ରାମମନ୍ଦିର ନିର୍ମାଣ ନେଇ ଅଧିକ ଖୁସି ହେଉଛନ୍ତି ରାବଣ

ଫରିଦାବାଦ୍‌, ୨୯।୭: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ କରିବେ। ଏହି ଅବସରରେ ସାଧୁସନ୍ଥଙ୍କ ସମେତ ପ୍ରାୟ ୨୦୦ଜଣ ଅତିଥି ଯୋଗଦେବେ ବୋଲି କୁହାଯାଉଛି। ତେବେ ରାମମନ୍ଦିର ନିର୍ମାଣ ନେଇ ଫରିଦାବାଦ୍‌‌ର ରାବଣମାନେ ଅଧିକ ଖୁସି ହେଉଛନ୍ତି। ଏହି ରାବଣମାନେ ବିଭିନ୍ନ ରାମଲୀଳା କମିଟିରେ ଅଭିନୟ କରିଥାନ୍ତି। ଏନେଇ ସେକ୍ଟର-୧୫ର ଶ୍ରଦ୍ଧା ରାମଲୀଳା କମିଟିରେ ୧୨ ବର୍ଷ  ଧରି ରାବଣ ଭୂମିକାରେ ଅଭିନୟ କରୁଥିବା ଶ୍ରବଣ ଚାଓ୍ବାଲା କହିଛନ୍ତି, ଶ୍ରୀରାମମନ୍ଦିର ନିର୍ମାଣରେ ଭାରତୀୟ ସମାଜର ଆସ୍ଥା ଓ ବିଶ୍ୱାସ ଜଡ଼ିତ ରହିଛି। ଶ୍ରବଣ ଶ୍ରୀରାମଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯିବେ ବୋଲି କହିଛନ୍ତି। ସେହିପରି ଏନ୍‌ଆଇଟି-୫ର ଶ୍ରୀଧାର୍ମିକ ରାମଲୀଳା କମିଟିରେ ଗତ ୫ ବର୍ଷ ଧରି ରାବଣ ହେଉଥିବା ଆଇନଜୀବୀ ତଜୈନ୍ଦ୍ର ଖରଓ୍ବାଣ୍ଡା କହିଛନ୍ତି, ସେ ଅଗଷ୍ଟ ୫ରେ ଘରେ ଦୀପ ଜଳାଇ ଭୂମି ପୂଜନ ଉତ୍ସବ ପାଳନ କରିବେ। ପ୍ୟାଲି ଛକସ୍ଥିତ କୁମାୟୁଁ ସାଂସ୍କୃତିକ ମଣ୍ଡଳ ରାମଲୀଳା କମିଟିର ଗୋବିନ୍ଦ ସିଂ ବିଷ୍ଟ ଶ୍ରୀରାମଙ୍କ ପ୍ରତି ଥିବା ଆସ୍ଥା ଯୋଗୁ ଏହା ସମ୍ଭବ ହୋଇପାରିଥିବା କହିଛନ୍ତି। ସେହିପରି ଶ୍ରୀ ଅଜରୈନ୍ଦା ରାମଲୀଳା ମଣ୍ଡଳରେ ୨୨ ବର୍ଷ ଧରି ରାବଣ ହେଉଥିବା ଆଇନଜୀବୀ ଠାକୁର ଫୁଲ ସିଂ କହିଛନ୍ତି ସେ ଅଗଷ୍ଟ ୫ରେ ବାଣ ଫୁଟାଇ ଦିଓ୍ବାଲୀ ପାଳନ କରିବେ। ଏବେ ରାବଣମାନଙ୍କୁ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଗୌତମ ଆଦାନୀଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧।୨: ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ପୁଣି ଥରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ସର୍ବାଧିକ ନେଟଓ୍ବର୍ଥ ମୂଲ୍ୟ ଦୃଷ୍ଟିରୁ ମୁକେଶ ଅମ୍ବାନୀ...

‘ଅଭିଶାପରୁ ହୋଇଥିଲା କର୍‌କରେଙ୍କ ମୃତ୍ୟୁ’:୨୬/୧୧ ଶହୀଦଙ୍କ ପ୍ରତି ପ୍ରଜ୍ଞା ଠାକୁରଙ୍କ ବିବାଦୀୟ ମନ୍ତବ୍ୟ

ଭୋପାଳ,୧୯ା୪(ପି.ଟି.): ୨୬/୧୧ ଆକ୍ରମଣବେଳେ ଶହୀଦ ହୋଇଥିବା ମୁମ୍ବାଇ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ମୁଖ୍ୟ ହେମନ୍ତ କର୍‌କରେଙ୍କ ପ୍ରତି ଭୋପାଳର ଭାଜପା ପ୍ରାର୍ଥୀ ତଥା ମାଲେଗାଓଁ...

ପୋଲିସ-ଓକିଲ ଗଣ୍ଡଗୋଳ: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩।୧୧: ଦିଲ୍ଲୀର ତିଶ ହଜାରୀ କୋର୍ଟ ପରିସରରେ ପୋଲିସ-ଓକିଲ ଗଣ୍ଡଗୋଳ ଏବଂ ପୋଡାଜଳା ଘଟଣାରେ ରବିବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟ ଦିଲ୍ଲୀ ପୋଲିସ...

ଉତ୍ତର ପ୍ରଦେଶ ନିର୍ବାଚନ: ଭୋଟ ଦେଲେନି ମୁଲାୟମଙ୍କ ପତ୍ନୀ, ବୋହୂ , ପୁଅ!

ଲକ୍ଷ୍ନୌ,୨୧ ।୨: ଉତ୍ତର ପ୍ରଦେଶର ଇଟାୱାରେ ଯେ କୌଣସି ନିର୍ବାଚନ ହେଉନା କାହିଁକି ସମସ୍ତଙ୍କର କିନ୍ତୁ ନଜର ଥାଏ ମୁଲାୟମ ସିଂ ଯାଦବଙ୍କ ପରିବାର ଉପରେ...

ପିଲାଦିନର ନିମୋନିଆ ଯୋଗୁ ବୟସ୍କ ଅବସ୍ଥାରେ ମୃତ୍ୟୁ ହେବାର ଆଶଙ୍କା ଅଧିକ: ଲାନସେଟ ରିପୋର୍ଟ…

ଓ୍ବାଶିଂଟନ,୮।୩ : ଦ ଲାନସେଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତିଙ୍କର ପିଲାଦିନରେ ଦୁଇ ବର୍ଷ ବୟସ ପର୍ଯ୍ୟନ୍ତ ବ୍ରୋଙ୍କାଇଟିସ...

ଗାନ୍ଧୀ ପରିବାର ଆୟକର ମାମଲା: ସୁପ୍ରିମ୍‌କୋର୍ଟ ପହଞ୍ଚିଲେ ସୋନିଆ-ପ୍ରିୟଙ୍କା…

ନୂଆଦିଲ୍ଲୀ,୧୧।୭ : ଗାନ୍ଧୀ ପରିବାରର ଆୟକର ମୂଲ୍ୟାଙ୍କନ କେନ୍ଦ୍ରୀୟ ସର୍କଲକୁ ସ୍ଥାନାନ୍ତର ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ...

ଆସନ୍ତା ମେ’ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ,୨୨।୧: କଂଗ୍ରେସର କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ବୈଠକରେ ଶୁକ୍ରବାର ଏକ ବଡ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମେ’ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ବୋଲି...

ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତହୋଇ ୬୬ ଫୁଟର ଝାଡୁ ତିଆରିକଲେ ଶିକ୍ଷକ: ସୋସିଆଲ ମିଡ଼ିଆରେ ଭାଇରାଲ

ଜୟପୁର,୨୪।୪: କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତ ହୋଇ ରାଜସ୍ଥାନ ପଲାମୁର ଜଣେ ୨୨ ବର୍ଷ ବୟସ୍କ ଶିକ୍ଷକ ତିଆରି କରିଛନ୍ତି ୬୬ ଫୁଟର...

Advertisement
Archives

Model This Week