ଦେଶରେ ମିଜୋରାମ ଲୋକ ସବୁଠାରୁ ଖୁସିରେ ରୁହନ୍ତି

ନୂଆଦିଲ୍ଲୀ,୨୧ ।୯: ଦେଶରେ ପ୍ରଥମଥର କରାଯାଇଥିବା ହାପିନେସ୍ ସର୍ଭେରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚକୁ ସାମିଲ କରାଯାଇ ର‌୍ୟାଙ୍କିଙ୍ଗ ଦିଆଯାଇଥିଲା । ଏହାପରେ ମିଜୋରାମ, ପଞ୍ଜାବ ଓ ଆଣ୍ଡାମାନ ନିକୋବର ଦ୍ୱୀପ ଟପ୍ ୩ରେ ରହିଛନ୍ତି । ଏଠାକାର ଲୋକ ସବୁଠାରୁ ଖୁସିରେ ରୁହନ୍ତି ବୋଲି ଉକ୍ତ ସର୍ଭେରେ କୁହାଯାଇଛି । ଛତିଶଗଡ଼, ଓଡ଼ିଶା ଓ ଉତ୍ତରାଖଣ୍ଡର ଲୋକ ସବୁଠାରୁ କମ୍ ଖୁସିରେ ରୁହନ୍ତି ବୋଲି କହିଛି ଉକ୍ତ ସର୍ଭେ । କୁହାଯାଇଛି ଖୁସିର କାରଣ ମଧ୍ୟରେ କୋଭିଡ-୧୯କୁ ସାମିଲ କରାଯାଇଛି । ସେଥିପାଇଁ ମହାରାଷ୍ଟ୍ର, ଦିଲ୍ଲୀ ଓ ହରିୟାଣା ଭଳି ରାଜ୍ୟରେ ଲୋକେ କମ୍‌ଖୁସି ରହିଥିବା ଦେଖାଯାଇଛି । ଜମ୍ମୁ-କଶ୍ମୀର ଲୋକେ ମଧ୍ୟ ଅଧିକ ଖୁସି ନ ଥିବା ଦେଖାଯାଇଛି । ହାପିନେସ୍ ସର୍ଭେରେ ୫ଟି ଦିଗ ପ୍ରତି ଧ୍ୟାନ ଦିଆଯାଇଥିଲା । ଏଥିରେ କାର୍ଯ୍ୟଶୈଳୀ, ସମ୍ପର୍କ, ସ୍ୱାସ୍ଥ୍ୟ, ସାମାଜିକ ସେବା, ଧାର୍ମିକ ଅଧ୍ୟାତ୍ମିକ ପକ୍ଷ, ସ୍ୱାସ୍ଥ୍ୟରେ କରୋନା ପ୍ରଭାବକୁ ସାମିଲ କରାଯାଇଥିଲା । ଏହି ସର୍ଭେରେ ସମଗ୍ର ଦେଶରୁ ୧୬,୯୫୦ ଲୋକଙ୍କଠାରୁ ମାର୍ଚ୍ଚରୁ ଜୁଲାଇ ମାସ ମଧ୍ୟରେ ରାୟ ସଂଗ୍ରହ କରାଯାଇଥିଲା । ପ୍ରଫେସର ରାଜେଶ ପିଲାନିଆ ଏହି ସର୍ଭେ କରିଥିବା ସୂଚନା ରହିଛି । ଏଥିରେ ଭାରତର ଜଣାଶୁଣା ଲୋକଙ୍କ ରାୟ ନିଆଯାଇଥିଲା । ଏହି ସର୍ଭେରେ ଜେଣ୍ଡରର କୌଣସି ସମ୍ପର୍କ ନ ଥିବା କୁହାଯାଇଛି । ହେଲେ ବୈବାହିକ ଜୀବନ, ବୟସ, ଶିକ୍ଷା ଓ ରୋଜଗାର ସହ ଖୁସିର ସମ୍ପର୍କ ରହିଥିବା କୁହାଯାଏ । ତେବେ ବିବାହିତମାନେ ଅବିବାହିତଙ୍କଠାରୁ ଅଧିକ ଖୁସିଥିବା ଦର୍ଶାଯାଇଛି । ଯେ କୌଣସି କାର୍ଯ୍ୟରେ ବ୍ୟସ୍ତଥିବା ଲୋକେ ମଧ୍ୟ ଅଧିକ ଖୁସି ରହିଥାଆନ୍ତି ବୋଲି କୁହାଯାଇଛି । ଏହି କ୍ଷେତ୍ରରେ ଆସାମ, ମିଜୋରାମ, ଆଣ୍ଡାମାନ, ପଞ୍ଜାବ ଓ ପୁଡୁଚେରୀ ଆଗରେ ରହିଥିବା ବେଳେ ସମ୍ପର୍କ ରଖିବାରେ ପଞ୍ଜାବ, କର୍ନାଟକ, ମିଜୋରାମ, ଆଣ୍ଡାମାନ ଓ ସିକ୍କିମ ଟପ୍ ୫ରେ ରହିଛି । ତେବେ ଏହି ତାଲିକାରେ ବାଜି ମାରିଛି ମିଜୋରାମ । ଏହା ସବୁଠାରୁ ସୁରକ୍ଷିତ ରାଜ୍ୟ ହୋଇଥିବା ବେଳେ ଏହା ଶାନ୍ତି ଓ ଭଲ ବାତାବରଣ ପାଇଁ ବେଶ୍ ପରିଚିତ । ଏହାର ଅର୍ଥବ୍ୟବସ୍ଥା ଗୋଟିଏ ପଟେ ପର୍ଯ୍ୟଟନ ଉପରେ ନିର୍ଭର କରୁଥିବା ବେଳେ ଅନ୍ୟପଟେ ମହିଳାମାନେ ବହୁ ପରିମାଣରେ ବ୍ୟବସାୟ କରିଥାଆନ୍ତି । ଏଠାରେ ଅପରାଧ ନାହିଁ କହିଲେ ଚଳେ । ମିଜୋରାମର ଲୋକ ଆତ୍ମନିର୍ଭରଶୀଳ । ଏଠାକୁ ଅଧିକାଂଶ ପର୍ଯ୍ୟଟକ ଆସୁଥିବାରୁ ସେମାନଙ୍କ ସହ ଭଲ ବ୍ୟବହାର ଓ ଉତ୍ତମ ଆତିଥ୍ୟ ପ୍ରଦାନ କରିବାକୁ ଏମାନେ ଏବେ ହିନ୍ଦୀ ଶିଖୁଥିବା ଦେଖାଯାଇଛି । ମିଜୋରାମ ଭଳି ସିକ୍କିମ ଓ ଅରୁଣାଚଳ ପ୍ରଦେଶ ମଧ୍ୟ ଖୁସି ତାଲିକାର ଟପ୍ ଟେନ୍‌ରେ ରହିଛି । ଏହାକୁ ନେଇ ହାବାର୍ଡ ବିଜନେସ୍ ସ୍କୁଲର ଆସିଷ୍ଟାଣ୍ଡ ପ୍ରଫେସର ଡା. ଏଶଲେ ୱିଲିୟମ୍ସ କହିଛନ୍ତି ଯେଉଁ ରାଜ୍ୟରେ ଲୋକେ ଅର୍ଥଠାରୁ ସମୟକୁ ଅଧିକ ଗୁରୁତ୍ୱ ଦେଇଥାଆନ୍ତି ସେମାନେ ଅଧିକ ଖୁସି ରହିଥାଆନ୍ତି । ସେହିପରି ଷ୍ଟାନଫୋର୍ଡର ଡା. ଇମା ସେପଲା କହିଛନ୍ତି ଯେଉଁ ରାଜ୍ୟର ଲୋକ ଦୟାଳୁ, ସହିଷ୍ଣୁ ଓ ଧର୍ଯ୍ୟବାନ ହୋଇଥାଆନ୍ତି ସେମାନେ ଅଧିକ ଖୁସି ରହିଥାଆନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri