ଦେଶରେ ମିଜୋରାମ ଲୋକ ସବୁଠାରୁ ଖୁସିରେ ରୁହନ୍ତି

ନୂଆଦିଲ୍ଲୀ,୨୧ ।୯: ଦେଶରେ ପ୍ରଥମଥର କରାଯାଇଥିବା ହାପିନେସ୍ ସର୍ଭେରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚକୁ ସାମିଲ କରାଯାଇ ର‌୍ୟାଙ୍କିଙ୍ଗ ଦିଆଯାଇଥିଲା । ଏହାପରେ ମିଜୋରାମ, ପଞ୍ଜାବ ଓ ଆଣ୍ଡାମାନ ନିକୋବର ଦ୍ୱୀପ ଟପ୍ ୩ରେ ରହିଛନ୍ତି । ଏଠାକାର ଲୋକ ସବୁଠାରୁ ଖୁସିରେ ରୁହନ୍ତି ବୋଲି ଉକ୍ତ ସର୍ଭେରେ କୁହାଯାଇଛି । ଛତିଶଗଡ଼, ଓଡ଼ିଶା ଓ ଉତ୍ତରାଖଣ୍ଡର ଲୋକ ସବୁଠାରୁ କମ୍ ଖୁସିରେ ରୁହନ୍ତି ବୋଲି କହିଛି ଉକ୍ତ ସର୍ଭେ । କୁହାଯାଇଛି ଖୁସିର କାରଣ ମଧ୍ୟରେ କୋଭିଡ-୧୯କୁ ସାମିଲ କରାଯାଇଛି । ସେଥିପାଇଁ ମହାରାଷ୍ଟ୍ର, ଦିଲ୍ଲୀ ଓ ହରିୟାଣା ଭଳି ରାଜ୍ୟରେ ଲୋକେ କମ୍‌ଖୁସି ରହିଥିବା ଦେଖାଯାଇଛି । ଜମ୍ମୁ-କଶ୍ମୀର ଲୋକେ ମଧ୍ୟ ଅଧିକ ଖୁସି ନ ଥିବା ଦେଖାଯାଇଛି । ହାପିନେସ୍ ସର୍ଭେରେ ୫ଟି ଦିଗ ପ୍ରତି ଧ୍ୟାନ ଦିଆଯାଇଥିଲା । ଏଥିରେ କାର୍ଯ୍ୟଶୈଳୀ, ସମ୍ପର୍କ, ସ୍ୱାସ୍ଥ୍ୟ, ସାମାଜିକ ସେବା, ଧାର୍ମିକ ଅଧ୍ୟାତ୍ମିକ ପକ୍ଷ, ସ୍ୱାସ୍ଥ୍ୟରେ କରୋନା ପ୍ରଭାବକୁ ସାମିଲ କରାଯାଇଥିଲା । ଏହି ସର୍ଭେରେ ସମଗ୍ର ଦେଶରୁ ୧୬,୯୫୦ ଲୋକଙ୍କଠାରୁ ମାର୍ଚ୍ଚରୁ ଜୁଲାଇ ମାସ ମଧ୍ୟରେ ରାୟ ସଂଗ୍ରହ କରାଯାଇଥିଲା । ପ୍ରଫେସର ରାଜେଶ ପିଲାନିଆ ଏହି ସର୍ଭେ କରିଥିବା ସୂଚନା ରହିଛି । ଏଥିରେ ଭାରତର ଜଣାଶୁଣା ଲୋକଙ୍କ ରାୟ ନିଆଯାଇଥିଲା । ଏହି ସର୍ଭେରେ ଜେଣ୍ଡରର କୌଣସି ସମ୍ପର୍କ ନ ଥିବା କୁହାଯାଇଛି । ହେଲେ ବୈବାହିକ ଜୀବନ, ବୟସ, ଶିକ୍ଷା ଓ ରୋଜଗାର ସହ ଖୁସିର ସମ୍ପର୍କ ରହିଥିବା କୁହାଯାଏ । ତେବେ ବିବାହିତମାନେ ଅବିବାହିତଙ୍କଠାରୁ ଅଧିକ ଖୁସିଥିବା ଦର୍ଶାଯାଇଛି । ଯେ କୌଣସି କାର୍ଯ୍ୟରେ ବ୍ୟସ୍ତଥିବା ଲୋକେ ମଧ୍ୟ ଅଧିକ ଖୁସି ରହିଥାଆନ୍ତି ବୋଲି କୁହାଯାଇଛି । ଏହି କ୍ଷେତ୍ରରେ ଆସାମ, ମିଜୋରାମ, ଆଣ୍ଡାମାନ, ପଞ୍ଜାବ ଓ ପୁଡୁଚେରୀ ଆଗରେ ରହିଥିବା ବେଳେ ସମ୍ପର୍କ ରଖିବାରେ ପଞ୍ଜାବ, କର୍ନାଟକ, ମିଜୋରାମ, ଆଣ୍ଡାମାନ ଓ ସିକ୍କିମ ଟପ୍ ୫ରେ ରହିଛି । ତେବେ ଏହି ତାଲିକାରେ ବାଜି ମାରିଛି ମିଜୋରାମ । ଏହା ସବୁଠାରୁ ସୁରକ୍ଷିତ ରାଜ୍ୟ ହୋଇଥିବା ବେଳେ ଏହା ଶାନ୍ତି ଓ ଭଲ ବାତାବରଣ ପାଇଁ ବେଶ୍ ପରିଚିତ । ଏହାର ଅର୍ଥବ୍ୟବସ୍ଥା ଗୋଟିଏ ପଟେ ପର୍ଯ୍ୟଟନ ଉପରେ ନିର୍ଭର କରୁଥିବା ବେଳେ ଅନ୍ୟପଟେ ମହିଳାମାନେ ବହୁ ପରିମାଣରେ ବ୍ୟବସାୟ କରିଥାଆନ୍ତି । ଏଠାରେ ଅପରାଧ ନାହିଁ କହିଲେ ଚଳେ । ମିଜୋରାମର ଲୋକ ଆତ୍ମନିର୍ଭରଶୀଳ । ଏଠାକୁ ଅଧିକାଂଶ ପର୍ଯ୍ୟଟକ ଆସୁଥିବାରୁ ସେମାନଙ୍କ ସହ ଭଲ ବ୍ୟବହାର ଓ ଉତ୍ତମ ଆତିଥ୍ୟ ପ୍ରଦାନ କରିବାକୁ ଏମାନେ ଏବେ ହିନ୍ଦୀ ଶିଖୁଥିବା ଦେଖାଯାଇଛି । ମିଜୋରାମ ଭଳି ସିକ୍କିମ ଓ ଅରୁଣାଚଳ ପ୍ରଦେଶ ମଧ୍ୟ ଖୁସି ତାଲିକାର ଟପ୍ ଟେନ୍‌ରେ ରହିଛି । ଏହାକୁ ନେଇ ହାବାର୍ଡ ବିଜନେସ୍ ସ୍କୁଲର ଆସିଷ୍ଟାଣ୍ଡ ପ୍ରଫେସର ଡା. ଏଶଲେ ୱିଲିୟମ୍ସ କହିଛନ୍ତି ଯେଉଁ ରାଜ୍ୟରେ ଲୋକେ ଅର୍ଥଠାରୁ ସମୟକୁ ଅଧିକ ଗୁରୁତ୍ୱ ଦେଇଥାଆନ୍ତି ସେମାନେ ଅଧିକ ଖୁସି ରହିଥାଆନ୍ତି । ସେହିପରି ଷ୍ଟାନଫୋର୍ଡର ଡା. ଇମା ସେପଲା କହିଛନ୍ତି ଯେଉଁ ରାଜ୍ୟର ଲୋକ ଦୟାଳୁ, ସହିଷ୍ଣୁ ଓ ଧର୍ଯ୍ୟବାନ ହୋଇଥାଆନ୍ତି ସେମାନେ ଅଧିକ ଖୁସି ରହିଥାଆନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?