ଡେବ୍ରିଗଡ଼ ଅଭୟାରଣ୍ୟରେ ବିରଳ ବଣୁଆ କୁକୁର

ସମ୍ବଲପୁର,୧୨ା୮(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଡେବ୍ରିଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ବିରଳ ବଣୁଆ କୁକୁର। ଏହି ବିରଳ ପ୍ରଜାତିର କୁକୁରକୁ ପ୍ରଥମ ଥର ପାଇଁ ଗତ ଅଗଷ୍ଟ ୧୦ ତାରିଖରେ କେତେଜଣ ପର୍ଯ୍ୟଟକ ଅଭୟାରଣ୍ୟର ସଫାରି ଜୋନରେ ଦେଖିବାକୁ ପାଇଥିଲେ। ଉକ୍ତ ବଣୁଆ କୁକୁରର ଗତିବିଧିକୁ ସେମାନେ ନିଜ ମୋବାଇଲରେ ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ। ପର୍ଯ୍ୟଟକଙ୍କୁ ନେଇ ଅଭୟାରଣ୍ୟ ମଧ୍ୟକୁ ଯାଇଥିବା ଗାଡ଼ି ଚାଳକ ତଥା ଗାଇଡ ସୁବୋଧ ଭୁଏ କହିଛନ୍ତି, ଏହି ବଣୁଆ କୁକୁର ବର୍ତ୍ତମାନ ବିଲୁପ୍ତପ୍ରାୟ। ମାତ୍ର ଡେବ୍ରିଗଡ଼ ଅଭୟାରଣ୍ୟରେ ଏହାର ଅବସ୍ଥିତି ଏକ ଶୁଭ ସଙ୍କେତ। ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ କହିଛନ୍ତି ଯେ, ବିଲୁପ୍ତପ୍ରାୟ ବଣୁଆ କୁକୁର ଓଡ଼ିଶା ଓ ଭାରତର କେତେକ ଅଞ୍ଚଳରେ କ୍ୱଚିତ୍‌ ଦେଖାଯାଆନ୍ତି। ପୂର୍ବରୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଶିମିଳିପାଳର କୁଲଡିହା ଅଭୟାରଣ୍ୟରେ ବହୁଳ ଭାବେ ଏହି ପ୍ରଜାତିର କୁକୁରଙ୍କୁ ଦେଖିବାକୁ ମିଳୁଥିଲା। ସମ୍ବଲପୁର ଓ ବରଗଡ଼ ଜିଲାର ସୀମାରେ ଥିବା ଡେବ୍ରିଗଡ଼ ଅଭୟାରଣ୍ୟରେ ମଧ୍ୟ ବିଗତ ୭ରୁ ୮ ବର୍ଷ ତଳେ ଏହି ପ୍ରଜାତିର କୁକୁରଙ୍କୁ ଦେଖିବାକୁ ମିଳିଥିଲା। ଏହାର ଦୀର୍ଘଦିନ ପରେ ଗତ ୨୦୨୩ ମସିହାରେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏହି ବିରଳ ପ୍ରଜାତିର କୁକୁର ଠାବ କରାଯାଇଥିଲା, ଯାହା ଅଭୟାରଣ୍ୟ ମଧ୍ୟରେ ଲାଗିଥିବା ସିସି କ୍ୟାମେରାରେ ରେକର୍ଡ଼ ହୋଇଥିଲା। ମାତ୍ର ସଫାରି ଜୋନରେ ବଣୁଆ କୁକୁର ଦେଖାଯିବା ପ୍ରଥମ ଘଟଣା ବୋଲି କହିଛନ୍ତି ଡିଏଫ୍‌ଓ ଦାସ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?