Posted inଜାତୀୟ

ବିରଳ ଦୁଇ ମୁଣ୍ଡିଆ ସାପ ଜବତ: ଜଣେ ଗିରଫ

ଲକ୍ଷ୍ନୌ,୧୪।୯-ବିରଳ ସାପ ଚୋରାଚାଲାଣ ଅଭିଯୋଗରେ ଉତ୍ତରପ୍ରଦେଶର ଖେରୀ ଜିଲା ମିତୋଲି ଥାନା ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ କାସ୍ତା କଲୋନୀ ବାସିନ୍ଦା ସନ୍ଦୀପ। ଏଥିସହ ତାଙ୍କ ନିକଟରୁ ପୋଲିସ ଦୁଇ ମୁଣ୍ଡିଆ ବିରଳ ପ୍ରଜାତି ସାପକୁ ଜବତ କରିଛି। ଏହି ସାପର ମୂଲ୍ୟ ଭାରତରେ ୧୦ରୁ ୨୦ ଲକ୍ଷ ଟଙ୍କା ହେବ ଏବଂ ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ପୋଲିସ କହିଛି। ସାପର ମୂଲ୍ୟ ତାହାର ଓଜନ ଉପରେ ନିର୍ଭର କରିଥାଏ। ପୋଲିସ ତାଙ୍କୁ ଷ୍ଟେଶନ ଅଞ୍ଚଳ କାସ୍ତା ଟାଉନରୁ ଗିରଫ କରିଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ନେଲେ ମନୋଜ ମୁକୁନ୍ଦ ନାରାଭାନେ

ନୂଆଦିଲ୍ଲୀ,୧।୯ : ସେନାର ଉପମୁଖ୍ୟ ଦାୟିତ୍ୱ ନେଇଛନ୍ତି ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ। ସେ ଲେପ୍ଟନାଣ୍ଟ ଜେନେରାଲ ଦେବରାଜ ଅମ୍ବୁଙ୍କ ସ୍ଥାନ ନେଇଛନ୍ତି। ଅମ୍ବୁ...

ଶହେ ପରିବାରକୁ ଏକ ମାସର ରାଶନ ସହ ୩ ହଜାର ମାସ୍କ ବାଣ୍ଟିଲେ ଦିବ୍ୟାଙ୍ଗ ଭିକାରି

ପଠାନକୋଟ,୧୯।୫: କରୋନା ସଙ୍କଟ ସମୟରେ ମାନବିକତାର କିଛି ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ପଞ୍ଜାବର ପଠାନକୋଟରେ ଏମିତି ଏକ ଚିତ୍ର ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା...

ଦେଶବ୍ୟାପୀ ଶିକ୍ଷାନୁଷ୍ଠାନ, ମଲ୍‌ ବନ୍ଦ

ନୂଆଦିଲ୍ଲୀ,୧୭।୩(ପି.ଟି.): କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ମଲ୍‌,...

ତିହାର ଜେଲରେ ଖୋଲିଲା ଆଇସୋଲେଶନ ସେଲ୍‌

ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ଆମ ଦେଶରେ ବ୍ୟାପିବା ଆରମ୍ଭ କରିଥିବା ବେଳେ ଏବେ ଏହାକୁ ନେଇ ସଚେତନା ସୃଷ୍ଟି କରାଯାଉଛି। କେବଳ ବାହାରେ ଥିବା ଲୋକେ...

ପରୀକ୍ଷା ପାଇଁ ସ୍କୁଟିରେ ୧୨୦୦ କିମି ଯାଇଥିବା ଦମ୍ପତ୍ତିଙ୍କୁ ମିଳିଲା ବିମାନ ଟିକେଟ୍‌

ଇନ୍ଦୋର, ୭।୯: ନିକଟରେ ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ନିଜ ଗର୍ଭବତୀ ସ୍ତ୍ରୀର ପରୀକ୍ଷା ପାଇଁ ସ୍କୁଟିରେ ୧୨୦୦ କିମି ଯାତ୍ରା କରି ସାରା ଦେଶରେ ଖବରର...

ଓଲଟିଲା ସ୍କୁଲ ବସ୍‌, ୫ ଛାତ୍ର ଗୁରୁତର

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଶୁକ୍ରବାର ସକାଳୁ ଏକ ଅଭାନୀୟ ଘଟଣା ଘଟିଛି। ୩୫ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ସ୍କୁଲ ବସ୍‌ ଓଲଟି ପଡିଛି। ଫଳରେ ୫...

ବାବୁ ଲାଲ ଗୌର ଅସୁସ୍ଥ: ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର

ଭୋପାଳ,୧୮।୭: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବାବୁ ଲାଲ ଗୌରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ଏକ ସ୍ବତନ୍ତ୍ର ଏୟାର...

ଚାଇନାର ଗୁପ୍ତଚରୀ ମାମଲା: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଥିଲା କଡ଼ା ନଜର

ନୂଆଦିଲ୍ଲୀ, ୨୧।୧୦: ଚାଇନାର ଗୁପ୍ତଚରୀ ମାମଲାର ଖିଅ ଧିରେ ଧିରେ ଖୋଲିବା ଆରମ୍ଭ କରିଛି। ଚାଇନା ଗୁପ୍ତଚର କ୍ୱିଙ୍ଗ ଶିଙ୍କୁ ପଚରା ଉଚରା ସମୟରେ ଜଣାପଡ଼ିଛି...

Coronavirus Update

Archives

Model This Week

Why Dharitri