Posted inଜାତୀୟ

ବିକ୍ରମ-ପ୍ରଜ୍ଞାନ କେବେ ହେବେ ଜାଗ୍ରତ, ଅପକ୍ଷା କରିଛନ୍ତି ପୃଥିବୀବାସୀ…

ହାଇଦ୍ରାବାଦ,୨।୧୦ : ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ଦ୍ୱାରା ନିର୍ମିତ ଚନ୍ଦ୍ରୟାନ -୩ ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ଦୃଢ଼ ଭାବରେ ଠିଆ ହୋଇଛି। ଅବତରଣର ପ୍ରଥମ ୧୪ ଦିନ ଧରି, ବିକ୍ରମ ଲ୍ୟାଣ୍ଡର ଏବଂ ରୋଭର ପ୍ରଜ୍ଞାନ ପୂର୍ଣ୍ଣ ଶକ୍ତି ସହିତ ଚନ୍ଦ୍ରରେ ବିଭିନ୍ନ ଅନ୍ବେଷଣରେ ବ୍ୟସ୍ତ ଥିଲେ। କିନ୍ତୁ ବର୍ତ୍ତମାନ ରାତି ପରେ ବିକ୍ରମ ଏବଂ ରୋଭର ନିଷ୍କ୍ରିୟ ହୋଇ ପଡ଼ିଛନ୍ତି ।

ତେବେ ଅକ୍ଟୋବର ୬ ପର୍ଯ୍ୟନ୍ତ ସେମାନଙ୍କୁ ଜାଗ୍ରତ କରାଯିବାର ଉଦ୍ୟମ ଜାରି ରହିବ ବୋଲି ଇସ୍ରୋର ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହା ଆଶଙ୍କା କରାଯାଉଛି ରୋଭରର ଯନ୍ତ୍ରଗୁଡ଼ିକ ରାତିର ମାଇନସ ୨୦୦ ଡିଗ୍ରୀ ତାପମାତ୍ରାରେ କାମ ବନ୍ଦ କରିଦେଇଛି। ସମଗ୍ର ପୃଥିବୀବାସୀ ବର୍ତ୍ତମାନ ବିକ୍ରମ ଏବଂ ରୋଭର ପ୍ରଜ୍ଞାନର ଜାଗ୍ରତ ହେବା ସମୟକୁ ଅପେକ୍ଷା କରିଛନ୍ତି।

ଜାଗ୍ରତ ହୋଇ ପ୍ରଜ୍ଞାନ ପୁଣି ଥରେ ଚନ୍ଦ୍ରରେ ବୁଲିବ ଏବଂ ଜୀବନର ସନ୍ଧାନରେ ନୂତନ ଆବିଷ୍କାର କରିପାରିବ। ଏବେ ପ୍ରଶ୍ନ ଉଠୁଛି ଯଦି ଏହା ସହିତ ରେଡିଓ ଆଇସୋଟୋପ ହିଟର ପଠାଯାଇଥାନ୍ତା, ତେବେ ବିକ୍ରମ ଏବଂ ରୋଭର ପ୍ରଜ୍ଞାନଖୁ ଜାଗ୍ରତ କରିବା ସହଜ ହୋଇ ପାରିଥାନ୍ତା। ଏହାପୂର୍ବରୁ ନାସା ଏବଂ ରୁଷିଆର ଏଜେନ୍ସି ରସ୍କୋସମୋସ ମଧ୍ୟ ଏହାକୁ ବ୍ୟବହାର କରି ସାରିଛନ୍ତି।

ସେପ୍ଟେମ୍ବର ୨୨ରେ ଚନ୍ଦ୍ରରେ ସୂର୍ଯ୍ୟୋଦୟ ପରଠାରୁ ଇସ୍ରୋ ଦଳ କ୍ରମାଗତ ଭାବରେ ବିକ୍ରମ ଏବଂ ରୋଭରକୁ ଜାଗ୍ରତ କରିବାକୁ ଚେଷ୍ଟା କରିଆସୁଛନ୍ତି। କିନ୍ତୁ, ସମୟ ସହିତ, ରୋଭରକୁ ପୁନଃସକ୍ରିୟ କରିବାର ଆଶା କ୍ଷୀଣ ହେଉଛି।
୧୯୭୦ ମସିହାରେ ରୁଷିଆ ଏହାର ପ୍ରଥମ ଚନ୍ଦ୍ର ମିଶନରେ ରେଡିଓ ଆଇସୋଟୋପ ହିଟର ବ୍ୟବହାର କରିଥିଲା। ଯେଉଁଥିପାଇଁ ତାଙ୍କ ରୋଭର ୧୦ ମାସ କାମ ଜାରି ରଖିଥିଲା।

ରେଡ଼ିଓ ଆଇସୋଟୋପ ହିଟର ୟୁନିଟ ହେଉଛି ଏକ ଛୋଟ ଉପକରଣ ଯାହା ମହାକାଶଯାନ ଭିତରେ ଫିଟ ହୋଇ ମିଶନରେ ପଠାଯାଇଥାଏ। ଏହି ରେଡିଓଆକ୍ଟିଭ ହିଟର ଯନ୍ତ୍ରଗୁଡ଼ିକୁ ମହାକାଶରେ ଗରମ କରେ। ଏଗୁଡ଼ିକ ଛୋଟ ରେଡିଓସୋଟୋପ ଥର୍ମୋଲେକ୍ଟ୍ରିକ ଜେନେରେଟର ସହିତ ସମାନ। ଗୋଟିଏ ଉପକରଣ ଅନେକ ଦଶନ୍ଧି ଧରି ଉତ୍ତାପ ଯୋଗାଇପାରେ। ଏକ କିଲୋଗ୍ରାମ ପ୍ଲୁଟୋନିୟମରୁ ୮୦ଲକ୍ଷ କିଲୋୱାଟ ବିଦ୍ୟୁତ ଉତ୍ପାଦନ ହୋଇପାରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବାବେଳେ ମାରିଲା ଘଡ଼ଘଡ଼ି: ଆଉ ତା’ପରେ ଘଟିଲା…

ଦେବଗଡ଼,୨୨।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବାରକୋଟ ବ୍ଲକ ବସାଲଇ ଅଞ୍ଚଳ…

ମହିଳାଙ୍କୁ ବଳାତ୍କାର ପୋଲିସ ବାବୁଙ୍କୁ ପଡ଼ିଲା ମହଙ୍ଗା: ଶରଣକୂଳ ଥାନା ପୂର୍ବତନ ଆଇଆଇସି ନିଲମ୍ବିତ

ନୟାଗଡ଼,୨୨।୬(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଶରଣକୂଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସ ନିଲମ୍ବିତ। ଆଇଆଇସି ସୁଜିତ ଦାସଙ୍କୁ ନିଲମ୍ବନ କଲେ ଡିଜିପି। ଆଇଆଇସିଙ୍କ ବିରୋଧରେ ଯୌନ…

ଜୁନ ୨୯ରୁ ଶିମିଳିପାଳ ବନ୍ଦ: ଜାଣନ୍ତୁ କାହିଁକି

ବାରିପଦା,୨୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ନିମନ୍ତେ ଜୁନ ୨୯ରୁ ବନ୍ଦ ରହିବ । ଏନେଇ ଶିମିଳିପାଳ ବ୍ୟାଘ୍ର…

କୋଚିଂ ସେଣ୍ଟରରେ ୧୫ ଛାତ୍ର ଜୀବନ୍ତ ଦଗ୍ଧ ଘଟଣା: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୨।୬: ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

IRCTC New Rules: ବଦଳିଲା ତତ୍କାଳ ଟିକେଟ ବୁକିଂ ନିୟମ: ଏବେ ଆଧାର କାର୍ଡ ବିନା ହେବନି କୌଣସି କାମ

ନୂଆଦିଲ୍ଲୀ,୨୨।୬: ଆଜିକାଲି ସମୟରେ ଟ୍ରେନ ଟିକେଟ ମିଳିବା ବହୁତ କଷ୍ଟକର ହୋଇପଡ଼ିଛି। ପର୍ବପର୍ବାଣୀ ସମୟରେ ଯଦି ଘରକୁ ଯିବାକୁ ଥାଏ, ତେବେ ଟିକେଟ ଆଦୌ ମିଳିନଥାଏ। ଏଭଳି…

କୁଲାଡ ଯାଉଥିଲେ ସାଗର, ଧକ୍କା ଦେଲା କାର୍‌: ଆଉ ତା’ପରେ…

ଭଞ୍ଜନଗର,୨୨/୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ କାର ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri