ପାକିସ୍ତାନ ହାତରେ ଚାଇନାର ବିଧ୍ୱଂସକ ଯୁଦ୍ଧପୋତ, ଭାରତର ଚିନ୍ତା ବଢ଼ିଲା…

ଇସଲାମାବାଦ୍‌/ନୂଆଦିଲ୍ଲୀ,୯।୧୧: ଏଲ୍‌ଏସିରେ ଭାରତ ପାଇଁ ବିପଦ ସୃଷ୍ଟି କରୁଥିବା ଚାଇନା ଏବେ ସମୁଦ୍ରରେ ଭାରତକୁ ଘେରିବା ଲାଗି ଉଦ୍ୟମ କରୁଛି। ଏଥିରେ ଚାଇନା ପାକିସ୍ତାନର ସହାୟତା ନେଇଛି। ଏବେ ପାକିସ୍ତାନକୁ ଚାଇନା ଏକ ବିନାଶକାରୀ ଯୁଦ୍ଧ ଜାହାଜ ଦେଇଛି, ଯାହା ପାକିସ୍ତାନ ନୌସେନା ବାହିନୀର ଶକ୍ତିକୁ ବହୁଗୁଣିତ କରିବ। ଏହା ଦ୍ୱାରା ଭାରତର ଚିନ୍ତା ବୃଦ୍ଧି ପାଇଛି।

ଚାଇନାର ସରକାରୀ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ବେଜିଂ ପାକିସ୍ତାନକୁ ନୂତନ ତଥା ଉନ୍ନତ ଯୁଦ୍ଧ ପୋତ ଦେଇଛି। ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚାଇନା ଷ୍ଟେଟ ସିପି ବିଲଡିଂ କର୍ପୋରେସନ ଲିମିଟେଡ (ସିଏସଏସସି) ଦ୍ୱାରା ଡିଜାଇନ ଏବଂ ନିର୍ମିତ ହୋଇଥିବା ଏହି ଯୁଦ୍ଧ ଜାହାଜକୁ ପାକିସ୍ତାନ ନୌସେନାକୁ ସାଂଘାଇରେ ଏକ କମିଶନ ସମାରୋହରେ ହସ୍ତାନ୍ତର କରାଯାଇଛି।

ପାକିସ୍ତାନୀ ନୌସେନା ଟାଇପ୍‌ ୦୫୪-ଏ/ପି ଯୁଦ୍ଧ ଜାହାଜକୁ ପିଏନ୍‌ଏସ୍‌ ତୁଗରିଲ ଭାବେ ନାମିତ କରିଛି। ୨୦୧୭ରେ ଟାଇପ୍‌ ୦୫୪ ଯୁଦ୍ଧପୋତ ପାଇଁ ଉଭୟ ଦେଶ ଚୁକ୍ତି ସ୍ବାକ୍ଷରିତ କରିଥିଲେ। ଏହା ଅନ୍ତର୍ଗତ, ଅଗଷ୍ଟ ୨୦୨୦ରେ ପ୍ରଥମ ଯୁଦ୍ଧ ଜାହାଜ ପ୍ରସ୍ତୁତ କରାଯାଇଥିଲା। ଏବେ ଏହାର ପରୀକ୍ଷଣ କରାଯାଇଛି।

ଚାଇନା ପକ୍ଷରୁ ସମୁଦ୍ରରେ ଅତି କମରେ ୩୦ ଟାଇପ୍‌ ୦୫୪ ଯୁଦ୍ଧ ଜାହାଜ ମୁତୟନ କରାଯାଇଛି। ପିପୁଲ୍ସ ଲିବରେସନ ଆର୍ମିର ନାଭାଲ ରିସର୍ଚ୍ଚ ଏକାଡେମୀର ଜଣେ ବରିଷ୍ଠ ଗବେଷକ ଝାଙ୍ଗ ଜୁଞ୍ଚ କହିଛନ୍ତି ଯେ ଚାଇନାର ପୁରୁଣା ଯୁଦ୍ଧ ଜାହାଜ ତୁଳନାରେ ପିଏନ୍‌ଏସ୍‌ ତୁଗରିଲ ଉନ୍ନତ ବାୟୁ ପ୍ରତିରକ୍ଷା କ୍ଷମତା ପ୍ରଦାନ କରିଥାଏ। କାରଣ ଏହାର ଉନ୍ନତ ରାଡାର ବ୍ୟବସ୍ଥା ଅଛି ଏବଂ ଦୂର ଦୂରଗାମୀ କ୍ଷେପଣାସ୍ତ୍ର ଏଥିରେ ରହିଛି। ଯୁଦ୍ଧ ଜାହାଜରେ ଭୂପୃଷ୍ଠ, ବାୟୁ ଏବଂ ଜଳ ଭାଗରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ।

ଏଥିରେ ଆଧୁନିକ ଆତ୍ମରକ୍ଷା କ୍ଷମତା ଏବଂ ଯୁଦ୍ଧ ପରିଚାଳନା ସହିତ ଇଲେକ୍ଟ୍ରୋନିକ ଯୁଦ୍ଧ ପ୍ରଣାଳୀକୁ ସାମିଲ କରାଯାଇଛି। ଏନେଇ ପାକିସ୍ତାନ ପକ୍ଷରୁ କୁହାଯାଇଛି, ଟାଇପ୍‌ ୦୫୪-ଏ/ପି ଯୁଦ୍ଧ ଜାହାଜ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ। ୨୦୨୧ର ଆରମ୍ଭରେ ଚାଇନାର ସରକାରୀ ଗଣମାଧ୍ୟମ ସହିତ କଥାବାର୍ତ୍ତା କରୁଥିବାବେଳେ ପାକିସ୍ତାନର ନୌସେନା ମୁଖ୍ୟ ଆଡମିରାଲ ଏମ୍‌ ଅମଜାଦ ଖାଁ ନିୟାଜି ଚାଇନାଠାରୁ ଯୁଦ୍ଧ ଜାହାଜ କିଣିବା ବିଷୟରେ ସୂଚନା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ୩ ମାସ ମଧ୍ୟରେ ପାକିସ୍ତାନରେ ହୋଇପାରେ ନିର୍ବାଚନ !

ଇସଲାମାବାଦ୍‌,୨୫।୧୧: ଆଗାମୀ ୩ ମାସ ମଧ୍ୟରେ ପାକିସ୍ତାନରେ ପୁଣିଥରେ ନିର୍ବାଚନ ହୋଇପାରେ। ଏନେଇ ଜାମିୟତ୍‌ ଉଲେମା ଇ-ଇସଲାମ୍‌-ଫଜଲ୍‌ ମୁଖ୍ୟ ମୌଲାନା ଫଜଲୁର୍‌ ରହେମାନ ସୋମବାର ସୂଚନା...

ବିପଦ ମାଡ଼ି ଆସୁଛି : ୪୮୫ ଶହ ବର୍ଷ ଧରି ସାଇବେରିଆର ବରଫ ତଳେ ଶୋଇଥିବା ଭୂତାଣୁକୁ ପୁନର୍ଜୀବିତ କଲେ ବୈଜ୍ଞାନିକ…

ଓ୍ବାଶିଂଟନ,୨୭।୧୧ : ପୁଣି ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ବୈଜ୍ଞାନିକମାନେ ୪୮୫ ଶହ ବର୍ଷ ଧରି ସାଇବେରିଆର ପର୍ମାଫ୍ରୋଷ୍ଟ ବରଫରେ ଶୋଇଥିବା ବହୁ ଭୂତାଣୁକୁ...

ଓସ୍କାର ଦୌଡ଼ରେ ଆଗରେ ‘ଜୋକର’

ଲସ୍‌ ଏଞ୍ଜେଲସ,୧୪ା୧: ବହୁଚର୍ଚ୍ଚିତ ଏବଂ ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସା ସାଉଁଟି ଥିବା ଜୋକ୍ୱିନ ଫିନିକ୍ସଙ୍କ ଅଭିନୀତ ଫିଲ୍ମ ଜୋକର ୯୨ତମ ଓସ୍କାର ପୁରସ୍କାର ଦୌଡ଼ରେ ସବୁଠୁ...

ବ୍ରିଟେନ୍‌ରେ ଭୟଙ୍କର ତୁଷାରଝଡ଼: ସ୍କୁଲକୁ କରାଗଲା ବନ୍ଦ, ଟ୍ରେନ୍‌ ବାତିଲ

ଲଣ୍ଡନ,୧୦।୩: ବ୍ରିଟେନ୍‌ରେ ଶୁକ୍ରବାର ଭୟଙ୍କର ତୁଷାରଝଡ଼ ଯୋଗୁ ଦ୍ୱିତୀୟ ଥର ଲାଗି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି। ଏଥିସହ କେତେକ ସ୍କୁଲ ମଧ୍ୟ ବନ୍ଦ କରିଦିଆଯାଇଛି।...

ଓ୍ବାର୍କଶପ୍‌ରେ ଲାଗିଲା ନିଆଁ: ୩୬ ମୃତ

ବେଜିଂ,୨୨।୧୧: ଚାଇନାର କେନ୍ଦ୍ରୀୟ ଅନ୍ୟାଙ୍ଗ ସହରରେ ଥିବା ଏକ ଓ୍ବାର୍କଶପ୍‌ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩୬ ଜଣ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ଚାଇନା ଗଣମାଧ୍ୟମ ଏହି...

ଗାବନର ବୈଦେଶିକ ମନ୍ତ୍ରୀ ମିସେଲ ମୋସା ଆଡାମୋଙ୍କ ପରଲୋକ, ଶୋକ ପ୍ରକାଶ କଲେ ଜୟଶଙ୍କର…

ଲିବ୍ରେଭିଲେ,୨୧।୧ : ଗାବନର ବୈଦେଶିକ ମନ୍ତ୍ରୀ ମିସେଲ ମୋସା ଆଡାମୋଙ୍କ ଦେହାନ୍ତ ହୋଇଛି। ଗାବନର ରାଷ୍ଟ୍ରପତି ଅଲି ବଙ୍ଗୋ ଓଡିମ୍ବା ଏକ ଟୁଇଟରେ ତାଙ୍କୁ ଗାବନଙ୍କ...

କର୍କଟ ଯୋଗୁ ଆସନ୍ତା ବର୍ଷ ରାଷ୍ଟ୍ରପତି ପଦ ଛାଡି ପାରନ୍ତି ପୁଟିନ୍‌ !

ମସ୍କୋ,୨୨।୧୧: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଦେଶର ସର୍ବୋଚ୍ଚ ପଦବୀରେ ୨୦୩୪ ପର୍ଯ୍ୟନ୍ତ ରହିବା ପାଇଁ ସାମ୍ବିଧାନିକ ବ୍ୟବସ୍ଥାର ସଂଶୋଧନ କରିଥିଲେ। ତେବେ ଏବେ ଏହା...

ମାଲଦିଭିସରେ ପ୍ରଥମ କରୋନା ଜନିତ ମୃତ୍ୟୁ

ମାଲେ,୩୦।୪: କରୋନା ଭାଇରସ ସଂକ୍ରମଣରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଥିବା ବେଳେ ଗୁରୁବାର ମାଲଦିଭିସରେ ପ୍ରଥମ କରୋନା ଜନିତ ମୃତ୍ୟୁ...

Advertisement
Archives

Model This Week