Posted inଜାତୀୟ

ରତନ ଟାଟା ପିଏମ୍‌ କେୟାର୍ସ ଫଣ୍ଡର ଟ୍ରଷ୍ଟି…

ନୂଆଦିଲ୍ଲୀ, ୨୧।୯ : ନୂତନ ସଦସ୍ୟମାନଙ୍କୁ ପିଏମ୍‌ କେୟାର ଫଣ୍ଡ ଟ୍ରଷ୍ଟି ବୋର୍ଡରେ ସାମିଲ କରାଯାଇଛି । ମଙ୍ଗଳବାର ଶିଳ୍ପପତି ରତନ ଟାଟାଙ୍କ ସମେତ ଅନେକ ଲୋକଙ୍କୁ ଟ୍ରଷ୍ଟି କରାଯାଇଛି। ସେଥି ସହିତ ସୁଧା ମୁର୍ତ୍ତୀଙ୍କୁ ପରାମର୍ଶଦାତା ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯାଇଛି। ବୁଧବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ନୂତନ ଭାବେ ମନୋନୀତ ଟ୍ରଷ୍ଟିମାନେ ଯୋଗ ଦେଇଥିଲେ।

ବୈଠକରେ ମୋଦତ ଭାରତୀୟଙ୍କୁ କେୟାର୍ସ ଫଣ୍ଡରେ ଅବଦାନ ଦେଇଥିବାରୁ ପ୍ରଶଂସା କରିଛନ୍ତି। ବୈଠକରେ ପାଣ୍ଠି ସହାୟତାରେ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦିଆଯାଇଥିଲା। ପିଏମ କେୟାର୍ସ ଫର ଚାଇଲ୍ଡ ସ୍କିମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା, ଯେଉଁଥିରେ ୪ ହଜାର ୩୪୫ ଜଣ ପିଲାଙ୍କୁ ସାହାଯ୍ୟ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂତନ ଟ୍ରଷ୍ଟି ଏବଂ ପରାମର୍ଶଦାତାଙ୍କ ଆଗମନ ସହିତ ପିଏମ କେୟାର୍ସ ଫଣ୍ଡର କାର୍ଯ୍ୟ ଏକ ନୂତନ ଦୃଷ୍ଟିକୋଣ ପାଇବ।

ସୁପ୍ରିମକୋର୍ଟର ପୂର୍ବତନ ଜଜ ଜଷ୍ଟିସ କେ.ଟି ଥୋମାସ, ପୂର୍ବତନ ଡେପୁଟି ସ୍ପିକର କରିଆ ମୁଣ୍ଡା ଏବଂ ଶିଳ୍ପପତି ରତନ ଟାଟା ଟ୍ରଷ୍ଟି ଭାବରେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରେ ସାମିଲ ଦେଇଛନ୍ତି। ବୈଠକ ପରେ ସଦସ୍ୟମାନଙ୍କୁ ପରାମର୍ଶଦାତା ଗୋଷ୍ଠୀର ଟ୍ରଷ୍ଟ ଦ୍ୱାରା ମନୋନୀତ କରାଯାଇଥିଲା। ଏଥିମଧ୍ୟରେ ପୂର୍ବତନ ସିଏଜି ରାଜୀବ ମେହେରୀ, ଇନଫୋସିସ ଫାଉଣ୍ଡେସନର ପୂର୍ବତନ ଅଧ୍ୟକ୍ଷ ସୁଧା ମୁର୍ତ୍ତୀ, ପୂର୍ବତନ ଇଣ୍ଡିକର୍ପ୍ସ ଏବଂ ପିରାମଲ ଫାଉଣ୍ଡେସନର ସିଇଓ ଆନନ୍ଦ ଶାହା ପ୍ରମୁଖ ଅଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ୨୮ ମାର୍ଚ୍ଚ ୨୦୨୦ରେ ପିଏମ କେୟାର୍ସ ଫଣ୍ଡ (ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତିରେ ସହାୟତା) ଆରମ୍ଭ ହୋଇଥିଲା। ଏହି ପାଣ୍ଠି ମାଧ୍ୟମରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି କୋଭିଡ -୧୯ ପରି ଜରୁରୀକାଳୀନ ପରିସ୍ଥିତି ଏବଂ ସଙ୍କଟ ସମୟରେ ରିଲିଫ ଯୋଗାଇବା। ଏହି ପାଣ୍ଠି ସମ୍ପୁର୍ଣ୍ଣ ଭାବରେ ବ୍ୟକ୍ତି କିମ୍ବା ସଂଗଠନର ସ୍ବେଚ୍ଛାକୃତ ସମର୍ଥନ ଦ୍ୱାରା କାର୍ଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?