କରୀନା କପୁରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତ୍ରୀ କରୀନା କପୁର ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ବେବୋ ନାମରେ ପରିଚିତ କରୀନା ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅନେକ ସୁପରହିଟ ଫିଲ୍ମ ଭେଟି ଦେଇଥିବା କରୀନା ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍‌ କରନ୍ତି। କେବଳ ଏତିକି ନୁହେଁ, ସେ ରୋଜଗାରରେ ତାଙ୍କ ସ୍ବାମୀ ସୈଫ ଅଲି ଖାନଙ୍କୁ ମଧ୍ୟ ଟକ୍କର ଦିଅନ୍ତି। ଫିଲ୍ମ ବ୍ୟତୀତ ସେ ଷ୍ଟେଜ ଶୋ’ ଏବଂ ବିଜ୍ଞାପନରୁ ମଧ୍ୟ ରୋଜଗାର କରନ୍ତି।
ରିଫ୍ୟୁଜି ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିଥିବା କରୀନା, ୪୧୩ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମାଲିକ ଅଟନ୍ତି। କରୀନା କପୁର ଗୋଟିଏ ୭ରୁ ୮ କୋଟି ଟଙ୍କା ନିଅନ୍ତି। ଏପରିକି ବିଜ୍ଞାପନ ପାଇଁ କରୀନା କୋଟି କୋଟି ଟଙ୍କା ଆଦାୟ କରନ୍ତି।
କରୀନା ମଧ୍ୟ ମହଙ୍ଗା ଗାଡି ଭଲ ପାଆନ୍ତି। ତାଙ୍କର ୧.୪୦ କୋଟି ଟଙ୍କା ମୂଲ୍ୟର ମର୍ସିଡିଜ ବେଞ୍ଜ ସହିତ ୯୩ ଲକ୍ଷ ଟଙ୍କା ମୂଲ୍ୟର ଏକ ଅଡି କ୍ୟୁ୭ କାର୍‌ ଅଛି। କରୀନା ରେଞ୍ଜ ରୋଭର ସ୍ପୋର୍ଟ ଏସୟୁଭି ଏବଂ ଲେକ୍ସସ ଏଲଏକ୍ସ ୪୭୦ର ମାଲିକ ଅଟନ୍ତି, ଯାହାର ମୂଲ୍ୟ ୨.୩୨ କୋଟି ଟଙ୍କା।
କରୀନା କପୁର ବାର୍ଷିକ ପ୍ରାୟ ୭୩ କୋଟି ଟଙ୍କା ରୋଜଗାର କରନ୍ତି। ସେ ମୁମ୍ବାଇରେ ସ୍ବାମୀ ସୈଫ ଅଲି ଖାନଙ୍କ ଘରେ ରୁହନ୍ତି, କିନ୍ତୁ ମୁମ୍ବାଇରେ ତାଙ୍କର ଅଛି ୪.୨ କୋଟି ଟଙ୍କା ଏବଂ ପ୍ରାୟ ୬ କୋଟି ଟଙ୍କା ମୂଲ୍ୟର ଦୁଇଟି ବଙ୍ଗଳା ରହିଛି। ସ୍ବିଜରଲ୍ୟାଣ୍ଡରେ ମଧ୍ୟ ତାଙ୍କର ଏକ ଘର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri