Posted inଫୁରସତ

ଥରେ ନୁହେଁ ଚାରି ଥର ପ୍ରେମରେ ପଡ଼ିବା ସତ୍ତ୍ୱେ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ ରତନ ଟାଟା: କାରଣ ଜାଣିଲେ ହେବେ..

ଟାଟା ଗ୍ରୁପର ପୂର୍ବ ଅଧ୍ୟକ୍ଷ ରତନ ଟାଟା ବିବାହ କରିନାହାନ୍ତି। ହେଲେ ତାଙ୍କ ଜୀବନରେ କୌଣସି ଯୁବତୀ ଆସି ନାହାନ୍ତି ତାହା ଭାବିବା ଭୁଲ। ଥରେ କିମ୍ବା ଦୁଇଥର ନୁହେଁ ବରଂ ଚାରିଥର ସେ ପ୍ରେମରେ ପଡ଼ିଥିଲେ। ହେଲେ ସମୟ ଖରାପ ଥିବା ଯୋଗୁ ସମ୍ପର୍କ ଆଗକୁ ବଢ଼ିପାରି ନ ଥିଲା। ଏହାପରେ ସେ ଆଉ ବିବାହ କରିବେ ନାହିଁ ବୋଲି ନିଶ୍ଚିତ କରିଥିଲେ। ଆଜି ସେ ନିଜର ୮୩ତମ ଜନ୍ମଦିନ ପାଳନ କରୁଥିବା ବେଳେ ଆସନ୍ତୁ ଜାଣିବା ତାଙ୍କ ପ୍ରେମ ଜୀବନ ସହ ଜଡ଼ିତ କିଛି କଥା।

୧୯୩୭ ଡିସେମ୍ବର ୨୮ରେ ସୁରଟରେ ରତନ ଟାଟାଙ୍କ ଜନ୍ମ। ବ୍ୟବସାୟଜଗତରେ ସେ ନିଜର ସ୍ବତନ୍ତ୍ର ନାମ କରିଥିଲେ ହେଁ ପ୍ରେମରେ ସେ ବିଫଳ। ଏକ ସାକ୍ଷାତକାରରେ ପ୍ରେମଜୀବନକୁ ନେଇ ସେ ଅନେକ ଖୁଲାସା କରିଥିଲେ। ପ୍ରେମ କରିଥିଲେ ହେଁ ଏହାକୁ ବିବାହର ରୂପ ଦେଇପାରି ନ ଥିବାକୁ ନେଇ ସେ ଦୁଃଖ ପ୍ରକାଶ କରିଥିଲେ।

ଚାରି ଥର ବିବାହ କରିବାକୁ ନିଷ୍ପତ୍ତି ନେଇଛି। ହେଲେ ସବୁଥର କିଛି ନା କିଛି ଡ଼ର ଯୋଗୁ ଆଗକୁ ବଢ଼ିପାରି ନାହିଁ। ଯେତେବେଳେ ଆମେରିକାରେ କାମ କରୁଥିଲି, ସେତେବେଳେ ବିବାହ କରିବାକୁ ଚାହୁଁଥିଲି। ହେଲେ ଭାରତ ଫେରି ଆସିବା ଯୋଗୁ ବିବାହ କରିପାରିପାରି ନ ଥିଲି। କାରଣ ପ୍ରେମିକା ଭାରତ ଆସିବାକୁ ଚାହୁଁ ନ ଥିଲେ। ସେତେବେଳେ ଭାରତ-ଚାଇନା ମଧ୍ୟରେ ଯୁଦ୍ଧ ହେଉଥିଲା। ଏଣୁ ପ୍ରେମିକାଜଣଙ୍କ ଆମେରିକାରେ ଜଣଙ୍କୁ ବିବାହ କରିନେଇଥିଲେ। ଏବେ ମନେହୁଏ ଯଦି ବିବାହ କରିଥାନ୍ତି ତେବେ ଏତେ ଆଗକୁ ବଢ଼ିପାରି ନ ଥାନ୍ତି। ଆଜିର ଏହି ସ୍ଥିତି ନ ଥାନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri