ପାକିସ୍ତାନରେ ଦରଦାମ ଆକାଶ ଛୁଆଁ,ତେଲ-୫୮୦,ପିଆଜ-୨୮୦,ଟମାଟୋ-୯୦…

ଇସଲାମାବାଦ,୭।୧ : ପାକିସ୍ତାନରେ ନଗଦ ସଙ୍କଟ ମଧ୍ୟରେ ମୁଦ୍ରାସ୍ଫୀତି ବେଲଗାମ ହୋଇଛି। ଖାଦ୍ୟ ସାମଗ୍ରୀ ଇନ୍ଧନ ସାମଗ୍ରୀର ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିବା ସହିତ ମୁଦ୍ରାସ୍ଫୀତି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୩୧ ପ୍ରତିଶତ ବୃଦ୍ଧି ପାଇଛି।

ପାକିସ୍ତାନ ପରିସଂଖ୍ୟାନ ବ୍ୟୁରୋ (ପିବିଏସ) ଦେଶର ୧୭ ଟି ପ୍ରମୁଖ ସହରର ୫୦ ଟି ବଜାରରୁ ସଂଗୃହିତ ୫୧ ଟି ଜରୁରୀ ଦ୍ରବ୍ୟର ମୂଲ୍ୟ ଗତିବିଧି ଉପରେ ଆଧାର କରି ଏହାର ରିପୋର୍ଟ ପ୍ରସ୍ତୁତ କରିଛି।

ପାକିସ୍ତାନର ଲୋକଙ୍କୁ ପିଆଜ ଏବଂ ଟମାଟୋ ଭଳି ଅତ୍ୟାବଶ୍ୟକ ପନିପରିବା ପାଇଁ ଅଧିକ ମୂଲ୍ୟ ଦେବାକୁ ପଡୁଛି। ଡନ ଖବରକାଗଜର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଅନେକ ସହରରେ ପିଆଜ କିଲୋଗ୍ରାମ୍‌ ପିଛା ୨୬୦ ରୁ ୨୮୦ ଟଙ୍କାରେ ବିକ୍ରି ହେଉଛି। ଅନେକ ସହରରେ ଟମାଟୋ କିଲୋଗ୍ରାମ ପିଛା ୮୦ ରୁ ୯୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି।

ସେହିପରି ଅଣ୍ଡା ଏକ ଡଜନ ଦାମ ୩୩୦ ଟଙ୍କା, ଚିକେନ ଏକ କିଲୋଗ୍ରାମ ୬୫୦, ପେଟ୍ରୋଲ ଲିଟର ପିଛା ୨୧୫, ଡିଜେଲ ଲିଟର ପିଛା ୨୨୮, କ୍ଷୀର ଲିଟର ପିଛା ୧୯୦, ଘିଅ ପ୍ରତି କିଲୋଗ୍ରାମ ୫୪୦, ତେଲ ଲିଟର ୫୮୦, ଆଳୁ କିଲୋ ପିଛା ୬୦ରେ ପହଞ୍ଚିଛି।

ଉଲ୍ଲେଖନୀୟ କଥା ହେଉଛି, ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର କ୍ରମାଗତ ଭାବେ ହ୍ରାସ ପାଉଛି। ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାର ୫.୫୭୬ ବିଲିୟନ ଡ଼ଲାରକୁ ଖସି ଆସିଛି। ଏହା ଆଠ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରକୁ ଆସିଛି । ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାର କେବଳ ତିନି ସପ୍ତାହ ପାଇଁ ଆମଦାନୀ କରିବାକୁ ବାକି ଅଛି। ଅନ୍ୟପକ୍ଷରେ ପାକିସ୍ତାନର ଜନସାଧାରଣ ଋଣ ବର୍ଷରେ ୨୨ ପ୍ରତିଶତ ବୃଦ୍ଧି ପାଇ ୫୧ ଟ୍ରିଲିୟନ ଟଙ୍କାରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଆଯିବ କରୋନା ଟିକାର ଚତୁର୍ଥ ଡୋଜ୍‌…

କୋପେନହେଗେନ, ୨୩।୬ : ପୃଥିବୀରେ ପ୍ରାୟ ୩ ବର୍ଷ ଧରି କରୋନା ମହାମମାରୀ ସଂକ୍ରମଣ ଜାରି ରହିଛି। କରୋନା ଭାଇରସରୁ ରକ୍ଷା ପାଇବା ପାଇଁ କୋଭିଡ...

ୟୁକ୍ରେନ୍‌ ସହ ବନ୍ଦ କରିବାକୁ ଚାହୁଁଛନ୍ତି ପୁଟିନ, କିନ୍ତୁ…

କିଭ୍‌,୨୩।୧୨: ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛି ରୁଷିଆ, କିନ୍ତୁ ଏଥିପାଇଁ କୂଟନୈତିକ ସମାଧାନର ଆବଶ୍ୟକତା ରହିଛି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି। ପୁଟିନ...

କରୋନା ଟିକା ମିଳିବା ପରେ ମୋଦିଙ୍କୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୮ ।୧: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ପ୍ରାୟ ସମସ୍ତ ବିକାଶଶୀଳ ଦେଶ ଏହାର ଟିକା ବା ଭ୍ୟାକ୍ସିନ ପ୍ରସ୍ତୁତ କରି ସାରିଲେଣି ।...

ସିରିଆ ଉପରେ ଏୟାର ଷ୍ଟ୍ରାଇକ୍‌ କଲା ଇସ୍ରାଏଲ

ଜେରୁଜେଲମ୍‌,୧୪।୫: ରୁଷିଆ ଓ ୟୁକ୍ରେନ ଭିତରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ମଧ୍ୟ ନିଜ ପଡ଼ୋଶୀ ଦେଶ ସିରିଆ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି। ଶୁକ୍ରବାର...

ଆଇନ ଊର୍ଦ୍ଧ୍ୱରେ ଆଜୀବନ ରାଷ୍ଟ୍ରପତି

ମସ୍କୋ,୨୨ା୧୧:୬୮ ବର୍ଷୀୟ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨୦୦୦ ମସିହାରୁ କ୍ଷମତାର ଶୀର୍ଷରେ ରହିଛନ୍ତି। କେତେବେଳେ ପ୍ରଧାନମନ୍ତ୍ରୀ ତ ପୁଣି କେବେ ରାଷ୍ଟ୍ରପତି ପଦ ଅଳଙ୍କୃତ...

ଅଷ୍ଟ୍ରେଲିଆରେ ଭୟଙ୍କର ବନ୍ୟା

ସିଡନୀ,୩।୩: ସପ୍ତାହେ ଧରି ଲଗାଣ ବର୍ଷାରେ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ...

ବାପା ହେବେ ପୁଟିନ୍‌, ଗର୍ଲଫ୍ରେଣ୍ଡ୍‌ ଆଲିନା ପୁଣି ଗର୍ଭବତୀ…

ମସ୍କୋ, ୯।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୭୦ ବର୍ଷ ବୟସରେ ବାପା ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ତାଙ୍କର ୩୮ ବର୍ଷୀୟା...

ଚାଇନା ବ୍ୟାଙ୍କରେ ଜୀବାଣୁମୁକ୍ତ କରାଯାଉଛି ନୋଟ୍‌

ବେଜିଂ,୧୭।୨: କରୋନା ଭାଇରସ୍‌ କବଳରେ ଏବେ ଚାଇନା। ଏହାଦ୍ୱାରା ଚାଇନାର ଅର୍ଥନୀତିରେ ପ୍ରଭାବ ପଡିବା ଆଶଙ୍କା କରାଯାଉଛି। ଏହି ସମୟରେ କରୋନା ଭାଇରସକୁ ବ୍ୟାପିବାକୁ ନ...

Advertisement
Archives

Model This Week