Posted inଫୁରସତ

ମଙ୍ଗଳ ଗ୍ରହରେ ବିରଳ ଦୃଶ୍ୟ: ମଣିଷ ଏବଂ ପିରାମିଡ୍‌ ଦେଖି ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଦୀର୍ଘବର୍ଷ ଧରି ପୃଥିବୀର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ଖୋଜୁଥିଲେ। ଏହି ସନ୍ଧାନରେ ଅନେକ ମହାକାଶଯାନ ମଧ୍ୟ ମଙ୍ଗଳ ଗ୍ରହକୁ ପଠାଯାଇଛି। ବେଳେବେଳେ ମଙ୍ଗଳ ଗ୍ରହ ବୁଲିବା ସମୟରେ, ଏହି ମହାକାଶଯାନ ଏପରି କିଛି ଅନନ୍ୟ ଦୃଶ୍ୟ କଏଦ କରିଛି, ଯାହା ଦେଖି ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

୧୯୭୬ରେ, ଆମେରିକୀୟ ସ୍ପେସ୍‌ ଏଜେନ୍ସି ‘ନାସା’ ମଙ୍ଗଳ ଗ୍ରହର କକ୍ଷପଥରେ ଓ୍ବିକିଙ୍ଗ ମିଶନକୁ ପଠାଇଥିଲା। ସେହି ସମୟ ମଧ୍ୟରେ ନାସାର ଓ୍ବିକିଙ୍ଗ୍‌ ମିଶନ ମଙ୍ଗଳ ଗ୍ରହରୁ କିଛି ଅନନ୍ୟ ଚିତ୍ର ପଠାଇଥିଲା। ଯାହା ଦେଖି ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ମଙ୍ଗଳ ଗ୍ରହରେ ଏକ ପିରାମିଡ୍‌ ଏବଂ ମାନବ ଚେହେରାର ଆକୃତି ଦେଖିବାକୁ ମିଳିଥିଲା। ନାସା ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲା। ବର୍ତ୍ତମାନ ନାସାର ତିନିଜଣ ପୂର୍ବତନ ବୈଜ୍ଞାନିକ ନିଶ୍ଚିତ କରିଛନ୍ତି ଯେ, ଓ୍ବିକିଙ୍ଗ ମିଶନ ଦ୍ୱାରା ନିଆଯାଇଥିବା ମାନବ ଏବଂ ପିରାମିଡ୍‌ର ଫଟୋ ସତ୍ୟ।

ଏହା ୧୯୭୦ ଦଶକରୁ ଆରମ୍ଭ ହୋଇଥିଲା। ଯେତେବେଳେ ନାସା ମଙ୍ଗଳ ଗ୍ରହର ଫଟୋ ଉଠାଇବା ପାଇଁ ଦୁଇଟି ମହାକାଶଯାନ ପଠାଇଥିଲା। ସେହି ସମୟରେ, ଉଭୟ ମହାକାଶଯାନ ଦ୍ୱାରା ପଠାଯାଇଥିବା ଫଟୋଗ୍ରାଫ୍‌ ଦେଖିବା ପରେ ବୈଜ୍ଞାନିକମାନଙ୍କର ମଙ୍ଗଳ ଗ୍ରହ ବିଷୟରେ ଚିନ୍ତାଧାରା ବଦଳିଗଲା। ଏହି ରହସ୍ୟମୟ ଆକଳନ ହେତୁ ମଙ୍ଗଳ ଗ୍ରହରେ ଜୀବନ ଅଛି କି ନାହିଁ ବୋଲି ବୈଜ୍ଞାନିକମାନେ ପ୍ରଶ୍ନ କରିବାକୁ ବାଧ୍ୟ ହୋଇଥିଲେ।

 

ବେଜ୍ଞାନିକ ଡକ୍ଟର ଜନ୍‌ ଓ୍ବାଣ୍ଡରବର୍ଗ ଅନୁଯାୟୀ, ମାନବ ଚେହେରାର ଆକୃତି ଏବଂ ପିରାମିଡ୍‌ ମଧ୍ୟରେ ମାତ୍ର ୫ କିଲୋମିଟର ଦୂରତା ଅଛି। ସେ କହିଛନ୍ତି, ଏହା ହୋଇପାରେ ଲୋକମାନେ ବିଶ୍ୱାସ କରନ୍ତି ନାହିଁ ଯେ, ଏଠାରେ ଏଲିଅନ୍ସ ବାସ କରନ୍ତି। କିନ୍ତୁ ଏହା ସମ୍ଭବ ଯେ ପୂର୍ବରୁ ଏଲିଅନ୍ସମାନେ ଏଠାରେ ହିଁ ବାସ କରୁଥିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?