Posted inଫୁରସତ

୧୨୪ ବର୍ଷ ପରେ ପାହାଡ଼ ଉପରେ ଫୁଟିଲା ଏହି ଦୁର୍ଲଭ ଫୁଲ

ଦୀର୍ଘ ୧୨୪ ବର୍ଷ ପରେ ପାହାଡ଼ ଉପରେ ଏକ ବିରଳ ତଥା ଦୁର୍ଲଭ ଫୁଲ ଫୁଟିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଫୁଲ ଫୁଟିଛି ହିମାଳୟ ପରିସର ଅଞ୍ଚଳରେ। ବୈଜ୍ଞାନିକମାନେ ଏହି ଫୁଲକୁ ଦେଖି ଏହା ଲିପାରିସ ପିଗ୍‌ମା ବୋଲି କହୁଛନ୍ତି। ସିକିମ୍‌ ଏବଂ ପଶ୍ଚିମବଙ୍ଗରେ ଏହି ଫୁଲ ୧୦୦ ବର୍ଷ ପୂର୍ବରୁ ଦେଖାଦେଇଥିଲା। ଏବେ ପଶ୍ଚିମ ହିମାଳୟ କ୍ଷେତ୍ରର ଉତ୍ତରାଖଣ୍ଡର ଚମୋଲି ଜିଲାରେ ଦେଖିବାକୁ ମିଳିଛି। ଦୁଇମାସ ପୂର୍ବରୁ ଦୁଇ ବନ ଅଧିକାରୀ ଏପରି ଫୁଲ ବି ଦେଖିଥିଲେ।


ଭାରତୀୟ ବଟାନିକାଲ ସର୍ବେକ୍ଷଣ ସଂସ୍ଥାନର ବିଶେଷଜ୍ଞ ଏହି ଫୁଲ ଉପରେ ଏକ ଅଧ୍ୟୟନ କରିଥିଲେ। ଏହାର ରିପୋର୍ଟ ଜୁଲାଇ ୩୦ରେ ଫ୍ରେଞ୍ଚ ସାଇଣ୍ଟିଫିକ୍‌ ଜେନେରାଲ ‘ରିଚଡାଇନା’ରେ ପ୍ରକାଶ ପାଇଥିଲା। ଏହି ଅନୁସାରେ, ବିଶ୍ୱରେ ପ୍ରାୟ ୩୨୦ ପ୍ରଜାତିର ଲିପାରିସ ପିଗ୍‌ମା ଅଛି। ଯେଉଁଥିରେ ପ୍ରାୟ ୪୮ ପ୍ରକାର ଭାରତରେ ରହିଛି। ଏଥିମଧ୍ୟରୁ ପଶ୍ଚିମ ହିମାଳରେ ୧୦ ପ୍ରଜାତିର ଅଛି।

ଚମୋଲିଠାରୁ ପ୍ରାୟ ୩୮୦୦ ମିଟର ଉଚ୍ଚରେ ଥିବା ସପ୍ତକୁଣ୍ଡ ଟ୍ରାକ୍‌ରେ ଏହା ଦେଖିବାକୁ ମିଳିଛି। ପୂର୍ବରୁ ଏହି ଫୁଲ ଉକ୍ତ ଅଞ୍ଚଳରେ ଦେଖିବାକୁ ମିଳି ନ ଥିଲା। ବନ ଅଧିକାରୀ ହରିଶ ନେଗୀ କୁହନ୍ତି, ଉତ୍ତରାଖଣ୍ଡ ବନ ବିଭାଗର ଦୁଇଜଣ ଅଧିକାରୀ ଜୁନ୍‌ରେ ଏହି ବିରଳ ପ୍ରଜାତିର ଫୁଲକୁ ଚିହ୍ନିଥିଲେ। ଜୁନିଅର ରିସର୍ଚ୍ଚ ଫେଲୋ ମନୋଜ ସିଂହଙ୍କ କହିବା ଅନୁସାରେ, ଦୁଇ ମାସ ତଳେ ଫୁଲ ଆବିଷ୍କାର ହେବା ପରଠାରୁ ଏହାକୁ ପୁଣେସ୍ଥିତ ବଟାନିକାଲ ସର୍ଭେ ଅଫ୍‌ ଇଣ୍ଡିଆକୁ ପଠାଯାଇଥିଲା। ପରେ ଏହାକୁ ଚିହ୍ନଟ କରାଯାଇଥିଲା।


ଡକ୍ଟର ଜଲାଲଙ୍କ ଅନୁସାରେ, ପୂର୍ବରୁ ଏହି ଫୁଲ ୧୮୭୭ ଏବଂ ୧୮୮୨ରେ ସିକିମ୍‌ରେ ଦେଖିବାକୁ ମିଳିଥିଲା। ପରେ ୧୮୯୬ରେ ଏହା ପଶ୍ଚିମବଙ୍ଗରେ ମଧ୍ୟ ମିଳିଥିଲା। ଦୀର୍ଘ ୧୨୪ ବର୍ଷ ପରେ ଏହି ଫୁଲ ପୁଣି ଫୁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଖୋଲିବ SEBI କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୫: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ…

ସରକାରଙ୍କ ବଡ଼ ଘୋଷଣା; ମହିଳାଙ୍କୁ ମାସିକ ୩ ହଜାର, ୭ମ ବେତନ ଆୟୋଗ ଲାଗୁ, ମାଗଣା ବସ୍ ଯାତ୍ରା

କୋଲକାତା,୧୮।୫: ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର ତାଙ୍କର ଦ୍ୱିତୀୟ କ୍ୟାବିନେଟ୍ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି । ଏଥିରେ ମହିଳାମାନଙ୍କୁ ମାସିକ ୩ ହଜାର ଆର୍ଥିକ…

ମସ୍କଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ହଇଚଇ, ଝିଅମାନଙ୍କ…

ନୂଆଦିଲ୍ଲୀ,୧୮।୫: ଏଲନ ମସ୍କ ପୁଣିଥରେ ନିଜ ବୟାନକୁ ନେଇ ଖବରର ଶିରୋନାମା ପାଲଟିଛନ୍ତି । ଏଥର ସେ ଇନଷ୍ଟାଗ୍ରାମକୁ “ଝିଅମାନଙ୍କ ପ୍ଲାଟଫର୍ମ” ବୋଲି କହି ଏକ ନୂତନ…

ଭୁବନେଶ୍ବରରେ ତେଲ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା, କାଲିଠୁ….

ଭୁବନେଶ୍ବର,୧୮।୫: ରାଜ୍ୟରେ ତେଲ ସଂକଟ ଭିତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବୟାନ ସାମ୍ନାକୁ ଆସିଛି । ତୈଳ ସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା…

ଯୁକ୍ରେନ ଡ୍ରୋନ ମାଡ଼ରେ ମାଧବନ୍ଧର ଓଡ଼ିଆ ଯୁବକ ମୃତ, ଚାକିରି କରିବାକୁ ରୁଷିଆ ଯାଇଥିଲେ ରାମେୟା

ଚିକିଟି,୧୮।୫(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ମାଧବନ୍ଧ ଗ୍ରାମର ଜଣେ ଯୁବକ ଯୁକ୍ରେନର ଡ୍ରୋନ ମାଡ଼ରେ ପ୍ରାଣ ହରାଇଛନ୍ତି । ଶନିବାର ତାଙ୍କର…

୨୦ ଦିନରେ କୋଟି କୋଟି ଟଙ୍କାର ଶେୟାର କିଣିଲେ ଟ୍ରମ୍ପ, ଥରି ଉଠିଲା ଆମେରିକା

ଓ୍ବାଶିଂଟନ,୧୮।୫: ଏହି ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ବା ତାଙ୍କ ପରାମର୍ଶଦାତାମାନେ ୩,୭୦୦ରୁ ଅଧିକ ଷ୍ଟକ ବାଣିଜ୍ୟ କରିଛନ୍ତି। ଏହି…

କୋଣାଦିତ୍ୟରେ ନବ ଆଳତି ପରମ୍ପରା

ପଦ୍ମକ୍ଷେତ୍ର କୋଣାର୍କଠାରେ ଅଭିନବ ଆଳତି ପରମ୍ପରା କଥା ପୂର୍ବ ସଂଖ୍ୟାରେ ଆମେ ଆଲୋଚନା କରିଥିଲେ। ତାହାର ଏକ ଚମତ୍କାର ଦିଗ ରହିଛି। ଭାରତରେ ଅନ୍ୟ କେଉଁ କ୍ଷେତ୍ର…

କ୍ରାଇମବ୍ରାଞ୍ଚ DGଙ୍କ ବଡ଼ ବୟାନ: ସୌମ୍ୟ ହତ୍ୟାର ସବୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୮।୫: କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସବୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା DG ମିଶ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri