ଫ୍ୟାଟ୍‌ ମ୍ୟାନ୍‌ ବୋମା

ସେଦିନ ଥିଲା ୧୯୪୫ ମସିହା ଅଗଷ୍ଟ ୯ ତାରିଖ। ଦୀର୍ଘ ଛଅ ବର୍ଷ ଧରି ଦ୍ୱିତୀୟ ବିଶ୍ୱଯୁଦ୍ଧ ଲାଗିରହିଥାଏ। ଦିନ ପ୍ରାୟ ୧୧ଟା ୨ ମିନିଟ୍‌ ସମୟରେ ଜାପାନର ନାଗାସାକି ସହର ଉପରେ ହଠାତ୍‌ ନିଆଁର ଝଡ଼ ମାଡ଼ିଆସିଲା। ସାରା ସହରଟା କେଇଟା ସେକେଣ୍ଡ୍‌ ମଧ୍ୟରେ ଜଳି ଉଠିଲା। ଲୋକମାନେ କିଛି ବୁଝିବା ପୂର୍ବରୁ ନିଆଁର ପ୍ରଚଣ୍ଡ ତାତିରେ ଜଳିପୋଡ଼ି ପାଉଁଶ ହେଇଗଲେ। ପୂରା ସହର ତୀବ୍ର କମ୍ପନରେ ଥରିଗଲା। ଏକ ମିନିଟ୍‌ ଭିତରେ ସହର ଉପରେ ନିଆଁର ଏକ ବିଶାଳ ପେଣ୍ଡୁ ଉପରକୁ ଉଠିଲା। ତାହା କୌଣସି ପ୍ରାକୃତିକ ଘଟଣା କିମ୍ବା ଦୈବୀ ଦୁର୍ବିପାକ ନଥିଲା। ବରଂ ନାଗାସାକି ସହର ଉପରେ ପରମାଣୁ ବୋମା ପଡ଼ିବା ଫଳରେ ଏମିତି ହେଲା। କାରଣ ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିଲା ଏବଂ ଆମେରିକା ତରଫରୁ ଜାପାନ ଉପରେ ଏହି ପରମାଣୁ ବୋମା ପଡ଼ିଥିଲା। ଥରେ ନୁହେଁ, ବରଂ ଦୁଇଥର ଜାପାନ ଉପରେ ପରମାଣୁ ବୋମା ପଡ଼ିଥିଲା। ପ୍ରଥମ ବୋମାଟି ପଡ଼ିଥିଲା ଅଗଷ୍ଟ ୬ ତାରିଖରେ ହିରୋଶିମାରେ ଏବଂ ଦ୍ୱିତୀୟ ବୋମାଟି ପଡ଼ିଥିଲା ଅଗଷ୍ଟ ୯ ତାରିଖରେ ନାଗାସାକି ସହର ଉପରେ। ନାଗାସାକି ସହର ଉପରେ ପଡ଼ିଥିବା ପରମାଣୁ ବୋମାର ନାମ ଥିଲା ‘ଫ୍ୟାଟ୍‌ ମ୍ୟାନ୍‌’। ‘ଫ୍ୟାଟ୍‌ ମ୍ୟାନ୍‌’ ବୋମାଟି ମାତ୍ର ଏକ ମିନିଟ୍‌ ଭିତରେ ନାଗାସାକିର ପ୍ରାୟ ୭୦,୦୦୦ ନିରୀହ ଲୋକଙ୍କର ଜୀବନ ନେଇଥିଲା। ତା’ ସହିତ ନାଗାସାକି ସହରର ଅଧେରୁ ଅଧିକ ଅଞ୍ଚଳକୁ ଧ୍ୱସ୍ତବିଧ୍ୱସ୍ତ କରିଦେଲା।
ନାଗାସାକି ସହରର କରୁଣ ପରିସ୍ଥିତି ପାଇଁ ନିଉକ୍ଲିୟ ଶକ୍ତିକୁ ଦାୟୀ କରାଯାଏ। କାରଣ, ‘ଫ୍ୟାଟ୍‌ ମ୍ୟାନ୍‌’ ବୋମାରୁ ନିଉକ୍ଲିୟ ଶକ୍ତି ବାହାରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା। ପରମାଣୁ ବୋମାରେ ବିପୁଳ ନିଉକ୍ଲିୟ ଶକ୍ତି ଉତ୍ପନ୍ନ ନିମନ୍ତେ ଯେଉଁ ପ୍ରକ୍ରିୟା କାର୍ଯ୍ୟକରେ, ତାହା ହେଉଛି ‘ନିଉକ୍ଲିୟ ବିଭାଜନ ପ୍ରକ୍ରିୟା’। ଏହାକୁ ଆମେ ଇଂଲିଶରେ ‘ନିଉକ୍ଲିଅର୍‌ ଫିଶନ୍‌’ ବୋଲି କହୁ। ୧୯୩୮ ମସିହାରେ ଜର୍ମାନୀର ବୈଜ୍ଞାନିକ ଓଟୋ ହାନ୍‌ ଓ ଫ୍ରିଜ୍‌ ଷ୍ଟ୍ରାସ୍‌ମାନ୍‌ ପ୍ରଥମେ ନିଉକ୍ଲିୟ ବିଭାଜନ ପଦ୍ଧତି ଆବିଷ୍କାର କରିଥିଲେ। ଏହି ପଦ୍ଧତିକୁ ପ୍ରୟୋଗ କରାଯାଇ ଶକ୍ତିଶାଳୀ ପରମାଣୁ ବୋମା ତିଆରି କରିହେବ ବୋଲି ବୈଜ୍ଞାନିକମାନେ ଜାଣିପାରିଲେ। ତେଣୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କାଳେ ଜର୍ମାନୀର ନାଜୀ ସରକାର ଏହାକୁ ବ୍ୟବହାର କରି ପ୍ରଥମେ ପରମାଣୁ ବୋମା ତିଆରି କରିଦେବେ, ସେହି ଭୟରେ ଆଇନ୍‌ଷ୍ଟାଇନ୍‌ ଆମେରିକାର ରାଷ୍ଟ୍ରପତିଙ୍କୁ ପରମାଣୁ ବୋମା ତିଆରି କରିବା ପାଇଁ ଅନୁମତି ମାଗିଥିଲେ। ତା’ ପରେ ଆମେରିକା ପରମାଣୁ ବୋମା ତିଆରି କଲା। ପରମାଣୁ ବୋମା ଯେ ଏତେ ନାରକୀୟ କାଣ୍ଡ ଘଟାଇପାରେ, ହୁଏତ ପରମାଣୁ ବୋମା ପକେଇବା ପୂର୍ବରୁ ଆଇନ୍‌ଷ୍ଟାଇନ୍‌ ସେକଥା ଭାବି ନଥିଲେ। ପରମାଣୁ ବୋମାର ପ୍ରଭାବ ବର୍ଷ ବର୍ଷ ଧରି ରହେ। ଏହାର ପ୍ରମାଣ ଅତି ସହଜ। ଲିଟିଲ୍‌ ବୟ୍‌ ଓ ଫ୍ୟାଟ୍‌ ମ୍ୟାନ୍‌ ପରମାଣୁ ବୋମା ଦୁଇଟା ୧୯୪୫ ମସିହାରେ ପଡ଼ିଥିଲା। ଏହା ଭିତରେ ଦୀର୍ଘ ୭୮ ବର୍ଷ ବିତିଗଲାଣି। ତଥାପି ଆଜି ପରମାଣୁ ବୋମାର କୁପ୍ରଭାବ ହେତୁ ଜାପାନର ହିରୋଶିମା ଓ ନାକାସାକିରେ ବିକଳାଙ୍ଗ ଶିଶୁ ଜନ୍ମ ନେଉଛନ୍ତି, ବିକୃତ ପ୍ରଜାପତି ଓ ଫଳ ଦେଖିବାକୁ ମିଳୁଛି।
‘ଫ୍ୟାଟ୍‌ ମ୍ୟାନ୍‌’ ପରମାଣୁ ବୋମାଟି ପ୍ଲୁଟୋନିୟମ୍‌ ପଦାର୍ଥରେ ତିଆରି ହୋଇଥିଲା। ପ୍ଲୁଟୋନିୟମ୍‌ ପଦାର୍ଥ ଭିତରେ ଓଜନିଆ ନିଉକ୍ଲିୟସ୍‌ ଥାଏ। କ୍ଷୀପ୍ର ଗତିରେ ଯାଉଥିବା କ୍ଷୁଦ୍ରକଣିକା ନିଉଟ୍ରନ୍‌ ଦ୍ୱାରା ପ୍ଲୁଟୋନିୟମ୍‌ ଓଜନିଆ ନିଉକ୍ଲିୟସ୍‌କୁ ଆଘାତ କଲେ ସେହି ନିଉକ୍ଲିୟସ୍‌ ଭାଙ୍ଗିଯାଏ। ବଡ଼ ନିଉକ୍ଲିୟସ୍‌ ଭାଙ୍ଗିଲେ ସେଥିରୁ ଛୋଟ ଛୋଟ ନିଉକ୍ଲିୟସ୍‌ ଓ ଅନ୍ୟ କଣିକା ତିଆରି ହୁଏ। ଏହିପରି ଘଟଣାକୁ ଆମେ ନିଉକ୍ଲିୟ ବିଭାଜନ ବୋଲି କହୁ। ତେବେ ଏଥିରେ ନୂଆକରି ସୃଷ୍ଟି ହେଉଥିବା ସମସ୍ତ ନିଉକ୍ଲିୟସ୍‌ ଓ କଣିକାଗୁଡ଼ିକର ବସ୍ତୁତ୍ୱ ମୂଳ ନିଉକ୍ଲିୟସ୍‌ ଓ ନିଉଟ୍ରନ୍‌ର ବସ୍ତୁତ୍ୱଠାରୁ କମ୍‌ ଥାଏ। ଏହାର କାରଣ କମି ଯାଇଥିବା ବସ୍ତୁତ୍ୱ ହିଁ ପ୍ରଚୁର ଶକ୍ତିରେ ରୂପାନ୍ତରିତ ହୋଇଥାଏ। ନିଉକ୍ଲିୟ ବିଭାଜନରୁ ବାହାରୁଥିବା ସେହି ଶକ୍ତିର ନାମ ‘ନିଉକ୍ଲିୟ ଶକ୍ତି’। ଆଇନ୍‌ଷ୍ଟାଇନ୍‌ ଏହି ବସ୍ତୁତ୍ୱ-ଶକ୍ତି ରୂପାନ୍ତର ବିଷୟରେ ସୂନା ଦେଇଥିଲେ। ପରମାଣୁ ବୋମାରେ ଆବଶ୍ୟକ ହେଉଥିବା ସର୍ବନିମ୍ନ ପରିମାଣର ୟୁରାନିୟମ୍‌ ବା ପ୍ଲୁଟୋନିୟମ୍‌ ବସ୍ତୁତ୍ୱକୁ କ୍ରାନ୍ତିକ-ବସ୍ତୁତ୍ୱ (କ୍ରିଟିକାଲ୍‌ ମାସ୍‌) କୁହାଯାଏ। ପ୍ଲୁଟୋନିୟମ୍‌ର ବସ୍ତୁତ୍ୱ କ୍ରାନ୍ତିକ-ବସ୍ତୁତ୍ୱଠାରୁ କମ୍‌ ରହିଲେ ବୋମା କାମ କରିବ ନାହିଁ। ତେଣୁ ‘ଫ୍ୟାଟ୍‌ ମ୍ୟାନ୍‌’ ପରମାଣୁ ବୋମାରେ ଦୁଇଟି ପ୍ଲୁଟୋନିୟମ୍‌ ଅର୍ଦ୍ଧଗୋଲକ ଥିଲା। ପ୍ରତ୍ୟେକ ଅର୍ଦ୍ଧଗୋଲକର ବସ୍ତୁତ୍ୱ କ୍ରାନ୍ତିକ-ବସ୍ତୁତ୍ୱଠାରୁ କମ୍‌ ଥିଲା। କ୍ରାନ୍ତିକ-ବସ୍ତୁତ୍ୱଠାରୁ କମ୍‌ ବସ୍ତୁତ୍ୱର ଦୁଇଟି ପ୍ଲୁଟୋନିୟମ୍‌ ଅର୍ଦ୍ଧଗୋଲକକୁ ଏକ ବିସ୍ଫୋରକ ଘୋଡ଼ଣି ଭିତରେ ରଖାଯାଇଥିଲା। ତେଣୁ ‘ଫ୍ୟାଟ୍‌ ମ୍ୟାନ୍‌’ ବୋମାକୁ ଉଡ଼ାଜାହାଜରେ ନେବା ସମୟରେ ବୋମାଟି ନିଷ୍କ୍ରିୟ ଅବସ୍ଥାରେ ରହିଥିଲା। ଯେତେବେଳେ ଉଡାଜାହାଜ ନାଗାସାକି ସହର ପାଖାପାଖି ହେଲା, ସେତେବେଳେଚାପ ପ୍ରୟୋଗ କରି ଦୁଇଟା ଅର୍ଦ୍ଧଗୋଲକକୁ ମିଶେଇ ଦିଆଗଲା। ଦୁଇଟା ଅର୍ଦ୍ଧଗୋଲକ ଭାଗ ମିଶିଗଲା ପରେ ସେମାନଙ୍କର ମିଳିତ ବସ୍ତୁତ୍ୱ କ୍ରାନ୍ତିକ-ବସ୍ତୁତ୍ୱଠାରୁ ଅଧିକ ହୋଇଗଲା। ତା’ ପରେ ସେହି ପେଣ୍ଡୁ ଭିତରକୁ ନିଉଟ୍ରନ୍‌ ନିକ୍ଷେପ କରାଗଲା ଏବଂ ବୋମାକୁ ନାଗାସାକି ଉପରେ ପକେଇ ଦିଆଗଲା। ବୋମା ଭିତରେ ନିଉକ୍ଲିୟ ବିଭାଜନ ହେବାରୁ ସେଥିରୁ ପ୍ରଚୁର ‘ନିଉକ୍ଲିୟ ଶକ୍ତି’ ସୃଷ୍ଟି ହେଲା। ନିମିଷକ ମଧ୍ୟରେ ବୋମାର ‘ନିଉକ୍ଲିୟ ଶକ୍ତି’ ଦ୍ୱାରା ନାଗାସାକି ସହର ଉପରେ ୧୦ ଲକ୍ଷ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରା ଓ ସାଧାରଣ ବାୟୁମଣ୍ଡଳୀୟ ଚାପର ସହସ୍ର ଗୁଣ ଚାପ ସୃଷ୍ଟି ହେଲା। ଏକ ସମୟରେ ପ୍ରାୟ ୨୨,୦୦୦ ଟନ୍‌ ଟ୍ରାଇ-ନାଇଟ୍ରୋ-ଟୋଲୁଇନ୍‌ (ଟି.ଏନ୍‌.ଟି.) ବିସ୍ଫୋରକ ଦ୍ରବ୍ୟର ବିସ୍ଫୋରଣରୁ ଯେତିକି ଶକ୍ତି ବାହାରେ, କେବଳ ଗୋଟିଏ ‘ଫ୍ୟାଟ୍‌ ମ୍ୟାନ୍‌’ ପରମାଣୁ ବୋମାରୁ ସେତିକି ଶକ୍ତି ନିର୍ଗତ ହୋଇଥିଲା। ତେଣୁ ‘ଫ୍ୟାଟ୍‌ ମ୍ୟାନ୍‌’ ପରମାଣୁ ବୋମାର ପ୍ରଚଣ୍ଡ ‘ନିଉକ୍ଲିୟ ଶକ୍ତି’ ନାଗାସାକି ସହରକୁ ମାତ୍ର କେଇଟା ମୁହୂର୍ତ୍ତ ମଧ୍ୟରେ ଶ୍ରୀହୀନ କରିଦେଲା।

ଡ. ସନ୍ତୋଷ କୁମାର ଅଗ୍ରୱାଲ
-ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର
ମୋ: ୯୮୬୧୧୮୦୫୯୮


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?