ପୁନଃ ରିଲିଜ ହେଲା ‘କ୍ୟାମେରାମ୍ୟାନ୍‌ ଗଙ୍ଗାଥୋ ରାମବାବୁ’

ନନ୍ଦିଆଲା: ୨୦୧୨ରେ ମୁକ୍ତିଲାଭ କରିଥିବା ସୁପରଷ୍ଟାର ପଓ୍ବନ୍‌ କଲ୍ୟାଣଙ୍କ ଫିଲ୍ମ ‘କ୍ୟାମେରାମ୍ୟାନ୍‌ ଗଙ୍ଗାଥୋ ରାମବାବୁ’ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ପ୍ରସିଦ୍ଧ ନିର୍ଦ୍ଦେଶକ ପୁରୀ ଜଗନ୍ନାଦ୍‌ଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମରେ ପୱନ୍‌ କଲ୍ୟାଣଙ୍କ ସହ ତମନ୍ନା ଭାଟିଆ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ତେବେ ପୱନ୍‌ଙ୍କର ଏହି ଚଳଚ୍ଚିତ୍ର ନନ୍ଦିଆଲାର ଏକ ଥିଏଟର ମାଲିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ନିଜ ପ୍ରିୟ ତାରକାଙ୍କ ଚଳଚ୍ଚିତ୍ରର ପୁନଃ ରିଲିଜ ଅବସରରେ ଏକ ଆକ୍ସନ ସିନ୍‌କୁ ଭିତ୍ତିକରି ପଓ୍ବନଙ୍କ କେତେଜଣ ପ୍ରଶଂସକ ଉତ୍ସାହିତ ହୋଇ ଥିଏଟର ଭିତରେ ନିଆଁ ଲଗାଇ ଦେଇଥିଲେ, ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେରେ ଭାଇରାଲ ହେବାରେ ଲାଗିଛି। ତେବେ ଏଭଳି ଘଟଣା ପୱନ୍‌ଙ୍କ ଫ୍ୟାନ୍‌ ମାନେ ପ୍ରଥମ ଥର ପାଇଁ କରିନାହାନ୍ତି। ୨୦୨୧ ମସିହାରେ, ଯେତେବେଳେ ପୱନ୍‌ଙ୍କର ଏକ ଚଳଚ୍ଚିତ୍ର ବୈଷୟିକ ତ୍ରୁଟି ହେତୁ ଜୋଗୁଲମ୍ବା ଗାଡୱାଲର ଏକ ଥିଏଟରରେ ପ୍ରଦର୍ଶିତ ହୋଇପାରିଲା ନାହିଁ ସେତେବେଳେ ତାଙ୍କ ପ୍ରଶଂସକ ମାନେ ସମ୍ପୃକ୍ତ ଥିଏଟରରେ ଭଙ୍ଗାରୁଜା କରିଥିଲେ। ସେହିପରି ୨୦୨୩ ମସିହାରେ ପଓ୍ବନ୍‌ଙ୍କ ପ୍ରଶଂସକମାନେ ନିଶାସକ୍ତ ଅବସ୍ଥାରେ ବିଜୟୱାଡାର ଏକ ଥିଏଟରକୁ ଭଙ୍ଗାରୁଜା କରିଥିଲେ, ଯାହା ଫଳରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ‘କ୍ୟାମେରାମ୍ୟାନ୍‌ ଗଙ୍ଗାଥୋ ରାମବାବୁ’ ଏକ ରାଜନୈତିକ ଆକ୍ସନ୍‌ ଫିଲ୍ମ, ଯେଉଁଥିରେ ପୱନ କଲ୍ୟାଣ ରାମବାବୁଙ୍କ ଚରିତ୍ରରେ ଅଭିନୟ କରିଥିଲେ, ଯିଏ ଜଣେ ବୈଦ୍ୟୁତିକ ଗଣମାଧ୍ୟମ ସାମ୍ବାଦିକ ଥିଲେ। ପ୍ରକାଶ ରାଜ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?