କରୋନା ସମୟରେ ଚୋର ନେଇଗଲା ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଅଟୋ

ପୁଣେ, ୧୪।୯: ପୁଣେର ଚକନ ଅଞ୍ଚଳରେ ହସ୍ପିଟାଲକୁ ଯୋଗାଣ ଉଦ୍ଦେଶ୍ୟରେ ରହିଥିବା ଏକ ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଅଟୋ ଚୋରି ହୋଇଯାଇଛି। ଅଭିଯୋଗକାରୀ ଅଟୋ ମାଲିକ ହସ୍ପିଟାଲକୁ ଅକ୍ସିଜେନ ସିଲିଣ୍ଡର ଯୋଗାଣ କରିଥାନ୍ତି। ରବିବାର ରାତିରେ ସେ ତାଙ୍କ ଘର ସାମ୍ନାରେ ଅଟୋ ରଖି ବିଶ୍ରାମ ପାଇଁ ଯାଇଥିଲେ। କିନ୍ତୁ କିଛି ଘଣ୍ଟା ମଧ୍ୟରେ ଅଟୋ ଚୋରି ହୋଇଯାଇଥିବା ପୋଲିସ ନିକଟରେ ସେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଚୋରି ଅଟୋ ଓ ସିଲିଣ୍ଡର ଉଦ୍ଧାର କରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। କରୋନା ମହାମାରୀ ହେତୁ ବର୍ତ୍ତମାନ ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସିଲିଣ୍ଡରର ଚାହିଦା ଅହେତୁକ ଭାବେ ବୃଦ୍ଧି ପାଇଛି। ଏଭଳି ଏକ ସଙ୍କଟଜନକ ସମୟରେ ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଅଟୋ ଚୋରିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି। ଏଠାରେ ଉଲ୍ଲେଖଯୋଗ୍ୟ, କରୋନା ଦ୍ୱାରା ଭାରତରେ ସର୍ବାଧିକ କ୍ଷତିଗସ୍ତ ହୋଇଥିବା ରାଜ୍ୟ ତାଲିକାରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ଏଠାରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ପ୍ରାଣଘାତୀ ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୧୧ଟି ସହରରେ କରୋନା ସଂକ୍ରମଣ ଚିନ୍ତା ଜନକ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୦।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ହଟ୍‌ ସ୍ପଟ୍‌ ଅଞ୍ଚଳରେ ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ର଼୍ୟାପିଡ୍‌...

କରୋନା ସଙ୍କଟ ମଧ୍ୟରେ ଷ୍ଟ୍ରାଇକ୍‌ରେ ଗଲେ ଏମ୍ସ ନର୍ସ

ପାଟନା,୨୩।୭: ବିହାରରେ ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି। ହସ୍ପିଟାଲରେ ରୋଗୀଙ୍କୁ ଶଯ୍ୟା ମିଳୁନାହିଁ। ଆଉ ଯାହାକୁ ମିଳୁଛି...

ଅସହାୟଙ୍କୁ ରନ୍ଧାଖାଦ୍ୟ ଯୋଗାଇଲେ ଏସ୍‌ଏଚ୍‌ଜି ମହିଳା

ଲୋଇସିଂହା, ୮।୪(ଡି.ଏନ.ଏ.): ବଲାଙ୍ଗୀର ସଦର ବ୍ଲକ ସକମା ପଞ୍ଚାୟତ ପକ୍ଷରୁ ଅସହାୟଙ୍କୁ ରନ୍ଧାଖାଦ୍ୟ ଯୋଗାଇବା ବ୍ୟବସ୍ଥା ଅଦ୍ୟାବଧି ଗ୍ରହଣ କରାଯାଇନାହିଁ। ପଞ୍ଚାୟତ ଅଧୀନ ଫାସଡ ଗ୍ରାମର...

ସଂସଦର ଜଣେ ଅଧିକାରୀ କରୋନା ପଜିଟିଭ୍‌: ଆନେକ୍ସି ଭବନର ଦ୍ୱିତୀୟ ମହଲା ସିଲ୍‌

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ସ୍ଥିତ ସଂସଦରେ ରାଜ୍ୟସଭା ସଚିବାଳୟର ଜଣେ ଅଧିକାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନିର୍ଦ୍ଦେଶକ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ ତାଙ୍କ...

୫୫ ପ୍ରତିଶତ ପରିବାରଙ୍କୁ ମିଳୁଛି ଦୁଇବେଳା ଖାଦ୍ୟ

ନୂଆଦିଲ୍ଲୀ, ୨୦।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଇତିମଧ୍ୟରେ ଅନ୍‌ଲକ୍‌ର...

ଗ୍ଲେନ୍‌ମାର୍କକୁ ଡିଜିସିଆଇ ନୋଟିସ

ନୂଆଦିଲ୍ଲୀ,୨୦ା୭(ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ ଔଷଧ ଫାବିଫ୍ଲୁ ସମ୍ପର୍କରେ ମିଥ୍ୟା ଦାବି ଓ ଅତ୍ୟଧିକ ମୂଲ୍ୟକୁ ନେଇ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ) ପକ୍ଷରୁ ଏହାର...

ମହାମାରୀ ଲଢ଼େଇରେ ସହାୟକ ହେବନି ଲକ୍‌ଡାଉନ

ନୂଆଦିଲ୍ଲୀ, ୨୪।୫(ପି.ଟି.): ଦେଶବ୍ୟାପୀ ଲକ୍‌ଡାଉନ କୋଭିଡ୍‌-୧୯ ଲଢ଼େଇରେ ଆଉ ସହାୟକ ହେବନାହିଁ ବୋଲି ଦେଶର ପ୍ରମୁଖ ଭୂତାଣୁ ବିଜ୍ଞାନୀ ଶହିଦ ଜମିଲ୍‌ କହିଛନ୍ତି। ଏହା ବଦଳରେ...

ଭୁବନେଶ୍ୱରରୁ ଆଉ ୧୩ ପଜିଟିଭ୍‌ ଚିହ୍ନଟ: ହୋମ କ୍ୱାରାଣ୍ଟାଇନ୍‌ର ୭, ଲୋକାଲ କେସ୍‌ ୬

ଭୁବନେଶ୍ୱର, ୫।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଶୁକ୍ରବାର ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ ହୋମ୍‌ କ୍ୱାରାଣ୍ଟାଇନ୍‌ରେ...

Coronavirus Update

Archives

Model This Week

Why Dharitri