Posted inଖେଳ

ରାଗରେ ନିଆଁବାଣ ହେଲେ ଶାସ୍ତ୍ରୀ, ଦେଲେ ଚେତାବନୀ

ଦୁବାଇ,୯।୧୧: ଟି -୨୦ ବିଶ୍ୱକପ ୨୦୨୧ରେ ଟିମ ଇଣ୍ଡିଆ ସେମିଫାଇନାଲ ଦୌଡରୁ ବାଦ୍‌ ପଡିଛି। କୋଚ ଭାବେ ଟିମ ଇଣ୍ଡିଆ ସହିତ ରବି ଶାସ୍ତ୍ରୀଙ୍କ ଚୁକ୍ତି ମଧ୍ୟ ଶେଷ ହୋଇଛି। ରବି ଶାସ୍ତ୍ରୀଙ୍କ ସ୍ଥାନରେ ବିସିସିଆଇ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ନୂତନ କୋଚ ଭାବରେ ନିଯୁକ୍ତ କରିଛି। ଟିମ ଇଣ୍ଡିଆର କୋଚ ପଦରୁ ହଟାଯିବା ପରେ ରବି ଶାସ୍ତ୍ରୀଙ୍କ ରାଗ ଦେଖିବାକୁ ମିଳିଛି। ଶାସ୍ତ୍ରୀ ମାନସିକ ଏବଂ ଶାରୀରିକ ଥକାପଣ ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତ।
ଏହି ସମୟ ମଧ୍ୟରେ ସେ ଆଇସିସି ଏବଂ ବିଶ୍ୱର ସମସ୍ତ କ୍ରିକେଟ ବୋର୍ଡକୁ ଚେତାବନୀ ଦେଇଛନ୍ତି। ରବି ଶାସ୍ତ୍ରୀ କହିଛନ୍ତି ଯେ ଯଦି ଆଇସିସି ଏବଂ କ୍ରିକେଟ ବୋର୍ଡ ଆଗାମୀ ଦିନରେ ମାନସିକ ଥକାପଣ ବିଷୟରେ କିଛି ନ କରନ୍ତି, ତେବେ ଏହା କ୍ରିକେଟ ଉପରେ ବହୁତ ଖରାପ ପ୍ରଭାବ ପକାଇପାରେ। ଏଭଳି ପରିସ୍ଥିତିରେ ଖୁବ ଶୀଘ୍ର ଖେଳାଳିମାନେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାଠାରୁ ଦୂରେଇ ଯିବେ। ଗତ କିଛି ମାସ ମଧ୍ୟରେ ଟିମ ଇଣ୍ଡିଆର ଖେଳାଳିଙ୍କ ଅବସ୍ଥା ବିଷୟରେ ରବି ଶାସ୍ତ୍ରୀ କହିଛନ୍ତି, ଆମେ ପ୍ରାୟ ୬ ମାସ ଧରି ଏକ ବାୟୋ ବବୁଲରେ ରହୁୁଛୁ। ଯଦି ଆମେ ଆଇପିଏଲ ଏବଂ ଟି -୨୦ ବିଶ୍ୱକପ ମଧ୍ୟରେ ଏକ ଆରାମ ପାଇଥା’ନ୍ତେ, ତେବେ ଏହା ଠିକ ହୋଇଥାନ୍ତା।
ରବି ଶାସ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ ଖେଳୁଛନ୍ତି, ଏମାନେ ସମସ୍ତେ ମଣିଷ, ଖେଳାଳିମାନେ ପେଟ୍ରୋଲରେ ଚାଲନ୍ତି ନାହିଁ। ମୋ ମନକୁ ଆସୁଥିବା ପ୍ରଥମ କଥା ହେଉଛି ସାନ୍ତ୍ୱନା। ମୁଁ ମାନସିକ ଭାବେ କ୍ଳାନ୍ତ, କିନ୍ତୁ ମୋ ବୟସରେ ମୁଁ ଏହା ଆଶା କରେ, କିନ୍ତୁ ଏହି ଖେଳାଳିମାନେ ମାନସିକ ଓ ଶାରୀରିକ ଭାବେ କ୍ଳାନ୍ତ ହୋଇଯାଇଛନ୍ତି । ଆମେ ପରାଜୟକୁ ଗ୍ରହଣ କରୁ ଏବଂ ହାରିବାକୁ ଭୟ କରୁନାହୁଁ। ଜିତିବାକୁ ଚେଷ୍ଟା କରୁ, ତୁମେ ମ୍ୟାଚ ହରାଇ ପାରିବ, କିନ୍ତୁ ଏଠାରେ ଆମେ ଜିତିବାକୁ ଚେଷ୍ଟା କରିନାହୁଁ କାରଣ ଆମେ ଏକ୍ସ ଫ୍ୟାକ୍ଟର୍‌ ମିସ୍‌ କରୁଥିଲୁ।
ସୂଚନାଯୋଗ୍ୟ, ଟି-୨୦ ବିଶ୍ୱକପ୍‌ରେ ନାମ୍ବିଆ ବିପକ୍ଷ ମ୍ୟାଚ୍‌ କୋଚ ରବି ଶାସ୍ତ୍ରୀ ଏବଂ ଟି-୨୦ ଅଧିନାୟକ ଭାବେ ବିରାଟ କୋହଲିଙ୍କ ଶେଷ ମ୍ୟାଚ୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡୋପ୍‌ ଟେଷ୍ଟରେ ବିଫଳ ହୋଇ ୨ ବର୍ଷ ବାସନ୍ଦ ହେଲେ ଏହି ଯୁବ କ୍ରିକେଟର୍‌

ଢାକା, ୨୭।୭: ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ଯୁବ ଦ୍ରୁତ ବୋଲର କାଜି ଅନିକ୍‌ ଇସ୍‌ଲାମଙ୍କୁ ୨ ବର୍ଷ ଲାଗି ବାସନ୍ଦ କରିଛି। ୨୦୧୮ରେ ହୋଇଥିବା...

ଟ୍ରଫି ଟୁର୍‌ ଲଞ୍ଚ କଲା ଆଇସିସି

ଦୁବାଇ, ୨୭ା୬(ପି.ଟି.): ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ଟ୍ରଫି ଲଞ୍ଚ କରିଛି ଆଇସିସି। ସୋମବାର ଆଇସିସି ପକ୍ଷରୁ ପୃଥିବୀ ପୃଷ୍ଠର ୧ ଲକ୍ଷ ୨୦ ହଜାର...

ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ରହିତାଦେଶ

ଚଣ୍ଡିଗଡ଼, ୧୨ା୮ଶନିବାର ହେବାକୁଥିବା ବହୁପ୍ରତୀକ୍ଷିତ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ଉପରେ ରହିତାଦେଶ ଜାରି କହିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ। ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନରେ...

ଜୋକୋଭିଚ୍‌ଙ୍କ କଷ୍ଟସାଧ୍ୟ ବିଜୟ

ରୋମ୍‌, ୧୬ା୫ (ଏପି)- ଷ୍ଟିଫାନସ ସିତ୍‌ସିପାସଙ୍କ ବିପକ୍ଷରେ ବିଜୟ ହାସଲ କରି ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ନୋଭାକ୍‌ ଜୋକୋଭିଚ୍‌ ଏଠାେରେ ଚାଲିଥିବା ଇଟାଲିଆନ ଓପନ୍‌ ଟେନିସ ପୁରୁଷ...

ପାକିସ୍ତାନକୁ ବଡ଼ ଝଟ୍‌କା

କଲମ୍ବୋ,୧୧।୯: ୨୦୨୩ ଏସିଆ କପର ସୁପର-୪ ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଚାଲିଛି। ତେବେ ବର୍ଷା ହେତୁ ରବିବାର ଦିନ ଭାରତ-ପାକିସ୍ତାନ ମ୍ୟାଚ...

ଅଷ୍ଟ୍ରେଲିଆ ଜିତିଲା, ଭାରତକୁ କ୍ଷତି

ବ୍ରିସବେନ୍‌,୧୨।୧୨: ଇଂଲଣ୍ଡ ବିପକ୍ଷ ଆଶେସ ସିରିଜର ପ୍ରଥମ ଟେଷ୍ଟରେ ୯ ଉଇକେଟରେ ଏକପାଖିଆ ବିଜୟ ହାସଲ କରି ଅଷ୍ଟ୍ରେଲିଆ ଏକ ଭଲ ଆରମ୍ଭ କରିଛି। ଏହା...

ସେମିରେ ବୋପାନ୍ନା-ଶାପୋଭାଲୋଭ

ମଣ୍ଟ୍ରିଲ,୧୦।୮(ପିଟି)- ଭାରତୀୟ ଟେନିସ ଷ୍ଟାର ରୋହନ ବୋପାନ୍ନା ଓ ତାଙ୍କ ସାଥୀ ଡେନିସ ଶାପୋଭାଲୋଭ ଏଠାରେ ଚାଲିଥିବା ଏଟିପି ମଣ୍ଟ୍ରିଲ ମାଷ୍ଟର୍ସର ପୁରୁଷ ଡବଲ୍ସ ବର୍ଗରେ...

ରବିନାରାୟଣଙ୍କ ବିୟୋଗରେ ଓସିଏର ଶୋକ

ଭୁବନେଶ୍ୱର,୯।୫(ସ୍ପୋର୍ଟ୍ସ ବ୍ୟୁରୋ): ପୂର୍ବତନ କ୍ରିକେଟର ତଥା ସିନିୟର ଚୟନ କମିଟି ସଦସ୍ୟ ରବିନାରାୟଣ ପଣ୍ଡାଙ୍କ ଅକାଳ ବିୟୋଗରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଶୋକ ପ୍ରକାଶ...

Advertisement
Archives

Model This Week