Posted inଜାତୀୟ

ମିଶନ ଦକ୍ଷିଣ ଭାରତ,ଭାଜପାର ସ୍ବତନ୍ତ୍ର ଯୋଜନା…

ନୂଆଦିଲ୍ଲୀ,୧୧।୭ : ଦକ୍ଷିଣ ଭାରତରେ କଂଗ୍ରେସ ନିଜର ଶକ୍ତି ବଜାୟ ରଖିବାରେ ଅସଫଳ ହେବାରେ ଲାଗିଛି। ସେହିପରି ଆଞ୍ଚଳିକ ଦଳ ଗୁଡ଼ିକ ମଧ୍ୟ ଦୁର୍ବଳ ହେବାରେ ଲାଗିଛନ୍ତି। ଏପରିସ୍ଥଳେ ଭାଜପା ଦକ୍ଷିଣ ଭାରତରେ ନିଜର ସ୍ଥିତି ସୁଦୃଢ଼ କରିବା ଧାରା ଜାରି ରଖିଛି। ୨୦୨୪ର ଲୋକ ସଭା ନିର୍ବାଚନରେ ଏହା ଦକ୍ଷିଣ ଭାରତ ରାଜ୍ୟରେ ୨୦୧୯ରେ ପଶ୍ଚିମବଙ୍ଗ କରିଥିବା ନିଜର ପ୍ରଦର୍ଶନର ପୁନରାବୃତ୍ତି କରିବା ପାଇଁ ଭାଜପା ପକ୍ଷରୁ ସ୍ବତନ୍ତ ଯୋଜନା ପ୍ରସ୍ତୁତ କରାଯାଇଛି। ହାଇଦ୍ରାବାଦରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଭାଜପାର ଶୀର୍ଷ ନେତୃତ୍ୱ ଦକ୍ଷିଣ ଭାରତକୁ ଟାର୍ଗେଟ କରିଥିଲେ।

୨୦୧୯ ଲୋକସଭା ନିର୍ବାଚନରେ କର୍ନାଟକକୁ ଛାଡ଼ି ଦକ୍ଷିଣ ଭାରତର ୪ ରାଜ୍ୟର ୧୦୧ ଆସନ ମଧ୍ୟରୁ ଭାଜପା ମାତ୍ର ୪ ଆସନ ହାତେଇଥିଲା। ଭାଜପା ଜାତୀୟ କାର୍ଯ୍ୟକାରିଣୀ ବୈଠକର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦକ୍ଷିଣ ରାଜ୍ୟରୁ ଚାରିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟ ସଭାକୁ ମନୋନୀତ କରିବା ଦ୍ୱାରା ଦଳର ରାଜନୀତି ସ୍ପଷ୍ଟ ହୋଇଛି। ୨୦୧୪ ଏବଂ ୨୦୧୯ ନିର୍ବାଚନରେ ଉତ୍ତର ଏବଂ ପଶ୍ଚିମ ଭାରତରେ ଭାଜପା କ୍ରମାଗତ ପ୍ରମୁଖ ବିଜୟ ରେକର୍ଡ କରିଛି। ଦଳ ପୂର୍ବ ଭାରତ ଏବଂ ଦକ୍ଷିଣ ଭାରତରେ ନିଜର ଉପସ୍ଥିତି ବଢ଼ାଇବାକୁ ଚେଷ୍ଟା କରୁଛି, ଯାହାଫଳରେ ଏହାର ଆସନ ସଂଖ୍ୟାରେ କୌଣସି ହ୍ରାସ ଏହାର ଜାତୀୟ ଅଭିଳାଷକୁ ପ୍ରଭାବିତ କରିବ ନାହିଁ। ଏହା ପଶ୍ଚିମବଙ୍ଗ ଏବଂ ଓଡିଶା ପରି ପୂର୍ବ ରାଜ୍ୟରେ ଭାଜପା ନୂତନ ସ୍ଥିତିି ସୃଷ୍ଟି କରିଥିଲା ଏବଂ ସମଗ୍ର ଉତ୍ତର-ପୂର୍ବରେ ସବୁଠାରୁ ବଡ ଶକ୍ତି ଭାବରେ ଉଭା ହୋଇଥିଲା, କିନ୍ତୁ ଏହାର ପ୍ରୟାସ ଏପର୍ଯ୍ୟନ୍ତ ଫଳପ୍ରଦ ହୋଇପାରି ନାହିଁ।

ତେବେ କର୍ନାଟକ ଭାଜପାର ଏକ ଗଡ଼ ହୋଇ ରହିଆସିଛି ଏବଂ ତେଣୁ ଲୋକ ସଭା ନିର୍ବାଚନରେ ଦଳ ଦକ୍ଷିଣ ରାଜ୍ୟ ଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ ଏବଂ ତାମିଲନାଡୁ ଆଦି ୪ ରାଜ୍ୟ ଉପରେ ଅଧିକ ଧ୍ୟାନ ଦେଉଛି। ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ତାମିଲନାଡୁର ଏଆଇଏଡିଏମକେ ଭଳି ପାରମ୍ପାରିକ ଭାବରେ ଶକ୍ତିଶାଳୀ ଆଞ୍ଚଳିକ ଦଳ ଦୁର୍ବଳ ହୋଇଥିବାରୁ ଓ୍ବାଇଏସ୍‌ଆର୍‌ କଂଗ୍ରେସ ଏବଂ ଡିଏମକେ ସରକାରଙ୍କୁ ଚ୍ୟାଲେଞ୍ଜ କରିବାକୁ ସଂଘର୍ଷ କରୁଛନ୍ତି।

ସାମ୍ପ୍ରତିକ ପରିସ୍ଥିତିରେ କଂଗ୍ରେସ ମଧ୍ୟ ନିଜକୁ ଜାତୀୟ ବିକଳ୍ପ ଭାବରେ ଉପସ୍ଥାପନ କରିବାର ସ୍ଥିତିରେ ନାହିଁ, ଯାହା ଭାଜପା ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି। ତେବେ ବାମପନ୍ଥୀ ଶାସିତ କେରଳ ଭାଜପା ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ସେଠାରେ ୪୫ ପ୍ରତିଶତ ଜନସଂଖ୍ୟା ସଂଖ୍ୟାଲଘୁ। ଗତଥର ଦଳ କର୍ନାଟକରେ ନିଜର ବିଜୟ ପତାକା ଉତ୍ତୋଳନ କରିବାରେ ବିଫଳ ହୋଇଥିଲେ। ୨୦୦୮ରେ ପ୍ରଥମ ଥର ପାଇଁ କର୍ନାଟକରେ ଦଳ କ୍ଷମତାକୁ ଆସିଥିଲା। ଅଧିକାଂଶ ଭାରତୀୟ ରାଜ୍ୟ ତୁଳନାରେ ଦକ୍ଷିଣ-ରାଜ୍ୟ ସାମାଜିକ-ଅଥନୈତିକ ସୂଚକାଙ୍କରେ ଉନ୍ନତ ଏବଂ ତେଣୁ ଭାଜପାର କଲ୍ୟାଣ ମଡେଲକୁ ଏଠାରେ ଲୋକ କମ ଗ୍ରହଣ କରନ୍ତି ଏବଂ ହିନ୍ଦୁତ୍ୱର ଦ୍ୱିତୀୟ ପ୍ରସଙ୍ଗ ଅନ୍ୟ ଅଞ୍ଚଳ ପରି ଏଠାରେ ପ୍ରଭାବଶାଳୀ ଭାବରେ କାମ କରେ ନାହିଁ। ତେଲେଙ୍ଗାନାରେ ଭାଜପା ମଧ୍ୟ ଏହାର ଆଧାରରେ ଉନ୍ନତି ଆଣିଛି। ୨୦୧୮ ନିର୍ବାଚନରେ ଏହା କେବଳ ଗୋଟିଏ ବିଧାନସଭା ଆସନ ଜିତିଥିବାବେଳେ ଗତ ଲୋକ ସଭା ନିର୍ବାଚନରେ ଏହା ୧୭ ଟି ସିଟ ମଧ୍ୟରୁ ଚାରିଟି ଜିତିବା ସହିତ ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେଶନ ନିର୍ବାଚନରେ ଏକ ଚ୍ୟାଲେଞ୍ଜର ସୃଷ୍ଟି କରିଛି।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦକ୍ଷିଣ ଭାରତରେ ଦଳର ସ୍ଥିତିରେ ଉନ୍ନତି ଆଣିବା ଲାଗି ଉଦ୍ୟମ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାୟ ରହୁ ଗଣତାନ୍ତ୍ରିକ ମୂଲ୍ୟବୋଧ

ନୂଆଦିଲ୍ଲୀ,୨୭ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ନେତୃତ୍ୱାଧୀନ ମେଣ୍ଟ ଓ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ମଧ୍ୟରେ ଚାଲିଥିବା ଆଇନଗତ ଲଢ଼େଇ ଏକ ବିଚିତ୍ର ସ୍ଥିତି ସୃଷ୍ଟି...

ଧ୍ୱଜାବତରଣ ଉତ୍ସବରେ ଯୋଗଦେବେନି ଦର୍ଶକ

ନୂଆଦିଲ୍ଲୀ,୭ା୩(ପି.ଟି.): କରୋନା ସଂକ୍ରମଣ ଭୟରେ ଅଟ୍ଟାରୀ-ଓ୍ବାଘା ସୀମାରେ ପ୍ରତିଦିନ ସନ୍ଧ୍ୟାରେ ହେଉଥିବା ଧ୍ୱଜାବତରଣ ଉତ୍ସବରେ ଦର୍ଶକମାନଙ୍କୁ ଭାଗନେବାକୁ ଅନୁମତି ଦିଆଯିବନି। ଶନିବାରଠାରୁ ଏହି ପ୍ରତିକାର ବ୍ୟବସ୍ଥା...

ବାୟୁସେନାର ପରାକ୍ରମ: ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଏମ୍‌ଆଇ-୧୭ ଦ୍ୱାରା ୧୧ ହଜାର ୫ଶହ ଫୁଟ ଉଚ୍ଚରୁ ତଳେ ଓହ୍ଲାଇଲା

ଡେରାଡୁନ୍‌,୨୭।୧୦: ଭାରତୀୟ ବାୟୁସେନା ଏକ ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟରକୁ ୧୧ ହଜାର ୫ଶହ ଫୁଟ ଉଚ୍ଚରୁ ତଳେ ଓହ୍ଲାଇ ନିଜର ପରାକ୍ରମ ଦେଖାଇଛି। ୟୁଟି ଏୟାର...

ହସ୍ପିଟାଲରୁ ୪୨ କରୋନା ରୋଗୀ ନିଖୋଜ, ଚିନ୍ତାରେ ପ୍ରଶାସନ…

ଗାଜିପୁର, ୩୧।୭: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଏପରି ସମୟରେ ମଧ୍ୟ କରୋନା ସହ ଜଡିତ ଅନେକ ଅବହେଳା ସାମ୍ନାକୁ ଆସୁଛି।...

‘ଭାଜପା ନେତା ସୃଷ୍ଟି କରେ ନାହିଁ, କେବଳ ଅନ୍ୟ ଦଳର ବିଧାୟକଙ୍କୁ ଉଠାଇ ନେଇଯାଏ’

ଅହମ୍ମଦାବାଦ,୧୫।୧୧: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇପଡ଼ିଛି ରାଜନୀତି। ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ କଂଗ୍ରେସରୁ...

ପାକିସ୍ତାନ ଜେଲ୍‌ରେ ୩୨୪ ଭାରତୀୟ ବନ୍ଦୀ

ନୂଆଦିଲ୍ଲୀ, ୧।୭: ପାକିସ୍ତାନ ଜେଲ୍‌ରେ ୩୨୪ ଜଣ ଭାରତୀୟ ବନ୍ଦୀ ଜୀବନ ବିତାଉଛନ୍ତି। ସେମାନଙ୍କ ତାଲିକା ପାକିସ୍ତାନ ବହିର୍ବ୍ୟାପାର ବିଭାଗ ପକ୍ଷରୁ ଭାରତକୁ ପ୍ରଦାନ କରାଯାଇଛି।...

କଂଗ୍ରେସ ବିଧାୟକ ଅନନ୍ତ ପଟେଲଙ୍କ ଉପରେ ଆକ୍ରମଣ

ଅହମଦାବାଦ,୯ ।୧୦: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ହେଲାଣି ସରଗରମ । କଂଗ୍ରେସ ଦଳ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟକ୍କର ଦେବାକୁ ଖୁବ୍...

ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା

ବେଙ୍ଗାଲୁରୁ,୧୦।୩: କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଭାରତୀୟ ଜନତା ପାର୍ଟିକୁ ଏକ ବଡ଼ ଝଟ୍‌କା ଲାଗିଛି। ଏଠାରେ ବିଧାନ ପରିଷଦର ଚାରିଥର...

Advertisement
Archives

Model This Week