ଜନଧନ ଆକାଉଣ୍ଟଧାରୀ ହୋଇଯାଆନ୍ତୁ ସତର୍କ! Re-KYC କରିବା ଜରୁରୀ ନଚେତ… ଜାଣନ୍ତୁ ଅନଲାଇନ୍‌ରେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା(PMJDY)ର ୧୦ ବର୍ଷ ପୂର୍ତ୍ତି ହୋଇଛି। ଏହି ଯୋଜନା ଅଧୀନରେ ଅନେକ ଆକାଉଣ୍ଟରେ ପୁଣି ଥରେ କଓ୍ବୋଇସି ଅପ୍‌ଡେଟ୍‌ କରିବାକୁ ହେବ। ହେଲେ ଆକାଉଣ୍ଟଧାରୀଙ୍କ ପାଇଁ ଏକ ଖୁସିଖବର ରହିଛି। ରି-କଓ୍ବୋସି ପ୍ରକ୍ରିୟାକୁ ସହଜ କରିବା ଲାଗି ସାର୍ବଜନିତ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ଜୁଲାଇ ୧ରୁ ସେପ୍ଟେମ୍ବର ୩୦ ସେପ୍ଟେମ୍ବର ଯାଏ ପଞ୍ଚାୟତସ୍ତରରେ ସ୍ବତନ୍ତ୍ର ଶିବିର ଲଗାଇବେ। ବୁଧବାର RBI ଗଭର୍ନର ସଞ୍ଜୟ ମଲହୋତ୍ରା ଏହା ଜଣାଇଛନ୍ତି। ତେବେ ଆପଣ ଅନଲାଇନରେ Re-KYC କରିପାରିବେ, ଆସନ୍ତୁ ସେନେଇ ଜାଣିବା…

Re-KYC କ’ଣ?
ନୋ ଇଓର କଷ୍ଟମର(KYC) ଡିଟେଲ ହେଉଛି ସେହି ଡକ୍ୟୁମେଣ୍ଟ ଏବଂ ଠିକଣା ନେଇ ସୂଚନା ଯାହାକୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ଆବଶ୍ୟକତା ପଡ଼ିଥାଏ। ରି-କଓ୍ବୋଇସି ଅର୍ଥାତ ବ୍ୟାଙ୍କ ପୁଣିଥରେ ଏସବୁ ଡକ୍ୟୁମେଣ୍ଟଗୁଡ଼ିକୁ ଅପ୍‌ଡେଟ୍‌ ରଖିବା ଲାଗି ପଦକ୍ଷେପ ଉଠାଇଥାନ୍ତି।

ଜନଧନ ଯୋଜନା କ’ଣ?
୨୦୧୪ରେ ଏହି ଯୋଜନା ଆରମ୍ଭ ହୋଇଥିଲା। ଏହାକୁ ଦେଶର ପ୍ରତ୍ୟେକ ପରିବାରର ସଞ୍ଚୟ ଖାତା ରଖିବା ଲାଗି ଡିଜାଇନ କରାଯାଇଥିଲା। ଏଯାବତ ଏହି ଯୋଜନା ଅଧୀନରେ ୫୫ କୋଟିରୁ ଅଧିକ ଆକାଉଣ୍ଟ ଖୋଲାଯାଇଛି।

ଏହି ଖାତାଧାରୀଙ୍କୁ ଅନେକ ଲାଭ ମିଳିଥାଏ, ଯେପରିକି ଜିରୋ ବାଲାନ୍ସ ସୁବିଧା, ସଞ୍ଚୟ ଟଙ୍କା ଉପରେ ସୁଧ, ଦୁର୍ଘଟଣା ବୀମା, ରୁପେ ଡେବିଟ୍‌ କାର୍ଡ ଏବଂ ୧୦୦୦୦ ଟଙ୍କାର ଓଭର ଡ୍ରାଫ୍ଟ ସୁବିଧା।

ଯଦି ଆକାଉଣ୍ଟ SBIରେ ଥାଏ ତେବେ କିଭଳି ଅନଲାଇନରେ କଓ୍ବୋଇସି ଅପ୍‌ଡେଟ୍‌ କରିବେ ଜାଣନ୍ତୁ:

-ପ୍ରଥମେ SBI Net Banking ଆକାଉଣ୍ଟରେ ଲଗ୍‌ ଇନ୍‌ କରନ୍ତୁ।
-ଏବେ My Account ଏବଂ ପ୍ରୋଫାଇଲ ଟ୍ୟାବ୍‌କୁ ଯାଆନ୍ତୁ।
-ଏହା ପରେ ଅପଡେଟ୍‌ କଓ୍ବୋଇସି ଅପ୍‌ଶନ ଚୟନ କରନ୍ତୁ
-ନିଜର ପ୍ରୋଫାଇଲ ପାସଓ୍ବାର୍ଡ ଦାଖଲ କରନ୍ତୁ ଏବଂ ସବମିଟ୍‌ କରନ୍ତୁ
-ପରେ ପୁଣି ଥରେ ନିଜର ଆକାଉଣ୍ଟ ଚୟନ କରି ସବମିଟ୍‌ କରନ୍ତୁ।
-ଜରୁରୀ ସୂଚନା ପ୍ରଦାନ କରନ୍ତୁ। ଯଦି କୌଣସି ପରିବର୍ତ୍ତନ ହୁଏ ତେବେ ଅପଡେଟେଡ୍‌ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ।
– ପ୍ରକ୍ରିୟା ଶେଷ କରିବା ଲାଗି ନିଜର ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ପଠାଯାଇଥିବା ଓଟିପି ଦାଖଲ କରନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?