଅଗରତାଲା, ୧୧।୧୦: ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ସରକାରରେ ବିଦ୍ରୋହ ସୃଷ୍ଟି ହୋଇଛି। ଶାସକଦଳର ୧୨ ଜଣ ଅସନ୍ତୁଷ୍ଟ ବିଧାୟକ ଦିଲ୍ଲୀରେ ହାଇକମାଣ୍ଡଙ୍କ ସହିତ ସାକ୍ଷାତ୍‌ କରିବା ଲାଗି ଡେରା ପକାଇ ରହିଛନ୍ତି। ବିଧାୟକମାନେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଅଭିଯୋଗ କରିବାକୁ ଯୋଜନା କରିଛନ୍ତି। ଅସନ୍ତୁଷ୍ଟ ବିଧାୟକଙ୍କୁ କେତେକ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମର୍ଥନ ରହିଥିବା ନେଇ ରାଜ୍ୟରେ ଚର୍ଚ୍ଚା ହେଉଛି। ବିଧାୟକମାନେ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆସ୍ଥା ରହିଥିବା କହିଛନ୍ତି। ତେବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବିପ୍ଲବଙ୍କ କାର୍ଯ୍ୟ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା କୁହାଯାଉଛି। ଇତିମଧ୍ୟରେ ରାଜ୍ୟର ସୂର୍ଯ୍ୟମଣି ନଗର ବିଧାୟକ ରାମ ପ୍ରସାଦ ପାଲ୍‌ ରାଷ୍ଟ୍ରୀୟ ମହାସଚିବ ବି.ଏଲ୍‌. ସନ୍ତୋଷଙ୍କ ସହିତ ସାକ୍ଷାତ୍‌ କରିଛନ୍ତି। ରାମ ପ୍ରସାଦଙ୍କ ପ୍ରତି ୨୫ ଜଣ ବିଧାୟକଙ୍କର ସମର୍ଥନ ଥିବା କୁହାଯାଉଛି। ବିଦ୍ରୋହୀ ବିଧାୟକଙ୍କ ମଧ୍ୟରେ ରାମ ପ୍ରସାଦଙ୍କ ସମେତ ସୁଶାନ୍ତ ଚୌଧୁରୀ, ପରିମଳ ଦେବ ବର୍ମା, ଆର୍‌.ସି. ରଙ୍ଖଓ୍ବାଲ, ଆଶିଷ ଦାସ, ଅତୁଲ ଦେବ ବର୍ମା, ବର୍ବ ମୋହନ ତ୍ରିପୁରା ପ୍ରମୁଖ ରହିଛନ୍ତି। ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାର ୨୦୧୮ ନିର୍ବାଚନରେ ୧୯୯୮ରୁ ଶାସନ କରିଆସୁଥିବା ସିପିଆଇଏମ୍‌ ୫୦ରୁ ୧୬ ସିଟ୍‌କୁ ଖସିଆସିଥିଲା। ଭାଜପା ୩୬ ଓ ଏହାର ସହଯୋଗୀ ଇଣ୍ଡିଜେନସ୍‌ ପିପୁଲ୍ସ ଫ୍ରଣ୍ଟ ଅଫ୍‌ ତ୍ରିପୁରା ୮ ଆସନ ଦଖଲ କରି ସରକାର ଗଢ଼ିଲେ। ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୩୧ ହୋଇଥିବାବେଳେ ଦୁଇ ଦଳର ବିଧାୟକଙ୍କ ସଂଖ୍ୟା ମିଶିଲେ ୪୪ ହେଉଛି। ତେଣୁ ୫ ବର୍ଷ ପାଇଁ ନିରାପଦରେ ଶାସନ କରିବେ ବୋଲି ବିପ୍ଳବ ଦେବ ଧରିନେଇଥିଲେ। ପ୍ରଦର୍ଶନ ଓ ରାଜ୍ୟର ଉନ୍ନତି ପାଇଁ କାର୍ଯ୍ୟ ଅପେକ୍ଷା ବିପ୍ଳବ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ନିଜ ବିବାଦୀୟ ମନ୍ତବ୍ୟକୁ ନେଇ। କେତେବେଳେ ବଙ୍ଗାଳୀଙ୍କୁ ବୁଦ୍ଧିଆ ଏବଂ ପଞ୍ଜାବୀ ଓ ଜାଠ୍‌ମାନଙ୍କୁ ସ୍ବଳ୍ପ ମସ୍ତିଷ୍କଧାରୀ ଭାବେ ଅଭିହିତ କରି ବିବାଦୀୟ ହୋଇଛନ୍ତି ତ ପୁଣି କେବେ ମହାଭାରତ ଯୁଗରେ ଭାରତୀୟମାନେ ଇଣ୍ଟରନେଟ ଓ ଆର୍ଟିଫିସିଆଲ ସାଟେଲାଇଟ୍‌ ବ୍ୟବହାର କରୁଥିବା କହି ଚର୍ଚ୍ଚିତ ହୋଇଛନ୍ତି। ସେହି ବିପ୍ଳବ ଦେବଙ୍କୁ ଏବେ ଘେରିଛନ୍ତି ନିଜ ଦଳର ବିଧାୟକ।
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସୁଦୀପ ରାୟ ବର୍ମନଙ୍କ ନେତୃତ୍ୱରେ ଭାଜପାର ୧୨ ଅସନ୍ତୁଷ୍ଟ ଏମ୍‌ଏଲ୍‌ଏ ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଆଶିଷ ଶାହା, ସୁଶାନ୍ତ ଚୌଧୁରୀ ଓ ରାମପ୍ରସାଦ ପାଲ ପ୍ରମୁଖ। ସେମାନେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟି ବିପ୍ଳବଙ୍କୁ ହଟାଇବା ପାଇଁ ଦାବି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?