Posted inଖେଳ

କୋହଲିଙ୍କ ଖରାପ ଫର୍ମକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା

ଲଣ୍ଡନ,୧୧।୭: ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ୧୭ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଟିମ ଇଣ୍ଡିଆ କିନ୍ତୁ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତିବାରେ ସଫଳ ହୋଇଥିଲା। ଏହା ସତ୍ତ୍ୱେ ବିରାଟ କୋହଲି ସିରିଜରେ ଖରାପ ପ୍ରଦର୍ଶନ ପରେ ସମାଲୋଚକଙ୍କ ଟାର୍ଗେଟରେ ଅଛନ୍ତି। କିନ୍ତୁ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ତାଙ୍କ ସମର୍ଥନରେ ବହାରିଛନ୍ତି।
ଦ୍ୱିତୀୟ ଟି-୨୦ରେ ବିରାଟ କୋହଲି ୧ ଏବଂ ତୃତୀୟ ଟି-୨୦ରେ ୧୧ ରନ କରିଥିଲେ। ନିରାଶାଜନକ ପ୍ରଦର୍ଶନ ପରେ ବିଶ୍ୱକପ ଦଳରେ ବିରାଟ କୋହଲି ଚୟନକୁ ନେଇ ପ୍ରଶ୍ନ ଉଠିଛି। ତେବେ ବିରାଟ କୋହଲିଙ୍କ ସହ ପୁରା ଦଳ ଛିଡା ହୋଇଥିବା ରୋହିତ ଶର୍ମା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଆମେ ବିରାଟ କୋହଲିଙ୍କ ସହ ଅଛୁ। ବିରାଟ କୋହଲି ୧୦ ବର୍ଷ ଧରି କ୍ରମାଗତ ଭାବରେ ଦଳକୁ ବିଜୟ ଦେଇଛନ୍ତି। ଗୋଟିଏ କିମ୍ବା ୨ଟି ମ୍ୟାଚ୍‌ରେ ଯେକୌଣସି ଖେଳାଳିଙ୍କ ପ୍ରଦର୍ଶନ ଖରାପ ହୋଇପାରେ।
କପିଲ ଦେବ ବିରାଟ କୋହଲିଙ୍କୁ ଦଳରେ ନେଇ ଉଠାଇ ଥିବା ପ୍ରଶ୍ନର ଉତ୍ତରରେ ରୋହିତ ଶର୍ମା କହିଛନ୍ତି, ବାହାରେ ଯାହା କୁହାଯାଉଛି ତାହା ଆମେ ଶୁଣୁ ନାହୁଁ। ଆମେ ଜାଣୁ ଭିତରେ କଣ ଚାଲିଛି। ଆମେ ବାହାର ବିଷୟରେ ଚିନ୍ତା କରୁନାହୁଁ। ଆମେ ପ୍ରତ୍ୟେକ ଖେଳାଳିଙ୍କ କ୍ୱାଲିଟିରେ ବିଶ୍ୱାସ କରୁ।
ସୂଚନାଯୋଗ୍ୟ, ଏଜବାଷ୍ଟନ ଟେଷ୍ଟରେ ବିରାଟ କୋହଲି ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିବାରେ ସକ୍ଷମ ହୋଇ ନ ଥିଲେ। ତେବେ ଇଂଲଣ୍ଡ ବିପକ୍ଷ ସିରିଜରେ ନିରାଶାଜନକ ପ୍ରଦର୍ଶନ ପରେ ବିରାଟ କୋହଲିଙ୍କ ପାଇଁ ଆଗାମୀ ରାସ୍ତା ସହଜ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ କୋହଲିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍‌

ଦୁବାଇ,୩୧।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିର ମ୍ୟାଚ ସେମିଫାଇନାଲରେ ପହଞ୍ଚିବା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରୁ...

୨୦୨୪ ଟି-୨୦ ବିଶ୍ୱକପ୍‌ ଖେଳିବେ କି ରୋହିତ, କୋହଲି: ମୁଖ୍ୟ ଚୟନକର୍ତ୍ତା କହିଲେ…

ନୂଆଦିଲ୍ଲୀ,୧।୧୧: ଆଇସିସି ଟି-୨୦ ବିଶ୍ୱକପ ୨୦୨୨ ଅଷ୍ଟ୍ରେଲିଆରେ ଖେଳାଯାଉଛି ଏବଂ ବର୍ତ୍ତମାନ ଏହା ପରେ ପରବର୍ତ୍ତୀ ଟି-୨୦ ବିଶ୍ୱକପ ୨୦୨୪ରେ ଖେଳାଯିବ। ଏହି ମେଗା ଇଭେଣ୍ଟ...

ଖୁସିରେ ଗଦ୍‌ଗଦ୍‌ ଦ୍ରାଭିଡ ଥାପୁଡାଇଲେ ପିଠି

କୋଲକତା,୨୨।୧୧: ତୃତୀୟ ଟି-୨୦ରେ ଭାରତ ନ୍ୟୁଜିଲାଣ୍ଡକୁ ୭୩ ରନରେ ପରାସ୍ତ କରିଛି। ଏଥିସହ ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ଜିତିଛି। ଭାରତୀୟ...

ଆଟଲେଟିକୋ ମାଡ୍ରିଡ୍‌ରେ ଯୋଗଦେଲେ ସୁଆରେଜ୍‌

ମାଡ୍ରିଡ୍‌, ୨୫ା୯ (ଏପି)-ଫୁଟ୍‌ବଲ ଷ୍ଟାର ଲୁଇସ୍‌ ସୁଆରେଜ ଶେଷରେ ସ୍ପେନରେ ରହିଲେ। ଉରୁଗୁଏର ଏହି ଷ୍ଟ୍ରାଇକର ୬ ନିୟୁତ ୟୁରୋ (୭ ନିୟୁତ ଡଲାର) ବିନିମୟରେ...

କ୍ରିକେଟ୍‌ ଇତିହାସରେ ଭାରତ ପାଇଁ ଆଜି ସ୍ମରଣୀୟ ଦିନ, ଯାହା ସବୁବେଳେ ମନେ ରହିବ

ଜୁନ ୧୮, ୧୯୮୩, ଭାରତୀୟ କ୍ରିକେଟ ଇତିହାସରେ ଏକ ସ୍ମରଣୀୟ ଦିନ। ଆଜିକୁ ଠିକ୍‌ ୩୭ ବର୍ଷ ପୂର୍ବେ ହରିୟାଣାର ହରିକେନ୍‌ କୁହାଯାଉଥିବା କପିଳ ଦେବ...

କୋହଲି ହିଁ ଆମର ଅଧିନାୟକ, ଆମେ ସବୁ ତାଙ୍କ ସହ ଅଛୁ: ରାହାଣେ

ନୂଆଦିଲ୍ଲୀ,୧୬।୧୨: ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ହାଇଭୋଲ୍ଟେଜ ସିରିଜ। ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ...

ଭାରତର ଅଷ୍ଟ୍ରେଲିଆ ଟୁର୍‌ ପ୍ରଭାବିତ ହୋଇପାରେ

ନୂଆଦିଲ୍ଲୀ, ୩୦ା୩ (ପି.ଟି.)-କୋଭିଡ୍‌-୧୯ ମହାମାରୀ ବ୍ୟାପିବା ଆଶଙ୍କାରେ ଅଷ୍ଟ୍ରେଲିଆ ଏହାର ସୀମାକୁ ୬ମାସ ପାଇଁ ସିଲ୍‌ କରିଦେଇଛି। ଏହାଦ୍ୱାରା ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ଟୁର୍‌...

ସିମୋନ ବାଇଲ୍ସଙ୍କ ନିଷ୍ପତ୍ତିକୁ ପ୍ରାୟୋଜକଙ୍କ ପ୍ରଶଂସା

ଓ୍ବାଶିଂଟନ,୩୧ା୭(ଏପି)-ମାନସିକ ସ୍ବାସ୍ଥ୍ୟ କାରଣରୁ ଅଲିମ୍ପିକ୍ସରେ ଜିମ୍ନାଷ୍ଟିକ୍ସ ଟିମ୍‌ ଇଭେଣ୍ଟରୁ ଓହରିଯିବା ଲାଗି ଆମେରିକାର ଷ୍ଟାର ଜିମ୍ନାଷ୍ଟ ସିମୋନ ବାଇଲ୍ସ ନେଇଥିବା ନିଷ୍ପତ୍ତିକୁ ଆଥ୍‌ଲେଟା ଓ ଭିସା...

Advertisement
Archives

Model This Week