Posted inଫୁରସତ

ବିରଳ ଘଣ୍ଟା: ଯାହା ୧୨ଟି ଉଲ୍‌କାପିଣ୍ଡରେ ହୋଇଛି ତିଆରି, ଦାମ୍‌ ଜାଣିଲେ…

ଆକାଶରୁ ଉଲ୍‌କାପିଣ୍ଡ ଖସିବା ବଡ଼ କଥା ନୁହେଁ। ଅନେକ ଥର ଆମେ ଆକାଶରେ ଏକ ବିରାଟ ଅଗ୍ନି ପେଣ୍ଡୁ ଦେଖିଛେ। ଯାହା ଖସିବା ହେତୁ ଛୋଟ ଖଣ୍ଡଗୁଡ଼ିକ ପୃଥିବୀ ଉପରେ ପଡ଼ିଥାଏ। ଏମାନଙ୍କୁ ଉଲ୍‌କାପିଣ୍ଡ କୁହାଯାଏ। ବେଳେବେଳେ ଏହି ଉଲ୍‌କାପିଣ୍ଡଗୁଡ଼ିକ ଏତେ ଦୂରରୁ ଆସିଥାନ୍ତି ଯେ, ପୃଥିବୀରେ ପହଞ୍ଚିବାକୁ ଦଶନ୍ଧି ଦଶନ୍ଧି ସମୟ ଲାଗେ। କିନ୍ତୁ ଏକ କମ୍ପାନୀ ଏହି ଉଲ୍‌କାପିଣ୍ଡ ବ୍ୟବହାର କରି ଏକ ବିରଳ ଘଣ୍ଟା ପ୍ରସ୍ତୁତ କରିଛି। ଏହାର ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡ ଅନୁଯାୟୀ, ଏହା ସ୍ବିସ୍‌ କମ୍ପାନୀ ଲେସ୍‌ ଆଟେଲିୟର୍ସ ଲୁଇସ୍‌ ମୋନେଟ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି କମ୍ପାନୀ ସ୍ବତନ୍ତ୍ର ଘଣ୍ଟା ତିଆରି ପାଇଁ ଜଣାଶୁଣା। ଏଥର କମ୍ପାନୀ ଦ୍ୱାରା ପ୍ରସ୍ତୁତ ଘଣ୍ଟା ବିଷୟରେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ଏଥିରେ କେବଳ ଗୋଟିଏ ନୁହେଁ, ୧୨ ଖଣ୍ଡ ଉଲ୍‌କାପିଣ୍ଡ ବ୍ୟବହାର କରାଯାଇଛି। ଏହି କାରଣରୁ ଏହି ଅନନ୍ୟ ଘଣ୍ଟା ଗିନିଜ ବୁକ୍‌ରେ ସ୍ଥାନ ପାଇଛି।

କମ୍ପାନୀ ଏହି ଘଣ୍ଟାର ନାମ ରଖିଛି ‘କସ୍ମୋପଲିସ୍‌’। ଏଥିରେ ଅନ୍ତର୍ଭୁକ୍ତ ମେଟେରାଇଟ୍‌ ବା ଉଲ୍‌କାଖଣ୍ଡଗୁଡ଼ିକ ପ୍ରାୟତଃ ଚନ୍ଦ୍ର, ମଙ୍ଗଳଗ୍ରହରୁ ଆସିଛି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ସ୍କ୍ରିନ ଉପରେ ଟେକ୍ସଟ୍‌ ଫ୍ଲାସ କରିବା ସହିତ ଭିଡିଓ ଖୋଲିବ। ଯେଉଁଥିରେ ଏହା ଲେଖାଯାଇଛି, ଏହି ଉଲ୍‌କାପିଣ୍ଡ ପଥରଗୁଡ଼ିକ ଚନ୍ଦ୍ର, ମଙ୍ଗଳ ଏବଂ ମହାକାଶରୁ ଆସିଥାଏ। ଏହା ପରେ ଭିଡିଓରେ ବିଭିନ୍ନ ଉଲ୍‌କାପିଣ୍ଡ ଦେଖାଯାଏ, ଯାହାର ଛୋଟ ଖଣ୍ଡଗୁଡ଼ିକ ହାତଗୋଡ଼ ଘଣ୍ଟାରେ ଭର୍ତ୍ତି କରାଯାଇଛି।

ଭିଡିଓରେ ଥିବା ଏକ ଭଏସ୍‌ ଓଭର କରାଯାଇଛି ଯେ, ପଥରଗୁଡ଼ିକ ଅତ୍ୟନ୍ତ ବିରଳ ଏବଂ ମୂଲ୍ୟବାନ ଅଟେ। ଭିଡିଓ ଚାଲିଲା ବେଳେ ବିଶ୍ୱ ଘଣ୍ଟା ଏବଂ ଏହାର ଡାଏଲ ଭିତରେ ଭର୍ତ୍ତି ହୋଇଥିବା ମେଟେରାଇଟ୍‌ ଦେଖିବାକୁ ମିଳିବ। ଏହାର ଡିଜାଇନ ପ୍ରସ୍ତୁତ କରିବା ସମୟରେ ବିଶେଷ ଧ୍ୟାନ ଦିଆଯାଇଛି। ୧୮ କ୍ୟାରେଟ ରୋଜ୍‌ ଗୋଲ୍ଡ କେସ୍‌ ଚୟନ କରାଯାଇଛି ଏବଂ ଏହାର ବ୍ୟାସ ୪୦ ମିଲିମିଟର ରଖାଯାଇଛି। ତା’ପରେ ଅତି ଯତ୍ନର ସହିତ ଉଲ୍‌କାପିଣ୍ଡକୁ କାଟି ଘଣ୍ଟାରେ ରଖାଯାଇଛି। ବିଶେଷଜ୍ଞ ଡାନିଏଲ ହାସ ଏହାକୁ ପ୍ରସ୍ତୁତ କରିଛନ୍ତି। ଏହାର ମୂଲ୍ୟ ୨ କୋଟିରୁ ଅଧିକ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?