‘ତ୍ରୟୋଦଶୀ ତିଥି ପରେ ରଥଯାତ୍ରା କରାଯିବା ଅନୁଚିତ’

ପୁରୀ, ୧୮ା୬(ଅଜିତ୍‌ ମହାନ୍ତି) ଅଦିନରେ ରଥଯାତ୍ରା କରୁଥିବା ବ୍ୟକ୍ତିବିଶେଷ ଓ ସଙ୍ଗଠନ ଧୀରେ ଧୀରେ ବାଟକୁ ଆସିବେ। ପରମ୍ପରା ଓ ଶାସ୍ତ୍ର ଅନୁଯାୟୀ, ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ତିଥି ଅନୁସାରେ ଭାରତର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେଉଛି। ତେବେ ଇସ୍କନରେ ବ୍ୟତିକ୍ରମ ଦେଖାଯାଉଥିଲା। ସେମାନଙ୍କ ସହ ଆଲୋଚନା କରିବା ପରେ ଶ୍ରୀକ୍ଷେତ୍ରର ତିଥି ଅନୁସାରେ ମହାପ୍ରଭୁଙ୍କ ରଥଯାତ୍ରା କରିବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଅନେକ ଜାଗାରେ ଦେଖିବାକୁ ମିଳେ ଯେ, ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା ନ ହୋଇ ତା’ ପର ଦିନ ହୋଇଥାଏ। ପ୍ରଥମ ଦିନ ପହଣ୍ଡି, ଦ୍ୱିତୀୟ ଦିନ ରଥକୁ କିଛି ବାଟ ଟଣା ହେଉଛି। ଓ ତୃତୀୟ ଦିନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଛି। ଏପରି ବି କିଛି ସ୍ଥାନରେ ଦେଖିବାକୁ ମିଳେ ପ୍ରଥମେ ପୁରୀ ଆସି ମହାପ୍ରଭୁଙ୍କ ରଥଯାତ୍ରା ଦେଖି ଯିବା ପରେ ତାଙ୍କ ଗାଁ ତଥା ସହରରେ ରଥଯାତ୍ରା କରିଥାନ୍ତି। ଫଳରେ ଦ୍ୱିତୀୟା ତିଥିରେ ସବୁ ସ୍ଥାନରେ ରଥଯାତ୍ରା ହୋଇପାରୁ ନ ଥିଲା। ଏ ନେଇ ପଣ୍ଡିତମାନଙ୍କ ସହ ଆଲୋଚନା କରାଯାଇଥିଲା। ସେମାନେ ମତ ଦେଇଥିଲେ କି ମହାପ୍ରଭୁ ଦ୍ୱିତୀୟା ତିଥିରେ ଶ୍ରୀମନ୍ଦିର ଛାଡ଼ି ବାହାରକୁ ଆସିଥାନ୍ତି ଏବଂ ତ୍ରୟୋଦଶୀ ତିଥିରେ ଯାତ୍ରା ଶେଷ କରି ନୀଳାଦ୍ରି ବିଜେରେ ଶ୍ରୀମନ୍ଦିରକୁ ବିଜେକରି ତାଙ୍କ ଆସ୍ଥାନ ଗ୍ରହଣ କରିଥାନ୍ତି। ତେଣୁ ଦ୍ୱିତୀୟା ତିଥିଠାରୁ ତ୍ରୟୋଦଶୀ ତିଥି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଯାତ୍ରାର ସମୟ। ଏହି ସମୟରେ ଯାତ୍ରା କରାଯାଇପାରିବ। ତେବେ ଦ୍ୱିତୀୟା ତିଥି ରଥଯାତ୍ରା ପାଇଁ ଉତ୍ତମ ତିଥି। ତେବେ ଯେଉଁ ଯେଉଁ ସ୍ଥାନରେ ଅସୁବିଧା ହେଉଛି ସେହି ସ୍ଥାନରେ ଏହି ସମୟରେ ଯାତ୍ରା କରିପାରିବେ। କିନ୍ତୁ ତ୍ରୟୋଦଶୀ ତିଥି ପରେ ରଥଯାତ୍ରା କରିବା ଉଚିତ ନୁହେଁ ବୋଲି ଗଜପତି ମହାରାଜା କହିଛନ୍ତି।
ଶ୍ରୀମନ୍ଦିର ଢାଞ୍ଚାରେ ବିଭିନ୍ନ ସ୍ଥାନରେ ମହାପ୍ରସାଦ ପ୍ରସ୍ତୁତ ହେବା ପ୍ରସଙ୍ଗରେ ସେ କହିଛନ୍ତି, ଏହା ସମ୍ପୂର୍ଣ୍ଣ ନିଷେଧ। ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ପ୍ରସ୍ତୁତ କରାଯାଇପାରିବ ନାହିଁ । ତେବେ ନକଲି ଅବଢ଼ା ପ୍ରସ୍ତୁତ ସମ୍ପର୍କରେ ସେ ଅବଗତ ନାହାନ୍ତି। ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ସମ୍ପର୍କରେ ତଥ୍ୟ ଦେଲେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିରୋଧୀ କାର୍ଯ୍ୟକ୍ରମ ଯେପରି ଭବିଷ୍ୟତ ନ ହେବ ସେନେଇ ପଦକ୍ଷେପ ନିଆଯାଉ। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିରେ ଅଲୋଚନା ହେବ। ଗଜପତି ମହାରାଜା ଆହୁରି କହିଛନ୍ତି, ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ କାର୍ଯ୍ୟର ସମୀକ୍ଷା କରିଥିଲି। ଶ୍ରୀମନ୍ଦିର ବୈଷୟିକ କମିଟି ସଦସ୍ୟ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। କମିଟିର କହିବା ଅନୁଯାୟୀ ମନ୍ଦିର ନାଟମଣ୍ଡପ ବିମ୍‌ରେ ଯେଉଁ ଫାଟ ଥିଲା ତାହା କାର୍ଯ୍ୟ ଶେଷ ହୋଇଛି। ଚିନ୍ତାର ବିଷୟ ନାହିଁ। ବର୍ତ୍ତମାନ ସୁରକ୍ଷିତ ଅଛି। ପ୍ରାୟ କାମ ସରିଯାଇଛି। କିଛି ଫିନିସିଂ କାର୍ଯ୍ୟ ରହିଛି। ତାହା ନୀଳାଦ୍ରି ବିଜେ ପରେ ହେବ। ଅପରପକ୍ଷରେ ଗରମକୁ ଦୃଷ୍ଟିରେ ରଖି ଭକ୍ତଙ୍କ ସୁବିଧା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରକୁ ଶୀତତାପ ନିୟନ୍ତ୍ରଣ କରିବା ପାଇଁ ଯୋଜନା କରଯାଉଥିବା ନେଇ ଟେକନିକାଲ କମିଟି ପକ୍ଷରୁ ତାଙ୍କୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?