ସରକାରଙ୍କୁ ୨.୧୧ ଲକ୍ଷ କୋଟିର ରେକର୍ଡ ଡିଭିଡେଣ୍ଡ ଅନୁମୋଦନ କଲା ଆରବିଆଇ

ମୁମ୍ବାଇ,୨୨ା୫: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୨୦୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରାୟ ୨.୧୧ ଲକ୍ଷ କୋଟି ଟଙ୍କାର ଡିଭିଡେଣ୍ଡ ଅନୁମୋଦନ କରିଛି ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୧୪୦% ବୃଦ୍ଧି ଘଟିଛି। ଆର୍ଥିକ ବର୍ଷ ୨୩ ରେ, ଆରବିଆଇ ଅତିରିକ୍ତ ଭାବରେ କେନ୍ଦ୍ରକୁ ୮୭,୪୧୬ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ।

ମୁମ୍ବାଇରେ ଅନୁଷ୍ଠିତ କେନ୍ଦ୍ରୀୟ ବୋର୍ଡର ୬୦୮ ତମ ବୈଠକରେ ବୋର୍ଡ ବିଶ୍ୱ ତଥା ଘରୋଇ ଅର୍ଥନୈତିକ ପରିସ୍ଥିତି ଉପରେ ଆଲୋକପାତ କରିଥିଲା, ଯେଉଁଥିରେ ସମ୍ଭାବ୍ୟ ବିପଦ ମଧ୍ୟ ରହିଛି। ଏଥିସହିତ ବୋର୍ଡ ସରକାରଙ୍କୁ ୨.୧୧ ଲକ୍ଷ କୋଟି ଟଙ୍କା ବଳକା ରଶି ପ୍ରଦାନ କରିବାକୁ ନିଷ୍ପତି ନେଇଛି।

ଆରବିଆଇ କହିଛି, ମାକ୍ରୋ-ଅର୍ଥନୈତିକ ସ୍ଥିତି ଏବଂ କରୋନା ମହାମାରୀର ପ୍ରଭାବ କାରଣରୁ ୨୦୧୮-୧୯ ରୁ ୨୦୨୧-୨୨ ମଧ୍ୟରେ ରିଜର୍ଭ ବ୍ୟାଙ୍କର ବାଲାନ୍ସ ସିଟ୍ ର ୫.୫୦ ପ୍ରତିଶତରେ କଣ୍ଟିଜେନ୍ସି ରିସ୍କ ବଫର୍ (ସିଆରବି) ବଜାୟ ରଖି ଅଭିବୃଦ୍ଧି ଏବଂ ସାମଗ୍ରିକ ଅର୍ଥନୈତିକ କାର୍ଯ୍ୟକଳାପକୁ ସମର୍ଥନ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି।

ଅବଶ୍ୟ, ଆର୍ଥିକ ବର୍ଷ ୨୩ରେ ଅର୍ଥନୈତିକ ଅଭିବୃଦ୍ଧି ସହିତ (ସିଆରବି) କୁ ୬% କୁ ବୃଦ୍ଧି କରାଯାଇଥିଲା। ଏବେ ଆର୍ଥିକ ବର୍ଷ ୨୪ ପାଇଁ, ଏହା ଆହୁରି ୬.୫% କୁ ବୃଦ୍ଧି କରାଯାଇଛି, ଯାହା ଅର୍ଥନୀତିର ନିରନ୍ତର ଦୃଢ଼ତା ଏବଂ ସ୍ଥିରତାକୁ ପ୍ରତିଫଳିତ କରୁଛି।

“ଯେହେତୁ ଅର୍ଥନୀତି ଦୃଢ ଏବଂ ସ୍ଥିର ରହିଛି, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସିଆରବି’କୁ ୬.୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଏହା ପରେ ବୋର୍ଡ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ ୨,୧୦,୮୭୪ କୋଟି ଟଙ୍କା ସ୍ଥାନାନ୍ତର କରିବାକୁ ଅନୁମୋଦନ କରିଥିବା ଆରବିଆଇ କହିଛି।

ପୂର୍ବରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା ଯେ ଆର୍ଥିକ ବର୍ଷ ୨୪ ପାଇଁ ସରକାରଙ୍କୁ ୧ ଲକ୍ଷ କୋଟିରୁ ଅଧିକ ଡିଭିଡେଣ୍ଡକୁ ଆରବିଆଇ ଅନୁମୋଦନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କୁ ବଡ଼ ଝଟ୍‌କା, ଆଗୁଆ ଟଙ୍କା ଉଠାଣ ସୁବିଧା ବନ୍ଦ କଲା EPFO !

