Posted inଫୁରସତ

ନିଶାରେ ବଣୁଆ ହାତୀକୁ ନମସ୍କାର କରିବା ପଡ଼ିଲା ମହଙ୍ଗା

ରାଞ୍ଚି, ୧୪।୯: ନିଶାରେ ଥିବା ଜଣେ ବ୍ୟକ୍ତି ହିତାହିତ ଜ୍ଞାନ ଭୁଲି ଗୋଟିଏ ବଣୁଆ ହାତୀକୁ ନମସ୍କାର କରିବା ମହଙ୍ଗା ପଡ଼ିଛି। ହାତୀଟି ଏଥିରେ ଉତ୍ୟକ୍ତ ହୋଇ ସାମ୍ନାରେ ଠିଆ ହୋଇଥିବା ସେହି ବ୍ୟକ୍ତିଙ୍କୁ କଚାଡ଼ି ମାରି ଦେଇଛି। ଏଭଳି ଏକ ଚକିତ କଲାଭଳି ଘଟଣା ଝାଡ଼ଖଣ୍ଡ ଗୁମଲା ଜିଲାର ଉପରଦାରି ଗ୍ରାମରେ ଘଟିଯାଇଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି, ଲୋହଦଗା ଜିଲାର ବିଫଇ ମୁଣ୍ଡା। ୫୩ ବର୍ଷୀୟ ବିଫଇ କରମା ପର୍ବ ପାଳିବା ଲାଗି ଉପରଦାରିରେ ରହୁଥିବା ନିଜର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ପର୍ବ ପାଳନ ଅବସରରେ ବିଫଇ ପ୍ରଚୁର ମଦ ପିଇଦେଇ ନିଶାରେ ଗ୍ରାମ ନିକଟରେ ଥିବା ଫୁଟ୍‌ବଲ ପଡ଼ିଆ ନିକଟକୁ ଚାଲି ଯାଇଥିଲେ। ଅଚାନକ ଏହି ସମୟରେ ସ୍ଥାନୀୟ ଜଙ୍ଗଲରୁ ୨ଟି ବଣୁଆ ହାତୀ ପଡ଼ିଆ ମଧ୍ୟକୁ ଚାଲି ଆସିଥିଲେ। ହାତୀ ୨ଟିକୁ ଦେଖି ଉପସ୍ଥିତ ଲୋକ ଯିଏ ଯୁଆଡ଼େ ଦୌଡ଼ି ପଳାଇଥିଲେ। ତେବେ ଏହି ନିଶାରେ ଚୁର୍‌ ଥିବା ବିଫଇ ହାତୀ ନିକଟକୁ ଚାଲିଯାଇଥିଲେ। ସେଠାରେ ନିଶାରେ ସେ ଗୋଟିଏ ହାତୀକୁ ନମସ୍କାର କରିଥିଲେ। କିନ୍ତୁ ଏହି ସମୟରେ ଗୋଟିଏ ହାତୀ ବିଫଇକୁ କଚାଡ଼ି ତଳେ ପକାଇ ଗୋଡ଼ରେ ଦଳି ମାରି ଦେଇଥିଲା। ସରକାରୀ ବ୍ୟବସ୍ଥା ଅନୁଯାୟୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri