ଛାତ୍ରୀଛାତ୍ରଙ୍କ ପ୍ରଥମ ପସନ୍ଦ ରେଭେନ୍‌ଶା

ଭୁବନେଶ୍ୱର,୭ା୭(ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ନାମ ଲେଖାଇବା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଗୁରୁବାର ପ୍ରକାଶ ପାଇଥିବା ଏହି ତାଲିକା ଅନୁସାରେ ଚଳିତବର୍ଷ ନାମଲେଖା ପାଇଁ ମୋଟ୍‌ ୪ ଲକ୍ଷ ୭୨,୨୭୯ ହଜାର ପିଲା ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ୪ ଲକ୍ଷ ୧୨,୩୬୮ ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। କଳାରେ ସର୍ବାଧିକ ୨ ଲକ୍ଷ ୫୩,୧୭୮, ବାଣିଜ୍ୟରେ ୨୫,୧୬୮ ଓ ବିଜ୍ଞାନରେ ୧ଲକ୍ଷ ୨୧,୦୨୩, ଉପଶାସ୍ତ୍ରୀରେ ୭,୭୭୯ ଏବଂ ଧନ୍ଦାମୂଳକ ବିଷୟରେ ୫,୨୨୦ ଜଣ ମନୋନୀତ ହୋଇଛନ୍ତି। ମନୋନୀତ ହୋଇଥିବା ଆବେଦନକାରୀଙ୍କ ମଧ୍ୟରେ ୨,୦୩,୫୪୩ ଛାତ୍ର, ୨,୦୮୭୭୮ ଛାତ୍ରୀ ଓ ୪୭ ଜଣ ଅନ୍ୟ ବର୍ଗର ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇ ନ ଥିବା ୫୯,୯୧୧ ଜଣ ଆବେଦନକାରୀଙ୍କ ତାଲିକା ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା କିମ୍ବା ସ୍ପଟ୍‌ ନାମଲେଖା ବେଳେ ବିଚାରକୁ ନିଆଯିବ। ପ୍ରଥମ ପର୍ଯ୍ୟାୟରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍‌ଶା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସବୁଠୁ ଆଗରେ ରହି ଛାତ୍ରୀଛାତ୍ରଙ୍କ ପ୍ରଥମ ପସନ୍ଦ ପାଲଟିଛି ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି।
ଚଳିତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ୪,୪୮,୨୮୭ ଛାତ୍ରୀଛାତ୍ର ଆବେଦନ କରିଥିବାବେଳେ ୩,୮୯,୪୯୪ ଜଣ ମନୋନୀତ ହୋଇଛନ୍ତି। ବିଜ୍ଞାନରେ ଶ୍ରେଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ମଧ୍ୟରେ ୯୧.୬୭ ପ୍ରତିଶତ କଟ୍‌ଅଫ୍‌ ମାର୍କ ସହ କଟକସ୍ଥିତ ରେଭେନ୍‌ଶା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଛି। ସେହିପରି ୯୦ ପ୍ରତିଶତ ମାର୍କ ସହ ବାଲେଶ୍ୱର ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱିତୀୟ ଏବଂ ୮୯ ପ୍ରତିଶତ ମାର୍କ ସହ ଭୁବନେଶ୍ୱରସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟରେ ରହିଛି। କଳା ବର୍ଗରେ ମଧ୍ୟ ରେଭେନ୍‌ଶା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୮୦ ପ୍ରତିଶତ କଟ୍‌ଅଫ୍‌ ମାର୍କ ସହ ପ୍ରଥମରେ ରହିଛି। ୭୯ ପ୍ରତିଶତ ମାର୍କ ସହ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱିତୀୟ ଏବଂ ୭୮.୬୭ ପ୍ରତିଶତ ମାର୍କ ସହ ଟିଟିଲାଗଡ଼ ଡିଏଭି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଛି। ବାଣିଜ୍ୟରେ ୭୯.୨୦ ପ୍ରତିଶତ କଟଅଫ୍‌ ମାର୍କ ସହ ରେଭେନ୍‌ଶା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଥମ, ୭୭.୩୩ ପ୍ରତିଶତ ମାର୍କ ସହ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱିତୀୟ ଏବଂ ୭୩.୦୦ ପ୍ରତିଶତ ମାର୍କ ସହ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଛି। ଉପଶାସ୍ତ୍ରୀ ବର୍ଗରେ ବରଗଡ଼ସ୍ଥିତ ଲାଲାଜୀ ଗୋପାଳଜୀ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୬୭.୩୩ ପ୍ରତିଶତ ମାର୍କ ସହ ପ୍ରଥମ, ବଲାଙ୍ଗୀରସ୍ଥିତ ବିଦ୍ୟାଭୂଷଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୫୭.୬୭ ପ୍ରତିଶତ ମାର୍କ ସହ ଦ୍ୱିତୀୟ ଏବଂ ରାୟଗଡ଼ାସ୍ଥିତ ଶ୍ରୀରାମେଶ୍ୱର ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୫୫.୫୦ ପ୍ରତିଶତ ମାର୍କ ସହ ତୃତୀୟରେ ରହିଛି। ଅନ୍ୟପଟେ ଧନ୍ଦାମୂଳକ ବିଷୟରେ କଳାହାଣ୍ଡି ଧର୍ମଗଡ଼ସ୍ଥିତ ସରକାରୀ ଧନ୍ଦାମୂଳକ ବିଦ୍ୟାଳୟ ୭୭.୬୭ ପ୍ରତିଶତ ମାର୍କ ସହ ପ୍ରଥମ, ଭବାନୀପାଟଣାସ୍ଥିତ ସରକାରୀ ଧନ୍ଦାମୂଳକ ବିଦ୍ୟାଳୟ ୭୭ ପ୍ରତିଶତ ମାର୍କ ସହ ଦ୍ୱିତୀୟ ଓ ଚାନ୍ଦିପୁଟସ୍ଥିତ ସରକାରୀ ଧନ୍ଦାମୂଳକ ବିଦ୍ୟାଳୟ ୭୩.୧୭ ପ୍ରତିଶତ ମାର୍କ ସହ ତୃତୀୟ ସ୍ଥାନରେ ରହିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ରୁ ଆରମ୍ଭ ହୋଇ ୧୩ ତାରିଖ ମଧ୍ୟରେ ଶେଷ ହେବ। ସେହିପରି ଦ୍ୱିତୀୟ ମେଧା ତାଲିକା ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ। ଏହାର ନାମଲେଖା ପ୍ରକ୍ରିୟା ଜୁଲାଇ ୨୨ ତାରିଖ ସୁଦ୍ଧା ସରିବ। ଅନ୍‌ଲାଇନ୍‌ ସ୍ପଟ୍‌ ନାମଲେଖା ପ୍ରକ୍ରିୟା ଜୁଲାଇ ୨୧ରୁ ଆରମ୍ଭ ହୋଇ ୨୭ ତାରିଖ ସୁଦ୍ଧା ସରିବ। ଅଗଷ୍ଟ ୧ରେ ଯୁକ୍ତ୨ ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?