ନୂଆଦିଲ୍ଲୀ,୧୫।୬: ସମଗ୍ର ଦେଶରେ କରୋନା ମହାମାରୀ ସମୟରେ ଦିଆଯାଇଥିବା କୋଭିଡ୍‌ ଅଗ୍ରୀମ ଟଙ୍କା ଉଠାଇବା ସୁବିଧାକୁ ବର୍ତ୍ତମାନ ବନ୍ଦ କରିଛି ଇପିଏଫ୍‌ଓ। ଦେଶରେ ଏବେ କରୋନା...

ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ରିଜ୍‌ ଡିଜାଇନ ମାନୁଆଲର ପ୍ରଥମ ସଂସ୍କରଣ

ଭୁବନେଶ୍ୱର,୧୫।୬: ଇଣ୍ଡିଆନ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଡେଭଲପମେଣ୍ଟ ଆସୋସିଏସନ (ଆଇଏସ୍‌ଏସ୍‌ଡିଏ)ର ବହୁ ପ୍ରତୀକ୍ଷିତ ତଥା ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ରିଜ୍‌ ଡିଜାଇନ୍‌ ମାନୁଆଲର ପ୍ରଥମ ଭାରତୀୟ ସଂସ୍କରଣ ନିକଟରେ ଉନ୍ମୋଚିତ...

ଜେଇଇ ଆଡ୍‌ଭାନ୍ସଡ୍‌ରେ ଆକାଶର ବାଜିମାତ୍‌

ଭୁବନେଶ୍ୱର,୧୫।୬: ଆକାଶ ଏଜୁକେଶନାଲ ସର୍ଭିସେସ୍‌ ଲିମିଟେଡ୍‌ (ଏଇଏସ୍‌ଏଲ୍‌)ର ଛାତ୍ରୀଛାତ୍ରମାନେ ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମ ବା ଜେଇଇ ଆଡ୍‌ଭାନ୍ସଡ୍‌-୨୦୨୪ ପରୀକ୍ଷା ଫଳାଫଳରେ ଉଲ୍ଲେଖନୀୟ ସଫଳତା ସହ ବାଜିମାତ୍‌ କରିଛନ୍ତି।...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସ୍ଥିରତା ସପ୍ତାହ

ଭୁବନେଶ୍ୱର,୧୫।୬: ଆର୍ସଲରମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ) ର ଓଡ଼ିଶା ୟୁନିଟ୍‌ରେ ସ୍ଥିରତା ସପ୍ତାହ (ସଷ୍ଟେନାବିଲିଟି ଉଇକ୍‌) ପାଳିତ ହୋଇଯାଇଛି। ଏହି ଅବସରରେ ଜେନେରେଶନ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ୧୩୦୦ ଜିଏସ୍‌

ଭୁବନେଶ୍ୱର,୧୫।୬ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ଦୁଇଚକିଆ ଯାନ ତଥା ଅନ୍ତଃରାଷ୍ଟ୍ରୀୟ ଅଟୋ ବ୍ରାଣ୍ଡ୍‌ ବିଏମ୍‌ଡବ୍ଲ୍ୟୁ (ବିଏମ୍‌ଡବ୍ଲ୍ୟୁ ମୋଟୋରାଡ୍‌ ଇଣ୍ଡିଆ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ...

ଭାରତର ରପ୍ତାନି ପରିମାଣ ଅଭିବୃଦ୍ଧି

ଭୁବନେଶ୍ୱର,୧୫।୬(ଅନୁରାଧା ମହାରଣା): ୨୦୨୪ ମେ’ରେ ଭାରତର ମୋଟ ରପ୍ତାନି ୧୦.୨୫ ପ୍ରତିଶତ ବୃଦ୍ଧି ପାଇବ। ୨୦୨୪ ଏପ୍ରିଲ-ମେ ମଧ୍ୟରେ ଭାରତର ମୋଟ ରପ୍ତାନି ୧୩୩.୬୧ ବିଲିୟନ ଡଲାର...

ଏଣିକି ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା, ଉପଭୋକ୍ତାଙ୍କୁ ଦେବାକୁ ପଡ଼ିବ ଅଧିକ ଚାର୍ଜ

ଭୁବନେଶ୍ୱର,୧୪ା୬: ନଗଦ କାରବାର କରିବା ପାଇଁ ଏଟିଏମ୍ ବ୍ୟବହାରକାରୀଙ୍କୁ ଏଣିକି ଅଧିକ ଚାର୍ଜ ଦେବାକୁ ପଡିବ। କନଫେଡେରେସନ୍ ଅଫ୍ ଏଟିଏମ୍ ଇଣ୍ଡଷ୍ଟ୍ରି(CATMI) ରିଜର୍ଭ ବ୍ୟାଙ୍କ ଅଫ୍...

ଜେଏସ୍‌ଏଲ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୧୪ା୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ପରିସରରେ ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri