Posted inଖେଳ

ଆର୍‌ସିବିକୁ ପୁଣି ହରାଇଲା ପଞ୍ଜାବ

ଶାରଜା, ୧୬।୧୦: ଅଧିନାୟକ ବିରାଟ କୋହଲିଙ୍କ ଧିମା ବ୍ୟାଟିଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ମହଙ୍ଗା ପଡ଼ିଛି। ଶାରଜା ପରି ଛୋଟ ଗ୍ରାଉଣ୍ଡରେ ୧୭୧ ରନ ପର୍ଯ୍ୟାପ୍ତ ହୋଇନାହିଁ। ମୟଙ୍କ ଅଗ୍ରଓ୍ବାଲ, ଅଧିନାୟକ ଲୋକେଶ ରାହୁଲ ଓ କ୍ରିସ୍‌ ଗେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଆରସିବିକୁ ୮ ଉଇକେଟରେ ହରାଇ ପରାଜୟ ଧାରା ଭାଙ୍ଗିଛି। ଆରସିବି ପକ୍ଷରୁ ଧାର୍ଯ୍ୟ ୧୭୨ ରନର ବିଜୟ ଲକ୍ଷ୍ୟର ପିଛାକରି ପଞ୍ଜାବ ୨୦ ଓଭରରେ ୨ ଉଇକେଟ ହରାଇ ୧୭୭ ରନ ସଂଗ୍ରହ କରି ନେଇଥିଲା। ପ୍ରତିଯୋଗିତାରେ କ୍ରମାଗତ ୫ ପରାଜୟ ପରେ କିଙ୍ଗ୍ସ ଇଲେଭେନର ଏହା ପ୍ରଥମ ବିଜୟ। ପୂର୍ବରୁ ଦଳ ଏକମାତ୍ର ବିଜୟ ଏହି ଆରସିବି ବିପକ୍ଷରେ ହିଁ ହାସଲ କରିଥିଲା। ଫଳରେ କୋହଲିଙ୍କ ଦଳ ବିପକ୍ଷରେ ଦଳ ୨ଟି ଯାକ ମ୍ୟାଚ ଜିତି ଆଗକୁ ବଢ଼ିବା ଆଶା ଉଜ୍ଜୀବିତ ରଖିଛି। ଅନ୍ୟପକ୍ଷରେ ଆରସିବିର ୮ ମ୍ୟାଚରୁ ଏହା ତୃତୀୟ ପରାଜୟ।
କୋହଲିଙ୍କ ୨୦୦ତମ ମ୍ୟାଚ
ଗୁରୁବାର ଆରସିବି ପାଇଁ ୨୦୦ତମ ମ୍ୟାଚ ଖେଳିଥିଲେ ଆର୍‌ସିବି ଅଧିନାୟକ ବିରାଟ କୋହଲି। ଏହା ମଧ୍ୟରୁ ଆଇପିଏଲ୍‌ରେ ୧୮୫ଟି ଏବଂ ଚାମ୍ପିୟନ୍ସ ଲିଗ୍‌ ଟି୨୦ରେ ୧୫ ମ୍ୟାଚ ସାମିଲ। ଟସ୍‌ ଜିତି ସେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦୁଇ ଓପନର ଭଲ ଆରମ୍ଭ କରିଥିଲେ ହେଁ ଶାରଜାର ଛୋଟ ଗ୍ରାଉଣ୍ଡରୁ ଫାଇଦା ନେଇ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଦେବଦତ୍ତ ପଡିକାଲ ୧୨ ବଲ୍‌ରୁ ୧୮(୧ ଚୌକା, ୧ ଛକା) ରନ କରିଥିବାବେଳେ ଅର୍ଶଦୀପ ସିଂଙ୍କ ବଲ୍‌ରେ ଆଉଟ ହୋଇଥିଲେ। ୨୫ ବଲ୍‌ରୁ ୩୮ ରନ ଯୋଗ ହେବାପରେ ପ୍ରଥମ ଉଇକେଟ ପଡ଼ିଥିଲା। ସେହିପରି ଅଭିଜ୍ଞ ଆରୋନ ଫିଞ୍ଚ୍‌ ୧୮ ବଲ୍‌ରୁ ୨୦(୨ ଚୌକା, ୧ ଛକା) ରନ କରିଥିବାବେଳେ ମୁରୁଗାନ ଅଶ୍ୱିନଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଯାଇଥିଲେ। ଫଳରେ ୬.୩ ଓଭର ବେଳକୁ ଆରସିବି ଇନିଂସ ୬୨/୨ ହୋଇ ଯାଇଥିଲା। ବ୍ୟାଟିଂ କ୍ରମରେ ଓ୍ବାଶିଂଟନ ସୁନ୍ଦର ଓ ଶିବମ୍‌ ଦୁବେଙ୍କୁ ଆଗୁଆ ଆଣିବା ନିଷ୍ପତ୍ତି କାମ ଦେଇ ନ ଥିଲା। ଆରସିବି ୫.୨ ଓଭରରେ ୫୦ ରନ କରିଥିବାବେଳେ ମଧ୍ୟଭାଗରେ ରନହାର ଧିମେଇ ଯିବାରୁ ଦଳର ୧୩.୨ ଓଭରରେ ଯାଇ ୧୦୦ ରନ ପୂରଣ ହୋଇଥିଲା। ୪ ନମ୍ବରରେ ଆସିଥିବା ଓ୍ବାଶିଂଟନ ସୁଯୋଗର ସଦ୍‌ବ୍ୟବହାର କରି ନ ପାରି ମାତ୍ର ୧୩(୧୪ ବଲ, ୧ ଚୌକା) ରନ କରି ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ସେହିପରି ୧୫ତମ ଓଭରରେ ରବି ବିଷ୍ଣୋଇଙ୍କ ବଲରେ କ୍ରମାଗତ ୨ଟି ଛକା ମାରିଥିଲେ ହେଁ ଦୁବେ ୨୩(୧୯ ବଲ) ରନ କରିବାକୁ ସକ୍ଷମ ହୋଇଥିଲେ। କ୍ରିସ୍‌ ଜୋର୍ଡାନ ଏହି ଉଇକେଟଟି ପାଇଥିଲେ। ଏବି ଡିଭିଲର୍ସଙ୍କୁ ବ୍ୟାଟିଂ କ୍ରମରେ ପଛରେ ଆଣିବା ନିଷ୍ପତ୍ତି ଆର୍‌ସିବି ପାଇଁ ମହଙ୍ଗା ପଡ଼ିଥିଲା। ୧୭ତମ ଓଭରରେ ମହମ୍ମଦ ସାମି ବଡ଼ ସଫଳତା ପାଇଥିଲେ। ଅଧିକ ବଲ୍‌ ନ ଥିବାରୁ କ୍ରିଜ୍‌କୁ ଆସିବାପରେ ବଡ଼ ଶଟ୍‌ ଖେଳିବା ଚକ୍କରରେ ଡିଭିଲର୍ସ ମାତ୍ର ୨ ରନ କରି ଆଉଟ ହୋଇଥିଲେ। ସାମି ଏହି ଓଭରର ତୃତୀୟ ବଲ୍‌ରେ ଡିଭିଲର୍ସ ଓ ୫ମ ବଲ୍‌ରେ ସେଟ୍‌ ବ୍ୟାଟ୍ସମ୍ୟାନ କୋହଲିଙ୍କୁ ଆଉଟ କରି ଆରସିବିକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। କୋହଲି ୩୯ ବଲ୍‌ରୁ ମାତ୍ର ୩ ଚୌକା ସହ ୪୮ ରନ କରି ପ୍ୟାଭିଲିୟନ ଫେରିଥିଲେ। ଶେଷ ୨ ଓଭରରେ କ୍ରିସ୍‌ ମୋରିସ ଓ ଇସୁରୁ ଉଡାନା କେତେକ ଦର୍ଶନୀୟ ଶଟ୍‌ ଖେଳିବାରୁ ଆରସିବି ସ୍କୋର ୨୦ ଓଭରରେ ୧୭୧/୬ ହୋଇ ପାରିଥିଲା। ସାମିଙ୍କ ଶେଷ ଓଭରରେ ମୋରିସ ୩ ଛକା ଓ ୧ ଚୌକା ମାରିବାରୁ ୨୪ ରନ ସଂଗୃହୀତ ହୋଇଥିଲା। ଏହି ଦକ୍ଷିଣ ଆଫ୍ରିକୟ ବ୍ୟାଟ୍ସମ୍ୟାନ ୮ ବଲ୍‌ରୁ ଦ୍ରୁତ ୨୫(୧ ଚୌକା, ୩ ଛକା) ଓ ଉଡାନା ୫ ବଲ୍‌ରୁ ୧୦(୧ ଛକା) ରନରେ ଅପରାଜିତ ରହିଥିଲେ। ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ଓ ମୁରୁଗାନ ଅଶ୍ୱିନ ୨ଟି ଲେଖାଏ ଏବଂ ଅର୍ଶଦୀପ ସିଂ ଓ କ୍ରିସ୍‌ ଜୋର୍ଡାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଓପନିଂ ଯୋଡ଼ିରେ ୪୮ ବଲ୍‌ରୁ ୭୮ ରନ ସଂଗ୍ରହ କରି ପଞ୍ଜାବ ବିଜୟ ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲା। ମୟଙ୍କ ଅଗ୍ରଓ୍ବାଲ ଧୂଆଁଧାର ବ୍ୟାଟିଂ କରି ୨୫ ବଲ୍‌ରୁ ୪୫(୪ ଚୌକା, ୩ ଛକା) ରନ କରି ଆଉଟ ହୋଇଥିଲେ। ଚଳିତ ସିଜନରେ ପ୍ରଥମଥରପାଇଁ ପଡ଼ିଆକୁ ଓହ୍ଲାଇଥିବା କ୍ରିସ୍‌ ଗେଲ୍‌ ଅଧିନାୟକ ଲୋକେଶ ରାହୁଲଙ୍କ ସହ ମିଶି ଦଳକୁ ସହଜ ବିଜୟ ଆଡ଼କୁ ନେଇ ଯାଇଥିଲେ। ଶେଷ ଓଭରରେ ବିଜୟ ପାଇଁ ମାତ୍ର ୨ ରନ ଆବଶ୍ୟକ ହେଉଥିବାବେଳେ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ୟୁଜବେନ୍ଦ୍ର ଚହଲ ପ୍ରଥମ ୪ ଓଭରରୁ ମାତ୍ର ୧ ରନ ଦେଇଥିବାବେଳେ ୫ମ ବଲ୍‌ରେ ଗେଲ୍‌ ରନଆଉଟ ହୋଇ ଯାଇଥିଲେ। ଫଳରେ ଶେଷ ବଲ୍‌ରୁ ବିଜୟ ପାଇଁ ୧ ରନ ଆବଶ୍ୟକ ହୋଇଥିଲା। ମାତ୍ର ଏହାକୁ ଛକାରେ ପରିଣତ କରି ନିକୋଲାସ ପୁରନ ଉତ୍କଣ୍ଠାର ଅବସାନ ଘଟାଇଥିଲେ। ଗେଲ ୪୫ ବଲ୍‌ରୁ ୧ ଚୌକା ଓ ୫ ଛକା ସହାୟତାରେ ୫୩ ରନ କରି ଆଉଟ ହୋଇଥିବାବେଳେ ରାହୁଲ ୪୯ ବଲ୍‌ରୁ ୧ ଚୌକା ଓ ୫ ଛକା ସହ ୬୧ ରନରେ ଅପରାଜିତ ରହିଥିଲେ। ଦ୍ୱିତୀୟ ଉଇକେଟରେ ଗେଲ୍‌ ଓ ରାହୁଲ ୯୩ ରନର ଭାଗୀଦାରି ଗଢ଼ିଥିଲେ। ଆରସିବି ପକ୍ଷରୁ ଏକମାତ୍ର ଚହଲ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୭୧/୬(କୋହଲି-୪୮, ମୋରିସ-୨୫*, ଦୁବେ-୨୩, ସାମି-୨/୪୫, ମୁରୁଗାନ-୨/୨୩, ଅର୍ଶଦୀପ-୧/୨୦, ଜୋର୍ଡାନ-୧/୨୦)। କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୭୭/୨(ରାହୁଲ-୬୧*, ଗେଲ୍‌-୫୩, ମୟଙ୍କ-୪୫, ଚହଲ-୧/୩୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri