ପାକିସ୍ତାନ ହାତରେ ଚାଇନାର ବିଧ୍ୱଂସକ ଯୁଦ୍ଧପୋତ, ଭାରତର ଚିନ୍ତା ବଢ଼ିଲା…

ଇସଲାମାବାଦ୍‌/ନୂଆଦିଲ୍ଲୀ,୯।୧୧: ଏଲ୍‌ଏସିରେ ଭାରତ ପାଇଁ ବିପଦ ସୃଷ୍ଟି କରୁଥିବା ଚାଇନା ଏବେ ସମୁଦ୍ରରେ ଭାରତକୁ ଘେରିବା ଲାଗି ଉଦ୍ୟମ କରୁଛି। ଏଥିରେ ଚାଇନା ପାକିସ୍ତାନର ସହାୟତା ନେଇଛି। ଏବେ ପାକିସ୍ତାନକୁ ଚାଇନା ଏକ ବିନାଶକାରୀ ଯୁଦ୍ଧ ଜାହାଜ ଦେଇଛି, ଯାହା ପାକିସ୍ତାନ ନୌସେନା ବାହିନୀର ଶକ୍ତିକୁ ବହୁଗୁଣିତ କରିବ। ଏହା ଦ୍ୱାରା ଭାରତର ଚିନ୍ତା ବୃଦ୍ଧି ପାଇଛି।

ଚାଇନାର ସରକାରୀ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ବେଜିଂ ପାକିସ୍ତାନକୁ ନୂତନ ତଥା ଉନ୍ନତ ଯୁଦ୍ଧ ପୋତ ଦେଇଛି। ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚାଇନା ଷ୍ଟେଟ ସିପି ବିଲଡିଂ କର୍ପୋରେସନ ଲିମିଟେଡ (ସିଏସଏସସି) ଦ୍ୱାରା ଡିଜାଇନ ଏବଂ ନିର୍ମିତ ହୋଇଥିବା ଏହି ଯୁଦ୍ଧ ଜାହାଜକୁ ପାକିସ୍ତାନ ନୌସେନାକୁ ସାଂଘାଇରେ ଏକ କମିଶନ ସମାରୋହରେ ହସ୍ତାନ୍ତର କରାଯାଇଛି।

ପାକିସ୍ତାନୀ ନୌସେନା ଟାଇପ୍‌ ୦୫୪-ଏ/ପି ଯୁଦ୍ଧ ଜାହାଜକୁ ପିଏନ୍‌ଏସ୍‌ ତୁଗରିଲ ଭାବେ ନାମିତ କରିଛି। ୨୦୧୭ରେ ଟାଇପ୍‌ ୦୫୪ ଯୁଦ୍ଧପୋତ ପାଇଁ ଉଭୟ ଦେଶ ଚୁକ୍ତି ସ୍ବାକ୍ଷରିତ କରିଥିଲେ। ଏହା ଅନ୍ତର୍ଗତ, ଅଗଷ୍ଟ ୨୦୨୦ରେ ପ୍ରଥମ ଯୁଦ୍ଧ ଜାହାଜ ପ୍ରସ୍ତୁତ କରାଯାଇଥିଲା। ଏବେ ଏହାର ପରୀକ୍ଷଣ କରାଯାଇଛି।

ଚାଇନା ପକ୍ଷରୁ ସମୁଦ୍ରରେ ଅତି କମରେ ୩୦ ଟାଇପ୍‌ ୦୫୪ ଯୁଦ୍ଧ ଜାହାଜ ମୁତୟନ କରାଯାଇଛି। ପିପୁଲ୍ସ ଲିବରେସନ ଆର୍ମିର ନାଭାଲ ରିସର୍ଚ୍ଚ ଏକାଡେମୀର ଜଣେ ବରିଷ୍ଠ ଗବେଷକ ଝାଙ୍ଗ ଜୁଞ୍ଚ କହିଛନ୍ତି ଯେ ଚାଇନାର ପୁରୁଣା ଯୁଦ୍ଧ ଜାହାଜ ତୁଳନାରେ ପିଏନ୍‌ଏସ୍‌ ତୁଗରିଲ ଉନ୍ନତ ବାୟୁ ପ୍ରତିରକ୍ଷା କ୍ଷମତା ପ୍ରଦାନ କରିଥାଏ। କାରଣ ଏହାର ଉନ୍ନତ ରାଡାର ବ୍ୟବସ୍ଥା ଅଛି ଏବଂ ଦୂର ଦୂରଗାମୀ କ୍ଷେପଣାସ୍ତ୍ର ଏଥିରେ ରହିଛି। ଯୁଦ୍ଧ ଜାହାଜରେ ଭୂପୃଷ୍ଠ, ବାୟୁ ଏବଂ ଜଳ ଭାଗରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ।

ଏଥିରେ ଆଧୁନିକ ଆତ୍ମରକ୍ଷା କ୍ଷମତା ଏବଂ ଯୁଦ୍ଧ ପରିଚାଳନା ସହିତ ଇଲେକ୍ଟ୍ରୋନିକ ଯୁଦ୍ଧ ପ୍ରଣାଳୀକୁ ସାମିଲ କରାଯାଇଛି। ଏନେଇ ପାକିସ୍ତାନ ପକ୍ଷରୁ କୁହାଯାଇଛି, ଟାଇପ୍‌ ୦୫୪-ଏ/ପି ଯୁଦ୍ଧ ଜାହାଜ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ। ୨୦୨୧ର ଆରମ୍ଭରେ ଚାଇନାର ସରକାରୀ ଗଣମାଧ୍ୟମ ସହିତ କଥାବାର୍ତ୍ତା କରୁଥିବାବେଳେ ପାକିସ୍ତାନର ନୌସେନା ମୁଖ୍ୟ ଆଡମିରାଲ ଏମ୍‌ ଅମଜାଦ ଖାଁ ନିୟାଜି ଚାଇନାଠାରୁ ଯୁଦ୍ଧ ଜାହାଜ କିଣିବା ବିଷୟରେ ସୂଚନା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri