ବିନା ପାଠ୍ୟପୁସ୍ତକରେ ପାଠପଢ଼ା

ନୟାଗଡ଼,୨୯।୯(ଲୋକନାଥ ମିଶ୍ର): ଅନୁସୂଚିତ ଜନଜାତି(ଏସ୍‌ଟି) ଓ ଅନୁସୂଚିତ ଜାତି(ଏସ୍‌ସି) ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଟାକରାଠାରେ ଥିବା ହାଇସ୍କୁଲର ଛାତ୍ରୀଛାତ୍ରଙ୍କ ସହ ସ୍କୁଲ କର୍ତ୍ତୃପକ୍ଷ ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୦୯ ଛାତ୍ରୀଛାତ୍ର ପାଠ ପଢ଼ୁଥିବାବେଳେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀ ହଷ୍ଟେଲରେ ରହୁଛନ୍ତି। ତେବେ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଅଧିକାଂଶ ଛାତ୍ରୀଛାତ୍ର ବିନା ବହିରେ ପାଠ ପଢ଼ୁଛନ୍ତି। ସରକାରଙ୍କ ତରଫରୁ ମିଳିଥିବା ବହି ଉଇ ଖାଇ ଯାଇଥିବାବେଳେ କେତେଜଣ ଛାତ୍ରୀଛାତ୍ରଙ୍କୁ ଗତ ବର୍ଷର ପୁରୁଣା ଚିରା ବହି ବଣ୍ଟନ ହୋଇଛି। ଛାତ୍ରୀଛାତ୍ର ବହି ପାଇ ନ ଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ଜିଲା ମଙ୍ଗଳ କାର୍ଯ୍ୟାଳୟକୁ ଅବଗତ କରାଇ ନାହାନ୍ତି। ଶିକ୍ଷାବର୍ଷର ୬ମାସ ଶେଷ ହେବାକୁ ଯାଉଥିବାବେଳେ ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ ଓ ୫-ଟି ଯୋଜନା ଏଠାରେ ପ୍ରହସନ ପାଲଟିଛି। ଅନ୍ୟପକ୍ଷେ ହଷ୍ଟେଲରେ ରହୁଥିବା ଅନ୍ତେବାସୀ ନଦୀରେ ଗାଧୋଉଛନ୍ତି। ସେମାନଙ୍କ ଲାଗି ଶୌଚାଳୟ ବ୍ୟବସ୍ଥା କରାଯାଉ ନାହିଁ। ପୁଣି ସ୍କୁଲରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଖରାଦିନେ ଏହା ଉକତ୍ଟ ରୂପ ଧାରଣ କରୁଛି। ବହି ପାଇ ନ ଥିବା ସଂକ୍ରାନ୍ତରେ ସ୍କୁଲର ଅନେକ ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଅଧିକାଂଶ ଛାତ୍ରୀଛାତ୍ର ପାଠପଢ଼ା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏସ୍‌ସି ଏସ୍‌ଟି ସ୍କୁଲର ଗ୍ରାଉଣ୍ଡ ଜିରୋ ରିପୋର୍ଟକୁ ଅନୁଧ୍ୟାନ କଲେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ବାରିହୋଇ ପଡୁଛି।
ଅଭିଭାବକଙ୍କୁ ନ ଡାକି ସମାବେଶ : ଟାକରା ହାଇସ୍କୁଲରେ ଗୁରୁବାର ଅଭିଭାବକ ଆମର ଅଂଶୀଦାର ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମେ ଜାଣିବା ଓ ଆମେ ଜିଣିବା ନେଇ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକମାନଙ୍କୁ ସୂଚନା ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏପରି କି ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଓ ସଭ୍ୟଙ୍କୁ ମଧ୍ୟ ସମାବେଶ ନେଇ ସୂଚନା ଦିଆଯାଇନାହିଁ। ଏନେଇ ଅଭିଭାବକ ପ୍ରତାପ କଅଁର କୁହନ୍ତି, ପୁଅ ନବମରେ ପଢ଼ୁଛି। ବହି ନ ମିଳିବାରୁ ବାହାରୁ କିଣିଲି। ଅନ୍ୟ ପିଲାମାନେ ବହି ପାଇଁ ହଇରାଣ ହେଉଛନ୍ତି। ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ବାନାମ୍ବର ନାୟକ କୁହନ୍ତି, ଅଭିଭାବକ ଆମର ଅଂଶୀଦାର ସମାବେଶକୁ ଆମକୁ ଡକାଯାଇନାହିଁ। ପ୍ରଧାନଶିକ୍ଷକ କାହିଁକି ଡାକି ନାହାନ୍ତି ମୁଁ ଜାଣିନି। ତେବେ ସମାବେଶ ନେଇ ନ ଡାକିବାର କାରଣ ଗତ ୯ ତାରିଖରେ ବୈଠକ ହୋଇପାରେ ବୋଲି ଅନୁମାନ କରୁଛି। ଷଷ୍ଠ, ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀର ୪୦ ପ୍ରତିଶତ ଛାତ୍ରୀଛାତ୍ର ପାଠ୍ୟ ପୁସ୍ତକ ପାଇ ନ ଥିବା ଗତ ବୈଠକରେ ଉପସ୍ଥାପନ କରିଥିଲି। ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପୁରୁଣା ନୂଆ ମିଶାଇ ପୁସ୍ତକ ଦିଆଯାଇଛି। ଏହାପରେ ପ୍ରଧାନଶିକ୍ଷକ ଛାତ୍ରୀଛାତ୍ରଙ୍କୁ ପଚରାଉଚୁରା ପରେ ବହି ମିଳି ନ ଥିବା ଜଣାପଡିଥିଲା। କମ୍ପୋଜିଟ୍‌ ଟ୍ୟାଙ୍କ ସମେତ ଉନ୍ନୟନ କାମ ନେଇ ଆଲୋଚନା ହୋଇଥିଲା। ଏଥିପାଇଁ ବୋଧେ ସେ ଉକ୍ତ ସମାବେଶକୁ ଡାକିନାହାନ୍ତି। ପ୍ରଧାନ ଶିକ୍ଷକ କୁହନ୍ତି, ୫ମାସ ହେଲା ସ୍କୁଲରେ ଯୋଗ ଦେଇଛି। ଅଭିଭାବକ ଆମର ଅଂଶୀଦାର ସମାବେଶକୁ ଆସିବା ପାଇଁ ସମସ୍ତ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଭ୍ୟ ଓ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଥିଲା। ହେଲେ ୩୦୯ ଅଭିଭାବକଙ୍କ ମଧ୍ୟରୁ ପ୍ରାୟ ୧୫୦ ଅଭିଭାବକ ଆସିଥିଲେ। ସବୁ ଅଭିଭାବକ ତ ଆସିବା ସମ୍ଭବ ନୁହେଁ। ପରିଚାଳନା କମିଟି ଅଧ୍ୟକ୍ଷଙ୍କ ଘରକୁ ଯାଇ ନିମନ୍ତ୍ରଣ କରିଛି। ଗତ ପରିଚାଳନା ବୈଠକରେ ମଧ୍ୟ ଅବଗତ କରାଇଥିଲି। ଅନ୍ୟପକ୍ଷେ ଛାତ୍ରୀଛାତ୍ରଙ୍କ ପାଇଁ ଆବଶ୍ୟକ ଅନୁଯାୟୀ ବହି ଆସି ନ ଥିଲା। ଏଣୁ ଗତ ବର୍ଷ ଛାତ୍ରୀଛାତ୍ରଙ୍କଠାରୁ ଆଦାୟ ହୋଇଥିବା କିଛି ପୁରୁଣା ବହି ମଧ୍ୟ ଛାତ୍ରୀଛାତ୍ରଙ୍କୁ ବଣ୍ଟନ କରାଯାଇଥିଲା। ପୁରୁଣା ବହି ବାଣ୍ଟିବା ଆଇନରେ ନ ଥିବାବେଳେ ପିଲାମାନଙ୍କ ପାଠକୁ ଦୃଷ୍ଟିରେ ରଖି ବଣ୍ଟନ ହୋଇଛି। ବହି ଉଇ ଖାଇବା ନେଇ କହିଥିଲେ କରୋନା କଟକଣା ସମୟରେ ବହୁ ବହି ଉଇ ଖାଇ ଯାଇଥିଲା। ବହିର ଆୟୁଷ ୧ବର୍ଷ। ଏବର୍ଷ କିଛି ଉଇ ଖାଇନି। ସ୍କୁଲର ପାଣି ସମସ୍ୟା, ପିଲା ନଦୀରେ ଗାଧୋଇବା, ବହି ସମସ୍ୟା ନେଇ ଜିଲା ମଙ୍ଗଳ ଅଧିକାରୀଙ୍କୁ ଅବଗତ କରାଇଛି। ଜିଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ କୁହନ୍ତି, ଟାକରା ହାଇସ୍କୁଲର ଛାତ୍ରୀଛାତ୍ର ବହି ନ ପାଇବା, ନଦୀରେ ଗାଧୋଇବା, ପାଣି ସମସ୍ୟା, ଅଭିଭାବକ ଆମର ଅଂଶୀଦାର ସମାବେଶରେ ସବୁ ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟ ଓ ଅଧ୍ୟକ୍ଷଙ୍କୁ ନ ଡାକିବା ନେଇ ମୁଁ ଅବଗତ ନ ଥିଲି। ତେବେ ଏନେଇ ଆଲୋଚନା ପରେ ପଦକ୍ଷେପ ନେବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?