ଜୀବନ ବିରୋଧରେ ବିଦ୍ରୋହ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

ଥରେ ଜଣେ ସାଧୁ ସହସ୍ରାଧିକ ଶ୍ରଦ୍ଧାଳୁ ଶ୍ରୋତାଙ୍କୁ ପ୍ରବଚନ ଦେଲାବେଳେ ପଚାରିଲେ, ”କେଉଁମାନେ ମରିବାକୁ ଇଚ୍ଛା କରନ୍ତି ହାତ ଟେକନ୍ତୁ!“ ସାଧୁଙ୍କର ଏପରି ଅଜବ ଜିଜ୍ଞାସା କିଛି ଅଯୌକ୍ତିକ ନ ଥିଲା। ଅନିତ୍ୟ ଜୀବନର ଅସାରତା ପ୍ରତିପାଦନ କରି ସେ କହିଥିଲେ, ”ଜୀବନ ଅଛି ବୋଲି ସିନା ଯେତେସବୁ ରୋଗ ବ୍ୟାଧି, ଅଭାବ ଅନଟନ ବା ଅପ୍ରାପ୍ତିର ଅଶାନ୍ତି ଭୋଗି ଜିଇବାକୁ ପଡୁଛି। ଜୀବନ ନାହିଁ ତ ଯାତନା ନାହିଁ। ଜୀବନ ଯନ୍ତ୍ରଣାରୁ ମୁକ୍ତି ପାଇଁ ମୃତ୍ୟୁହିଁ ଏକ ବାଞ୍ଛିତ ବରଦାନ, ଏକ ଈପ୍‌ସିତ ନିର୍ବାଣ।“ ସୁତରାଂ, ଏମିତି ନିର୍ବାଣ କାମନା କରୁଥିବା ଲୋକଙ୍କ ସଂଖ୍ୟା ପରଖିବାକୁ ସାଧୁ ମହାରାଜ ଜିଜ୍ଞାସା ପ୍ରକଟ କରିଥିଲେ। ମାତ୍ର କହିବାବାହୁଲ୍ୟ, ସହସ୍ର ସରିକି ହାତ ମଧ୍ୟରୁ ଗୋଟିଏ ବି ହାତ ଉପରକୁ ଉଠି ନ ଥିଲା ସାଧୁଙ୍କ ପ୍ରଶ୍ନର ଉତ୍ତର ହୋଇ। ଥାଉ ପଛେ ଜୀବନ ସହ ଜଡ଼ି ହୋଇ ଅସୁମାରି ଜଞ୍ଜାଳ ଓ ଯାତନା, ଜୀବନ ପ୍ରତି ମଣିଷର ଅସମ୍ଭବ ଆସକ୍ତି। ଯନ୍ତ୍ରଣା ଜର୍ଜରିତ ବର୍ତ୍ତମାନର ପର ମୁହୂର୍ତ୍ତଟି ଅସରନ୍ତି ଭାବେ ସମ୍ଭାବନାମୟ। ସେଥିପାଇଁ ତ ବିଶ୍ୱକବି ସେଦିନ ଗାଇ ଉଠିଥିଲେ, ‘ମରିବାକୁ ଚାହେଁନା ମୁଁ ସୁନ୍ଦର ମରତେ।’
ଅଥଚ କ’ଣ ହୋଇଛି କେଜାଣି, ଏବେ ଆମ ରାଜ୍ୟରେ ପ୍ରତିଦିନ ଶୁଣିବାକୁ ବା ଦେଖିବାକୁ ମିଳୁଛି କାହାର ନା କାହାର ଇଚ୍ଛାକୃତ ଆତ୍ମହତ୍ୟାର ଅକାଳ ଅପମୃତ୍ୟୁ। ଜୀବନ ଯୁଦ୍ଧ ଶେଷ ହେବା ପୂର୍ବରୁ ପରାଜୟ ସ୍ବୀକାର କରି ଫେରି ଯାଉଥିବା ଏହି ବିଫଳ ସୈନିକମାନଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ି ବଢ଼ି ଚାଲିଛି। ଆତ୍ମହତ୍ୟା ଜୀବନ ଓ ଜୀବନ ଦେଇଥିବା ସ୍ରଷ୍ଟାଙ୍କ ବିରୋଧରେ ଏକ ନୀରବ ବିଦ୍ରୋହ। ସ୍ବାମୀ ବିବେକାନନ୍ଦଙ୍କ ଦୃଷ୍ଟିରେ ଅନ୍ୟର ହତ୍ୟା କରୁଥିବା ଲୋକ ମଣିଷତ୍ୱ ହରାଇ ବସିଥିବା ପଶୁ, ମାତ୍ର ନିଜକୁ ହତ୍ୟା କରୁଥିବା ଲୋକ ନିଜ ଭିତରର ଈଶ୍ୱରଙ୍କୁ ହତ୍ୟା କରୁଥିବା ପାଷାଣ୍ଡ। ପ୍ରକୃତରେ ଦିବ୍ୟ ଜୀବନଠୁଁ ମୁହଁ ମୋଡ଼ି ନିଜକୁ ହତ୍ୟା କରୁଥିବା ଲୋକଟି ଥରେ ଯଦି ଜାଣନ୍ତା, ଯାହା ଅଭାବରେ ତା’ ଜୀବନ ତାକୁ ଅସମ୍ପୂର୍ଣ୍ଣ ଲାଗୁଛି ବା ତା’ ମନ ଲୋଡ଼ୁଥିବା ଘଟଣାଟି ନ ଘଟିବାରୁ ଚାରିଆଡ଼ ଅନ୍ଧାର ଦିଶୁଛି, ସେହି ଅପ୍ରାପ୍ତ ବସ୍ତୁ ବା ଅଘଟିତ ଘଟଣା ପାଖରେ ସଂସାର ସରି ଯାଇନାହିଁ; ତାହା ବାହାରେ ବି ସଂସାର ବେଶ୍‌ ବିସ୍ତାରିତ, ତେବେ ସେ କେବେ ଅକାଳରେ ଜୀବନ ହାରିଦେବାକୁ ମନ ବଳାନ୍ତା ନାହିଁ।
ଆତ୍ମହତ୍ୟା କରୁଥିବା ଲୋକଟିକୁ ‘ଭୀରୁ’, ‘ପଳାତକ’ ଆଦି ଅପେକ୍ଷାକୃତ ନରମ ଶବ୍ଦରେ ଗାଳିଦିଏ ଆମ ସମାଜ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ମାୟା ଦର୍ପଣର ପରଦା ଉପରେ ଏକ ନିର୍ଭୟ ନିର୍ଦ୍ଦୟ କଠୋର ଚରିତ୍ରର ବ୍ୟକ୍ତି ଭାବେ ବିଶେଷ ପରିଚିତି ହାସଲ କରିଥିବା ଅଭିନେତା ରାଇମୋହନ ବି ଭୀରୁ ଭଳି ଜୀବନଠୁଁ ମୁହଁ ଫେରାଇ ପଳାୟନ କରିପାରନ୍ତି, ଯେମିତି ପଳାଇ ଯାଇପାରନ୍ତି ପ୍ରତିଷ୍ଠା ଓ ପ୍ରାଚୁର୍ଯ୍ୟ ମଧ୍ୟରେ ଉବୁଟୁବୁ ହୋଇ ଯୌବନର ଜୟଗାନ କରୁଥିବା ଆଉ ଜଣେ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ତେବେ ସେ ରାଇମୋହନ ହୁଅନ୍ତୁ କି ସୁଶାନ୍ତ, ନିଜ ନିଜ କ୍ଷେତ୍ରରେ ସେମାନେ ଯେତେ ପ୍ରସାରିତ ହେଲେ ବି ସେମାନଙ୍କ ଜୀବନର ପରିଧି ବେଶ୍‌ ସଂକୁଚିତ ଥିଲା ବୋଲି ସେମାନେ ଜୀବନର ଜୟଗାନ ଶୁଣିପାରିଲେ ନାହିଁ ଓ ଅକାଳରେ ଆପଣେଇ ନେଲେ ଆତ୍ମହତ୍ୟା ଭଳି ଏକ ପଳାତକର ପନ୍ଥାକୁ।
‘ପ୍ରସାରଣରେ ହିଁ ଜୀବନ ଓ ଅନ୍ୟପକ୍ଷରେ ସଂକୋଚନରେ ମୃତ୍ୟୁ।’ ଯେଉଁ ଜୀବନ ଯେତେ ପ୍ରସାରିତ ଓ ପରିବ୍ୟାପ୍ତ, ସେତେ ସାର୍ଥକ ସେହି ଜୀବନ- ଏହି ଆପ୍ତବାଣୀ ସପକ୍ଷରେ ନିମ୍ନୋକ୍ତ ଦୁଇଟି ଦୃଷ୍ଟାନ୍ତକୁ ଲକ୍ଷ୍ୟ କରାଯାଉ। ପ୍ରଥମଟି ବାଲ୍ୟକାଳରୁ ପିତୃମାତୃବିହୀନ ପୃଥିବୀରେ ବଞ୍ଚତ୍ ଆସିଥିବା ଜଣେ ଯୁବକର କଥା। ଯୁବକଟିର ଏକା ଏକା ବଞ୍ଚତ୍ବାର କଷ୍ଟକୁ ବହୁଭାବେ ଲାଘବ କରିଥିଲେ ତାଙ୍କ ପ୍ରେମିକା। ଅଥଚ ଦିନ କେଇଟା ଯାଇନି, ସେ ବି ତାଙ୍କୁ ପରିତ୍ୟାଗ କରି ଆଉ ଜଣଙ୍କୁ ବାହା ହୋଇ ଚାଲିଗଲେ। ସଂସାରରେ ସମ୍ପୂର୍ଣ୍ଣ ଏକା ହୋଇଗଲା ପରେ ଜୀବନ ତାଙ୍କୁ ବୋଝ ପରି ଲାଗିଲା। ଚରମ ଏକାକୀତ୍ୱ ଭିତରେ ଅବରୁଦ୍ଧ ଜୀବନରୁ ମୁକ୍ତି ନେବା ପାଇଁ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ ଓ ସେଥିପାଇଁ ବଜାରରୁ ବିଷପୁଡ଼ିଆଟିଏ କିଣି ନଦୀକୂଳର ଏକ ନିକାଞ୍ଚନ ସ୍ଥାନରେ ପହଞ୍ଚତ୍ଗଲେ। ସଂସାରର ସବୁ ମୋହ ତୁଟାଇ ସେ ବିଷତକ ଖାଇବାକୁ ଯାଉଛନ୍ତି, ତାଙ୍କ ଆଖି ପଡ଼ିଲା ବିଷପୁଡ଼ିଆର ସେହି କାଗଜଟି ଉପରେ ମୁଦ୍ରିତ ଏକ କବିତା ଉପରେ। କବିତାଟିର ମର୍ମାର୍ଥ ଥିଲା ଏହିପରି- ”ତୁମେ ଯଦି ସଂସାରରେ ଏକା ଏକା, ଅସହାୟ; ତେବେ ମନ ଊଣା କରନା। ବାହାରକୁ ଯାଇ ଘେରାଏ ବୁଲିଆସ, ଦେଖିବ, ତୁମଠୁ କାହିଁ କେତେଗୁଣ ଅଧିକ ଦୁଃଖ ଓ ଅସହାୟତା ଭିତରେ ବୁଡ଼ି ରହିଥିବା ବହୁଲୋକ ତଥାପି ବଞ୍ଚି ରହିଛନ୍ତି। ସେମାନଙ୍କୁ ସହାୟତା କର। ଦେଖିବ, ତୁମେ ଆଉ ଅସହାୟ ହୋଇ ରହିନାହଁ।“
କି ଯାଦୁ ଥିଲା କେଜାଣି ସେଇ ଛିନ୍ନପୃଷ୍ଠାରେ ମୁଦ୍ରିତ କବିତାଟିରେ, କି ଅମୃତ ଥିଲା କେଜାଣି ବିଷବନ୍ଧା ସେଇ ଟୁକୁରା କାଗଜ ଟିକକରେ, ଆତ୍ମହତ୍ୟା ଭଳି ଏକ ଚରମ ସିଦ୍ଧାନ୍ତରୁ ନିବୃତ୍ତ ହୋଇ ଯୁବକଟି ଫେରିଆସିଲା ସଂସାର ମଧ୍ୟକୁ, ମୃତ୍ୟୁର ବିଷାକ୍ତ ପଞ୍ଝା ମଧ୍ୟରୁ ଜୀବନର ଅମୃତ ଆସ୍ବାଦନ ଆଡ଼କୁ।
ଆତ୍ମହତ୍ୟା କରିବାକୁ ମନସ୍ଥ କରି ପୁଣି ଜୀବନର କୋଳାହଳ ମଧ୍ୟକୁ ଫେରି ଆସିଥିବା ଆଉ ଜଣେ ବୃଦ୍ଧଙ୍କ କଥା। କେଇବର୍ଷ ତଳେ ଗୁଜରାଟର ଭୟାବହ ଭୂକମ୍ପରେ ସମ୍ପୂର୍ଣ୍ଣ ଧ୍ୱଂସ ପାଇ ଯାଇଥିଲା ଅହମ୍ମଦାବାଦ ସହରରେ ବିଶାଳ କପଡ଼ା ବ୍ୟବସାୟ ଥିବା ମନୁଭାଇ ପଟେଲଙ୍କ ସଂସାର। ଭୂକମ୍ପର ଦିନକ ପୂର୍ବରୁ ବ୍ୟବସାୟ କାର୍ଯ୍ୟରେ ବମ୍ବେ ଯାଇଥିଲେ ସେ। ଭୂକମ୍ପ ଖବର ପାଇ ବାହୁଡ଼ି ଆସି ଦେଖିଲେ ତାଙ୍କ ପରିବାରର ସମସ୍ତ ଆଠଜଣ ସଦସ୍ୟ ଭୂକମ୍ପର ଧ୍ୱଂସସ୍ତୂପ ତଳେ ଜୀବନ୍ତ ସମାଧି ନେଇ ସାରିଛନ୍ତି। ପତ୍ନୀ, ଦୁଇପୁଅ, ଦୁଇବୋହୂଙ୍କ ସମେତ ସେମାନଙ୍କର ତିନୋଟି କଅଁଳ କଳିକା ଏକାବେଳକେ ସଂସାରରୁ ବିଦାୟ ନେଇଛନ୍ତି। ଏପରି ହୃଦୟବିଦାରକ ଅଘଟଣରେ ପରିଣତ ବୟସରେ ବି ନିଜକୁ ଅନାଥ ମନେକଲେ ମନୁଭାଇ। ସେମାନଙ୍କ ପଥର ଯାତ୍ରୀ ହେବାକୁ ସେ ନିର୍ଣ୍ଣୟ ନେଇ ଆତ୍ମହତ୍ୟା କରିବା ପାଇଁ ଯୋଜନା କରୁଥିଲା ବେଳେ ତାଙ୍କୁ ଲାଗିଲା, ତାଙ୍କ ଜୀବନକୁ ନେଇ ଈଶ୍ୱରଙ୍କର ଏକ ବିଶେଷ ଯୋଜନା ଥିବାରୁ ସେ ବୋଧହୁଏ ତାଙ୍କୁ ବେପାର କାର୍ଯ୍ୟରେ ବମ୍ବେ ପଠାଇ ଦେଇଥିଲେ। ସେ ବଞ୍ଚତ୍ ରହିଲେ ନିଜ ପରିବାର ସଦସ୍ୟଙ୍କ ମଧୁର ସ୍ମୃତିକୁ ଚିରକାଳ ସତେଜ ରଖିବା ପାଇଁ। ନିଜ ଜୀବନଯାକର ଅର୍ଜିତ ସମସ୍ତ ସମ୍ବଳ ପ୍ରାୟ ଷାଠିଏ ଲକ୍ଷ ଟଙ୍କା ବିନିମୟରେ ସେ ସର୍ଜନା କଲେ ନୂଆ ଏକ ସଂସାର। ଯେଉଁ ସ୍ଥାନରେ ଭୂକମ୍ପ ତାଙ୍କ ସୁରମ୍ୟ ପ୍ରାସାଦଟିକୁ ଧରାଶାୟୀ କରିଦେଇଥିଲା, ସେହି ସ୍ଥାନରେ ସେ ଛିଡ଼ା କରାଇଲେ ଆଉ ଏକ ଅଟ୍ଟାଳିକା, ଯାହାର ବାସିନ୍ଦା ହେଲେ ଭୂମିକମ୍ପରେ ନିଜ ଘର ଓ ମା’ବାପାଙ୍କୁ ହରାଇଥିବା ବତିଶ ଜଣ ଅନାଥ ପିଲା। ବାଃ, ନିଶ୍ଚିତ ମୃତ୍ୟୁମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିବା ଲୋକଟିର ଜୀବନକୁ ନେଇ କି ଅପୂର୍ବ ଜୟଗାନ! ନିଜ ନିଜର ଜୀବନ ବିରୋଧରେ ବିଦ୍ରୋହ କରି ଅକାଳରେ ଏ ସଂସାରରୁ ଅପସରି ଯାଇଥିବା ସୌମ୍ୟ, ସନ୍ତୋଷ, ରଶ୍ମିରେଖା ବା ସୁଶାନ୍ତ କି ରାଇମୋହନମାନେ ମନୁଭାଇଙ୍କର ଏହି ଜୀବନ ଦର୍ଶନକୁ ପଢ଼ିଥାନ୍ତେ ହେଲେ!!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର-୧୦
ମୋ:୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?